ବାଣିଜ୍ୟ

ପ୍ରଥମ ତ୍ରୈମାସରେ ଏଫ୍‌ଡିଆଇ ବଢ଼ିଛି ୨୮%

ନୂଆଦିଲ୍ଲୀ,୬-୯: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ(ଏପ୍ରିଲ-ଜୁନ୍‌)ରେ ଦେଶର ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫ୍‌ଡିଆଇ) ୨୮% ବୃଦ୍ଧି ପାଇଛି। ଏହି ସମୟରେ ୧.୧୭ ଲକ୍ଷ କୋଟି ଟଙ୍କା ଅର୍ଥାତ୍‌ ୧୬.୩୩ ବିଲିୟନ ଡଲାର ନିବେଶ ହୋଇଛି। ଗତବର୍ଷ ସମାନ ଅବଧିରେ ୯୧ ହଜାର…

ବେକାରି ୩ ବର୍ଷର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୬-୯: ଜିଡିପି ସମେତ ଅନ୍ୟ ଆର୍ଥିକ ତଥ୍ୟ କାରଣରୁ ବିରୋଧୀ ଦଳଗୁଡ଼ିକ ସମାଲୋଚନାର ଶିକାର ହେଉଥିବା ମୋଦି ସରକାରଙ୍କୁ ଆଉ ଏକ ଅଡୁଆ ପରିସ୍ଥିତିର ସାମ୍ନା କରିବାକୁ ପଡିବ। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମୀ(ସିଏମ୍‌ଆଇଇ) ପକ୍ଷରୁ ଦେଶର ନିଯୁକ୍ତି ସଂକ୍ରାନ୍ତ…

ଫେସ୍‌ବୁକ୍‌ର ୪୧.୯ କୋଟି ୟୁଜରଙ୍କ ଫୋନ୍‌ ନମ୍ବର ଲିକ୍‌

ନୂଆଦିଲ୍ଲୀ,୬-୯: ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ୍‌ର ୪୧.୯ କୋଟି ୟୁଜରଙ୍କ ଫୋନ୍‌ ନମ୍ବର ଡାଟା ଲିକ୍‌ ହୋଇଯାଇଛି ବୋଲି ଆମେରିକା ମିଡିଆରେ ଜାରି ଏକ ରିପୋର୍ଟରେ କୁହାଯାଇଛି। ତିନି ଦେଶର ୟୁଜର ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହେବେ ବୋଲି ରିପୋର୍ଟରେ କୁହାଯାଇଛି।…

ବିଏସ୍‌ଏନ୍‌ଏଲ୍‌ର ଖର୍ଚ୍ଚକାଟ ଯୋଜନା; ୮୦ ହଜାର କର୍ମଚାରୀଙ୍କୁ ଦିଆଯିବ ଭିଆର୍‌ଏସ୍‌

ନୂଆଦିଲ୍ଲୀ,୫ା୯: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ)ନିଜର ଜମି ଭଡା ଦେଇ ଅର୍ଥ ଆୟ ବଢ଼ାଇବାକୁ ପ୍ରୟାସ କରୁଛି। ଅପରପକ୍ଷରେ ଖର୍ଚ୍ଚ କାଟ ଜରିଆରେ କ୍ଷତିକୁ ଯଥାସମ୍ଭବ କମାଇବା ଲାଗି ଏହା କର୍ମଚାରୀ ସଂଖ୍ୟା ହ୍ରାସ…

୨ ଦିନ ବନ୍ଦ ରହିବ ମାରୁତି ସୁଜୁକି ପ୍ଲାଣ୍ଟ; ମାନ୍ଦାବସ୍ଥା ଯୋଗୁ ୨୦୧୨ ପରେ ପ୍ରଥମ

ନୂଆଦିଲ୍ଲୀ,୫ା୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥାର ପ୍ରଭାବରୁ ଦେଶର ସର୍ବବୃହତ କାର୍‌ ନିର୍ମାତା ମାରୁତି ସୁଜୁକି ୨ଦିନ ୭ ଓ ୯ ତାରିଖରେ ହରିୟାଣାସ୍ଥିତ ଗୁଡ଼ଗାଓ ଏବଂ ମାନେସର ପ୍ଲାଣ୍ଟକୁ ବନ୍ଦ ରଖିବ। ଏହି ଦୁଇ ଦିନକୁ କମ୍ପାନୀ ‘ନୋ ପ୍ରଡକ୍ସନ…

ରୁପା ଦର ୫୦ ହଜାର ଟପିଲା

ନୂଆଦିଲ୍ଲୀ,୫ା୯: ବିଶ୍ୱ ବଜାରରେ ସୁନା ଦର ମଙ୍ଗଳବାର ବୃଦ୍ଧି ପାଇଥିବା ବେଳେ ବୁଧବାର ସ୍ଥାନୀୟ ବଜାରରେ କ୍ରମାଗତ ଦ୍ୱିତୀୟ ଦିନ ଅର୍ଥାତ ବୁଧବାର ଏହା ୧୨୨ ଟଙ୍କା ବୃଦ୍ଧି ପାଇ ୩୯,୨୪୮ ଟଙ୍କା ପ୍ରତି ୧୦ ଗ୍ରାମରେ କାରବାର ବନ୍ଦ ହୋଇଛି।…

ସେବା କ୍ଷେତ୍ରକୁ ମାନ୍ଦାବସ୍ଥା ମାଡ; ପିଏମ୍‌ଆଇ ୫୨.୪ ପଏଣ୍ଟକୁ ହ୍ରାସ

ନୂଆଦିଲ୍ଲୀ,୫।୯: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ପ୍ରଭାବ ଗୋଟିଏ ପରେ ଗୋଟିଏ ସେକ୍ଟରକୁ ମାଡି ଚାଲିଛି। ସର୍ଭିସ ସେକ୍ଟର ବା ସେବା କ୍ଷେତ୍ର ସେଥିରୁ ବାଦ ପଡ଼ିନି। ଏକ ମାସିକ ସର୍ଭେ ଅନୁଯାୟୀ ଦେଶରେ ନୂଆ କାରବାର ବୃଦ୍ଧି ହାର, ନିଯୁକ୍ତି…

୭୩% ହ୍ରାସ ପାଇଛି ସୁନା ଆମଦାନୀ

ନୂଆଦିଲ୍ଲୀ,୫ା୯: ଭାରତର ସୁନା ଆମଦାନୀ ୭୩% ହ୍ରାସ ପାଇଛି। ସୁନା ଦର ରେକର୍ଡ ସ୍ତରରେ ପହଞ୍ଚତ୍ୟିବାରୁ ଲୋକେ ଏହାକୁ କିଣିବାରୁ ଦୂରେଇ ରହୁଛନ୍ତି। ଗତ ୩ ବର୍ଷ ଭିତରେ ସୁନା ଆମଦାନୀ ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଅଗଷ୍ଟରେ ଦେଶରେ ମାତ୍ର ୩୦…

ସମସ୍ତ ପ୍ରକାର ଋଣକୁ ରେପୋରେଟ୍‌ ସହ ଯୋଡାଯିବ

ମୁମ୍ବାଇ,୫।୯: ବ୍ୟାଙ୍କଗୁଡ଼ିକ ଗୃହ, ଅଟୋ ଓ ପର୍ସନାଲ ଋଣ ଉପରେ ଫିକ୍ସଡ ବା ସ୍ଥାୟୀ ,ଫ୍ଲୋଟିଂ(ଅସ୍ଥାୟୀ) ସୁଧ ହାର ଘୋଷଣା କରିଛନ୍ତି। ଗ୍ରାହକ ନିଜ ପସନ୍ଦ ମୁତାବକ ଋଣ ସୁଧ ହାର ଚୟନ କରନ୍ତି। ତେବେ ଅକ୍ଟୋବର ପହିଲାରୁ ବ୍ୟାଙ୍କଗୁଡ଼ିକ ସମସ୍ତ…

ଓଡ଼ିଶା ବଜାରରେ ରେନୋର ନୂଆ ଟ୍ରାଇବର

ଭୁବନେଶ୍ୱର, ୫-୯(ବ୍ୟୁରୋ): ରେନୋ ପକ୍ଷରୁ ଏହାର ନୂଆ ଯାନ ଟ୍ରାଇବରକୁ ଓଡ଼ିଶା ବଜାରରେ ପ୍ରବେଶ କରାଯାଇଛି। ସ୍ଥାନୀୟ ସିଆର୍‌ପି ଛକ ନିକଟସ୍ଥ ଗର୍ଗସନ ଅଟୋମୋବାଇଲର ରେନୋ ଭୁବନେଶ୍ୱର ଶୋ’ରୁମରେ ଏହାକୁ ବୁଧବାର ଉନ୍ମୋଚନ କରାଯାଇଛି। ଗର୍ଗସନ ଅଟୋମୋବାଇଲର ଏମ୍‌ଡି ସତିଶ ଗର୍ଗ,…

ୟୁଟ୍ୟୁବ୍‌ରେ ପିଲାଙ୍କ ତଥ୍ୟ ରଖିବା ଅଭିଯୋଗ; ଗୁଗଲକୁ ୧୭୦ ମିଲିୟନ ଡଲାର ଜରିମାନା

ନୂଆଦିଲ୍ଲୀ,୫ା୯: ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଗୁଗଲକୁ ୧୭୦ ମିଲିୟନ ଡଲାର ଜରିମାନା ଦେବା ଲାଗି ଆମେରିକା ଫେଡେରାଲ ଟ୍ରେଡ୍‌ କମିଶନ(ଏଫ୍‌ଟିସି) ନିର୍ଦ୍ଦେଶ ଦେଇଛନ୍ତି। ଗୁଗଲର ସହଯୋଗୀ ଭିଡ଼ିଓ ସେୟାରିଂ କମ୍ପାନୀ ୟୁଟ୍ୟୁବ୍‌ ବେଆଇନ ଭାବେ ପିଲାମାନଙ୍କ ଡାଟାକୁ ଏକତ୍ରିତ କରୁଥିବାର…

ପୁଞ୍ଜି ବଜାର ଉପରେ ମାନ୍ଦାବସ୍ଥା ମାଡ;ନିବେଶକ ହରାଇଲେ ୨.୫୫ ଲକ୍ଷ କୋଟି

ନୂଆଦିଲ୍ଲୀ, ୪-୯: ଘରୋଇ ବଜାରରେ ବାଣିଜ୍ୟ ସମସ୍ୟା ଏବଂ ଅର୍ଥନୈତିକ ମାନ୍ଦାବସ୍ଥାର ପ୍ରଭାବ ପୁଞ୍ଜି ବଜାର ଉପରେ ପରିଲକ୍ଷିତ ହୋଇଛି। ଏଭଳି ପ୍ରମୁଖ କାରଣ ଲାଗି ମଙ୍ଗଳବାର ଦେଶର ପୁଞ୍ଜି ବଜାର ଗଭୀର ଭାବେ ପ୍ରଭାବିତ ହୋଇଛି। ଏହି ସମୟରେ ନିବେଶକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?