ତୈଳ ପରିବହନ ଖର୍ଚ୍ଚରେ ଅଚାନକ ୨୮% ବୃଦ୍ଧି; ଆହୁରି ବଢ଼ିବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୨୮-୯: ସୌଦି ଆରବର ଆରାମ୍‌କୋ ତୈଳ ପ୍ଲାଣ୍ଟରେ ଡ୍ରୋନ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ(କ୍ରୁଡ୍‌) ଦର ହଠାତ ବଢ଼ିଯାଇଛି। ଫଳସ୍ବରୂପ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ନିଆଁ ଲାଗିଛି। ତେବେ ଆଗାମୀ ଦିନରେ ଏହି ନିଆଁ ଆହୁରି କୁହୁଳିବାକୁ ଯାଉଛି। ଚାଇନାର ସର୍ବବୃହତ ତୈଳ ପରିବହନକାରୀ କମ୍ପାନୀ କସ୍‌କୋ ଉପରେ ଆମେରିକା ଦ୍ୱାରା କଟକଣା ଜାରି କରିଯିବାକୁ ଏହାର କାରଣ ବୋଲି କୁହାଯାଉଛି। ଏହି କାରଣରୁ ଏବେ ମିଡିଲ ଇଷ୍ଟ୍‌ରୁ ଏସିଆକୁ ଅଶୋଧିତ ତୈଳ ପରିବହନ ଭଡା ଶୁକ୍ରବାର ଅଚାନକ ୨୮% ବଢ଼ିଯାଇଛି।
ନ୍ୟୁଜ୍‌ ଏଜେନ୍ସି ରଏଟର୍ସର ରିପୋର୍ଟ ମୁତାବକ ଇରାନର ତେଲକୁ କସ୍‌କୋ କମ୍ପାନୀ ଅନ୍ୟ ରାଷ୍ଟ୍ରକୁ ପରିବହନ କରୁଥିଲା ବୋଲି ଆମେରିକା ଅଭିଯୋଗ କରିଛି। ଏହା ଆମେରିକାର କଟକଣାକୁ ଉଲ୍ଲଂଘନ କରିଥିବା କୁହାଯାଉଛି। କସ୍‌କୋର ଦୁଇଟି ୟୁନିଟ୍‌ ଓ ଅନ୍ୟ କେତେକ କମ୍ପାନୀ ବିରୋଧରେ ଆମେରିକା ପକ୍ଷରୁ କଟକଣା ଜାରି କରାଯାଇଛି। ଉଲ୍ଲେଖ କରାଯାଇପାରେ ଯେ, ଅଶୋଧିତ ତୈଳ ପରିବହନ କ୍ଷେତ୍ରରେ କସ୍‌କୋ ବିଶ୍ୱର ସର୍ବବୃହତ କମ୍ପାନୀ। ଏହା ନିକଟରେ ୫୦ରୁ ଅଧିକ ସୁପର ଟ୍ୟାଙ୍କର ରହିଛି। ସିଙ୍ଗାପୁରସ୍ଥିତ ଜଣେ ତୈଳ ବ୍ୟବସାୟୀଙ୍କ ପକ୍ଷରୁ କୁହାଯାଇଛି ଯେ, କସ୍‌କୋ ଉପରେ କଟକଣା ଲାଗୁ ହେବା ପରେ ତୈଳ କିଣୁଥିବା ଦେଶଗୁଡ଼ିକ ନିଜର ଅଶୋଧିତ ତେଲ ପରିବହନ ପାଇଁ ସୁପର ଟ୍ୟାଙ୍କର ଅଥବା ଅତି ବୃହତ କ୍ରୁଡ୍‌ କ୍ୟାରିୟର ଭଡ଼ା ନେବାକୁ ବ୍ୟଗ୍ର ହୋଇ ଉଠିଛନ୍ତି। ଫଳରେ ମିଡିଲ ଇଷ୍ଟ୍‌ରୁ ଉତ୍ତର ଏସିଆକୁ ତେଲ ପରିବହନ ଭଡ଼ା ରାତାରାତି ୧୯% ବୃଦ୍ଧି ପାଇଛି। ଫଳରେ ପ୍ରତ୍ୟେକ ତେଲ ଜାହାଜ ଭଡ଼ା ବାବଦରେ ତୈଳ କ୍ରେତା ଦେଶଗୁଡ଼ିକ ଅତିରିକ୍ତ ୬ ଲକ୍ଷ ଡଲାର ଖର୍ଚ୍ଚ କରିବାକୁ ହେବ। ତୈଳ ଶିଳ୍ପ ସୂତ୍ରରୁ ପ୍ରକାଶ ଯେ, ମଧ୍ୟପୂର୍ବରୁ ଭାରତର ପଶ୍ଚିମ ତଟ ପର୍ଯ୍ୟନ୍ତ ଅକ୍ଟୋବର ଦ୍ୱିତୀୟ ସପ୍ତାହର ଭଡ଼ା ୨୮% ବୃଦ୍ଧି ପାଇଛି। କାରଣ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଦୁଇଟି ସୁପର ଟ୍ୟାଙ୍କର ଭଡ଼ା ନିଆଯାଇଛି। ଏସିଆରେ ସର୍ବାଧିକ ଅଶୋଧିତ ତେଲ କିଣୁଥିବା ତାଇଓ୍ବାନର ପେଟ୍ରୋକେମିକାଲ କମ୍ପାନୀ ଫରମୋସା ପେଟ୍ରୋକେମିକାଲର ମୁଖପାତ୍ର କେ.ଓ୍ବାଇ ଲିନ୍‌ କହିଛନ୍ତି ଯେ, ବଜାରରେ ଏବେ ଭୟ ଖେଳି ଯାଇଛି। ରିଫାଇନେରି କମ୍ପାନୀଗୁଡ଼ିକ ପ୍ରତିଷେଧାମତ୍କ ପଦକ୍ଷେପ ନେଉଛନ୍ତି। କସ୍‌କୋ ବିରୋଧରେ କଟକଣା ଲାଗୁ କରିବା ଯୋଗୁ ଏହା କେତେ ମାତ୍ରାରେ ପରିବହନକୁ ପ୍ରଭାବିତ କରୁଛି, ସେ ସମ୍ପର୍କରେ ତର୍ଜମା ହେଉଛି ବୋଲି ଲିନ୍‌ କହିଛନ୍ତି। ସୌଦି ଡ୍ରୋନ୍‌ ଆକ୍ରମଣ ପରେ ଦେଶରେ ପେଟ୍ରୋଲ ଲିଟର ପିଛା ଦର ପ୍ରାୟ ୭୩ ଟଙ୍କା ଟପିଲାଣି। ଡିଜେଲ ଦର ମଧ୍ୟ ୭୨ ଟଙ୍କା ଟପିଛି। ଏପରିପ୍ରେକ୍ଷୀରେ ତୈଳ ପରିବହନ ଖର୍ଚ୍ଚ ବଢ଼ିଲେ ଦେଶର ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବଢ଼ାଇବାକୁ ବାଧ୍ୟ ହେବେ ଏଥିରେ ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri