ଭାରତୀୟ ବଜାର ପାଇଁ ବଦ୍ଧପରିକର ଫୋର୍ଡ; ଉତ୍ପାଦନ ବୃଦ୍ଧି ନେଇ ମହିନ୍ଦ୍ରା ସହ ହେବ ଚୁକ୍ତି

ନୂଆଦିଲ୍ଲୀ,୨୮-୯: ବର୍ତ୍ତମାନ ଭାରତରେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଆମେରିକାର ବୃହତ ଗାଡ଼ି ନିର୍ମାତା ଫୋର୍ଡ ମୋଟର କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ସହିତ ଚୁକ୍ତି କରି ନିଜର ଉତ୍ପାଦନ କ୍ଷମତା ବୃଦ୍ଧି ଲାଗି କାର୍ଯ୍ୟାରମ୍ଭ କରିଛି। ମହିନ୍ଦ୍ରା ସହ ଚୁକ୍ତି ଅନୁଯାୟୀ ବାର୍ଷିକ ୪ ଲକ୍ଷ ୪୦ ହଜାର ଗାଡ଼ି ଉତ୍ପାଦନ କରାଯିବ। ୨୬ ସେପ୍ଟେମ୍ବର ୨୦୧୯ର ‘ଧରିତ୍ରୀ’ର ପ୍ରଥମ ପୃଷ୍ଠାରେ ‘ମହିନ୍ଦ୍ରାକୁ ସମ୍ପତ୍ତି ବିକି ଦେଶ ଛାଡ଼ିବ ଫୋର୍ଡ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହା ଏକ ଉଡ଼ା ଖବର ଓ ଭିତ୍ତିହୀନ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଖବର ସୂତ୍ର ସମ୍ପର୍କରେ ଠିକ୍‌ ଭାବେ ଯାଞ୍ଚ କରା ଯାଇନାହିଁ ବୋଲି କମ୍ପାନୀ କହିଛି।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସହ ଏକ ଯୌଥ ଉଦ୍ୟୋଗ ପ୍ରତିଷ୍ଠା କରିବା ଲାଗି ଫୋର୍ଡ ମୋଟର କମ୍ପାନୀ ନିଷ୍ପତ୍ତି ନେଇଛି। ଦୁଇ କମ୍ପାନୀ ମଧ୍ୟରେ ଏନେଇ ଗତ କିଛି ମାସ ହେବ ଆଲୋଚନା ଚାଲିଛି। ଯୌଥ ଉଦ୍ୟୋଗ ସମ୍ପର୍କରେ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଫୋର୍ଡ କହିଛି। ତେବେ କମ୍ପାନୀ ଦେଶ ଛାଡ଼ି ଯିବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାକୁ ନିଜର ସମସ୍ତ ସମ୍ପତ୍ତି ବିକ୍ରି କରି ଫୋର୍ଡ ଦେଶଛାଡ଼ି ଚାଲିଯିବ ବୋଲି ‘ଧରିତ୍ରୀ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଯୌଥ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉଭୟ କମ୍ପାନୀ ଖୁବଶୀଘ୍ର ଏକ ଚୁକ୍ତିରେ ସ୍ବାକ୍ଷର କରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନାନୁଯାୟୀ, ନୂଆ ଯୌଥ ଉଦ୍ୟୋଗରେ ମହିନ୍ଦ୍ରାର ୫୧% ଏବଂ ଫୋର୍ଡର ୪୯% ଅଂଶଧନ ରହିବ। ଫୋର୍ଡ ଏହାର ଚେନ୍ନାଇ କାରଖାନା ସମେତ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଯୌଥ ଉଦ୍ୟୋଗ ହାତକୁ ହସ୍ତାନ୍ତରିତ କରିବ। ତେବେ କମ୍ପାନୀ ମୁଖପାତ୍ର କହିଛନ୍ତି ଯେ, କମ୍ପାନୀ ଭାରତ ଛାଡ଼ିବ ନାହିଁ। ମହିନ୍ଦ୍ରା ସହିତ ଭବିଷ୍ୟତର ପାର୍ଟନରଶିପ୍‌ ମାଧ୍ୟମରେ ନିଜର ରଣନୈତିକ, ଉତ୍ପାଦନ ଏବଂ ବ୍ୟବସାୟିକ ଦକ୍ଷତା ବୃଦ୍ଧି ଲାଗି ଫୋର୍ଡ ଆଲୋଚନା ଚଳାଇଥିବା କମ୍ପାନୀ ମୁଖପାତ୍ର କହିଛନ୍ତି। ତେବେ ଏନେଇ ମିଡିଆରେ ଚାଲିଥିବା କଳ୍ପନାଜଳ୍ପନା ଉପରେ ବର୍ତ୍ତମାନ କିଛି କହିହେବ ନାହିଁ। ଠିକ୍‌ ସମୟରେ ଫୋର୍ଡ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରାଯିବ ବୋଲି ସେ କହିଛନ୍ତି। ତାଙ୍କର କହିବାନୁଯାୟୀ, ଭାରତରେ ଫୋର୍ଡର ଏକ ଶକ୍ତିଶାଳୀ ବ୍ରାଣ୍ଡ ରହିଥିବା ବେଳେ ନିଜର ଗ୍ରାହକ, ଡିଲର ନେଟ୍‌ଓ୍ବାର୍କ ରହିଛି। କମ୍ପାନୀ ଦେଶରେ ନିଜର ଉପସ୍ଥିତିକୁ ଅଧିକ ମଜଭୁତ କରିବା ସହ ପୋର୍ଟଫୋଲିଓ ବୃଦ୍ଧି କରିବ। ନୂଆ କମ୍ପାନୀ ଦ୍ୱାରା ଫୋର୍ଡ ବ୍ରାଣ୍ଡ୍‌ କାର୍‌ ଦେଶରେ ନିର୍ମାଣ ଓ ବିକ୍ରି ଜାରି ରହିବ। ଏହାଛଡା ନୂଆ କମ୍ପାନୀ ମାଧ୍ୟମରେ ବିଦେଶକୁ ମଧ୍ୟ ରପ୍ତାନି କରାଯିବ। ମହିନ୍ଦ୍ରା ସହ ମିଶି ମିଡ୍‌ ସାଇଜ୍‌ ଏସ୍‌ୟୁଭି ନିର୍ମାଣ ଫୋର୍ଡର ଭବିଷ୍ୟତର ଉତ୍ପାଦକୁ ଦର୍ଶାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ତାଙ୍କର କହିବାନୁଯାୟୀ, ଭାରତରେ ଫୋର୍ଡର ସଫଳତାରୁ ଅନ୍ୟ ବିକାଶଶୀଳ ବଜାରରେ କମ୍ପାନୀ ନିଜର ଉପସ୍ଥିତି ଜାହିର କରିପାରିବ। ସୂଚନାଥାଉ କି, ଉତ୍ପାଦ ବିକାଶ, ଇଲେକ୍ଟ୍ରିକ ଗାଡ଼ି ଏବଂ ଭାରତ ତଥା ବିକାଶଶୀଳ ଦେଶରେ ଏହାର ବିତରଣ ନେଇ ଫୋର୍ଡ ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ୟରେ ୨୦୧୭ରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଉଭୟ କମ୍ପାନୀ ନୂଆ ଏସ୍‌ୟୁଭି ଏବଂ କ୍ଷୁଦ୍ର ଇଲେକ୍ଟ୍ରିକ କାର୍‌ ନିର୍ମାଣ କରିବା ଲାଗି ଗତ ବର୍ଷ ରାଜି ହୋଇଥିଲେ।
ଏହି ପ୍ରସଙ୍ଗରେ ଫୋର୍ଡ ଇଣ୍ଡିଆ ଲାଗି ଓଡ଼ିଶାର ପ୍ରମୁଖ ଡିଲରଶିପ ଦାୟିତ୍ୱରେ ଥିବା ଗର୍ଗସନ ଅଟୋମୋବାଇଲର ଉପସଭାପତି ରଞ୍ଜନ ମହାପାତ୍ର କହିଛନ୍ତି ଯେ, ଫୋର୍ଡ ଦେଶ ଛାଡି ଯିବାର କୌଣସି ଯୋଜନା ନାହିଁ। କମ୍ପାନୀ ଏହାର ପରିଚାଳନାକୁ ଆହୁରି ଦୃଢ କରିବାକୁ ମହିନ୍ଦ୍ରା ସହ ଚୁକ୍ତିରେ ସାମିଲ ହେବା ନେଇ ଅଗ୍ରସର ହୋଇଛି। ଏହି ଚୁକ୍ତି ଦ୍ୱାରା ଘରୋଇ ବଜାରରେ ଉପସ୍ଥିତିକୁ ଆହୁରି ମଜଭୂତ କରିବା ଦିଗରେ ଫୋର୍ଡ ସକ୍ଷମ ହୋଇ ପାରିବ। ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଯୋଗାଣ ନେଇ ଫୋର୍ଡ ସର୍ବଦା ପ୍ରୟାସ ଜାରି ରଖିଛି। ଏହି ଧାରା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ମହାପାତ୍ର ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri