Posted inଜାତୀୟ

ହିମବାହରୁ ଖଣ୍ଡପ୍ରଳୟ

ଡେରାଡୁନ୍‌, ୮।୨ :ପ୍ରକୃତିର ଅନ୍ୟତମ ଆଶ୍ଚର୍ଯ୍ୟ ଗ୍ଲେସିୟର ବା ହିମବାହ। ଲକ୍ଷାଧିକ ବର୍ଷ ଧରି ଜମାଟ ବାନ୍ଧିଥିବା ଏହି ବରଫ ଉପତ୍ୟକାର ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଆସିଛି। ହେଲେ ଏହି ବରଫ ଚଟାଣ ଯେତେବେଳେ ଦୋହଲେ, ସେତେବେଳେ ଆସେ ଖଣ୍ଡପ୍ରଳୟ। କ୍ଷଣିକ ଭିତରେ ଧ୍ୱଂସ ହୋଇଯାଏ ସବୁକିଛି। ବରଫ ତଳେ ଦବିଯାଏ ଜନବସତି। ନଦୀ ତଟବର୍ତ୍ତୀ ଇଲାକା ହୋଇଯାଏ ଜଳପ୍ଳାବିତ। ହିମବାହ ଦେଖିବାକୁ ଯେତିକି ସୁନ୍ଦର, ଏହା ସ୍ଥାନଚ୍ୟୁତ ହେଲେ ସେତିକି ମାରାତ୍ମକ ବୋଲି ମତ ଦେଇଛନ୍ତି ଭୂତତ୍ତ୍ୱବିତ୍‌।

ଦଶନ୍ଧି ଭିତରେ ଉତ୍ତରାଖଣ୍ଡ ଦେଖିଛି ଦୁଇଟି ଜଳପ୍ରଳୟ। ୨୦୧୩ ଜୁନ୍‌ରେ ପ୍ରଳୟଙ୍କରୀ ବନ୍ୟାରେ ବିଶ୍ୱ ଦେଖିଥିଲା ଦେବଭୂମିର ବିକଳ ଚେହେରା। ବାଦଲଫଟା ବର୍ଷା ଯୋଗୁ ଜଳପ୍ଳାବିତ ହୋଇଯାଇଥିଲା ଅନେକ ସ୍ଥାନ। ଏଥିରୁ ବାଦ୍‌ ପଡ଼ି ନ ଥିଲା ପ୍ରସିଦ୍ଧ ଶୈବକ୍ଷେତ୍ର କେଦାରନାଥ। ୫୭୦୦ରୁ ଊର୍ଦ୍ଧ୍ୱ ଜୀବନ ନେଇଥିଲା ଏହି ପ୍ରାକୃତିକ ବିପର୍ଯ୍ୟୟ। ନିଖୋଜ ହୋଇଯାଇଥିଲେ ଶତାଧିକ ଶ୍ରଦ୍ଧାଳୁ ଏବଂ ଜନସାଧାରଣ। ରବିବାର ଏହାର ପୁନରାବୃତ୍ତି ହୋଇଛି। ମୃତାହତ ସଂଖ୍ୟା ଏବଂ କ୍ଷୟକ୍ଷତି ଯଦିଓ ପୂର୍ବଥର ତୁଳନାରେ କମ୍‌, ତଥାପି ଏହି ଘଟଣାରେ ତାଜା ହୋଇଯାଇଛି ଅତୀତର ସ୍ମୃତି।
ଉତ୍ତରାଖଣ୍ଡର ଚମୋଲି ଜିଲାର ଋଷିଗଙ୍ଗା ଘାଟିରେ ହିମସ୍ଖଳନ ଯୋଗୁ ଅଳକାନନ୍ଦା ଏବଂ ଏହାର ଶାଖା ନଦୀରେ ବଡ଼ଧରଣର ବନ୍ୟା ଆସିଛି। ଏଥିରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି ଋଷିଗଙ୍ଗା ତପୋବନ ଜଳବିଦ୍ୟୁତ୍‌ ପ୍ରକଳ୍ପ। ତେବେ ହିମବାହ କାରଣରୁ ଆସୁଥିବା ଦୁର୍ବିପାକ ନୂଆ ନୁହେଁ। ଗ୍ଲେସିୟର ବାହାରୁ ଦେଖିବାକୁ ଯେତିକି ସୁନ୍ଦର, ସେତିକି ପ୍ରଳୟଙ୍କରୀ ଶକ୍ତି ଜମାଟ ବାନ୍ଧିଥାଏ ଏହାର ଆଭ୍ୟନ୍ତରରେ। ଏହା ସେତେବେଳେ ଜଣାପଡ଼େ, ଯେତେବେଳେ ଏକ ବଡ଼ ବରଫ ପାହାଡ଼ ଧସିଯାଏ ବା ହିମସ୍ଖଳନ ହୁଏ। ଗ୍ଲେସିୟର ସବୁବେଳେ ଅସ୍ଥିର। ଏହା ପ୍ରତିକ୍ଷଣରେ ସ୍ଥାନାନ୍ତର ହୋଇଥାଏ। ଏହାର ଗତି ଅତ୍ୟନ୍ତ ଧିମା। ଏହା ଏକ ଆଭ୍ୟନ୍ତରୀଣ ପ୍ରକ୍ରିୟା, ଯାହା ଖାଲି ଆଖିକୁ ଦୃଷ୍ଟି ଗୋଚର ହୁଏନାହିଁ।
ଅନେକ ସମୟରେ ଦୁଃସାହସିକ ପର୍ବତ ଆରୋହୀ ଜୀବନକୁ ବାଜି ଲଗାଇ ଗ୍ଲେସିୟର ଉପତ୍ୟକା ଅତିକ୍ରମ କରିବାକୁ ଉଦ୍ୟମ କରିଥାନ୍ତି। ଦୁର୍ଘଟଣାରେ ଅନେକଙ୍କ ଜୀବନ ଚାଲିଯିବା ନୂଆ କଥା ନୁହେଁ। ଅନେକ ସମୟରେ ହିମବାହ ମଝିରେ ସୃଷ୍ଟି ହେଉଥିବା ଫାଟ ବିଶାଳ ବରଫ ପାହାଡ଼ର ସନ୍ତୁଳନ ବିଗାଡ଼ି ଥାଏ। ପରିଣାମ ସ୍ବରୂପ ଏହା ନିମ୍ନାଭିମୁଖୀ ହୋଇ ତଳମୁହଁା ହୁଏ। ହିମବାହରୁ ସୃଷ୍ଟି ନଦୀରେ ଏହା ହଠାତ୍‌ ଖସିପଡ଼ିବା ପରେ ପ୍ରଳୟଙ୍କରୀ ବନ୍ୟାକୁ ଡାକିଆଣେ। ପଶ୍ଚିମ ଆଣ୍ଟାର୍କଟିକାରେ ବ୍ରିଟେନର କ୍ଷେତ୍ରଫଳଠାରୁ ବଡ଼ ଏକ ବିଶାଳ ଗ୍ଲେସିୟର ଦ୍ରୁତ ଗତିରେ ତରଳୁଛି। ଏହାଦ୍ୱାରା ବର୍ଷକୁ ୩୫ କୋଟି ଟନ୍‌ ପାଣି ସମୁଦ୍ରରେ ମିଶୁଛି। ଏହି ଧାରା ଜାରି ରହିଲେ ୨୧୦୦ ସୁଦ୍ଧା ସମୁଦ୍ର ଜଳପତ୍ତନ ୨୬ ସେମିରୁ ୧.୧ ମିଟର ଯାଏ ବଢ଼ିବ, ଯାହା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ବୁଡ଼ାଇଦେବ ବୋଲି ଆଶଙ୍କା ବ୍ୟକ୍ତ କରିଛି ମିଳିତ ଜାତିସଂଘର ପରିବେଶ ବିଜ୍ଞାନ ପ୍ୟାନେଲ।

ତପୋବନ ଟନେଲରୁ ୧୬ ଉଦ୍ଧାର

ହିମସ୍ଖଳନ ଜନିତ ବନ୍ୟାରେ ଶତାଧିକ ନିଖୋଜ ହୋଇଥିବାବେଳେ ତପୋବନ ଅଞ୍ଚଳର ଏକ ଟନେଲ୍‌ରେ ଅଟକି ରହିଥିବା ୧୬ ଜଣଙ୍କୁ ଆଇଟିବିପି ଯବାନମାନେ ଉଦ୍ଧାର କରିଛନ୍ତି। ସତର୍କତା ପଦକ୍ଷେପ ସ୍ବରୂପ ଭାଗୀରଥି ନଦୀର ଜଳପ୍ରବାହକୁ ବନ୍ଦ କରିଦିଆଯାଇଛି। ଶ୍ରୀନଗର ଓ ଋଷିକେଶ ଡ୍ୟାମ୍‌କୁ ଖାଲି କରିଦିଆଯାଇଥିବାରୁ ଅଳକାନନ୍ଦାରେ ଜଳପ୍ରବାହ ସ୍ବାଭାବିକ ହୋଇଥିବା ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ବତ୍‌ କହିଛନ୍ତି।

ଗ୍ଲେସିୟର ପ୍ରକୃତି ଅବୁଝା

ଗ୍ଲେସିୟର ହେଉଛି ଜମାଟ ବାନ୍ଧି ରହିଥିବା ବରଫର ବଡ଼ ଚଟାଣ। ଏହାର ପ୍ରକୃତି ବୁଝିବା କଷ୍ଟକର। ଅର୍ଥାତ୍‌ ଏହା କେତେବେଳେ ଭାଙ୍ଗିବ ତାହାର ନିର୍ଦ୍ଦିଷ୍ଟ ସମୟ ଅନୁମାନ କରିବା ସହଜ ନୁହେଁ। ତଥାପି ବୈଜ୍ଞାନିକମାନେ ବିଭିନ୍ନ ମଡେଲର ଅନୁଧ୍ୟାନ କରି ଆଗୁଆ ସତର୍କ ସୂଚନା ଦେଉଛନ୍ତି। ହେଲେ ଏଭଳି ବିପର୍ଯ୍ୟୟ ପାଇଁ ସରକାରୀସ୍ତରରେ ପୂର୍ବ ପ୍ରସ୍ତୁତି କ୍ୱଚିତ ଦେଖିବାକୁ ମିଳେ।
ସଂରଚନା ଦୃଷ୍ଟିରୁ ହିମବାହ ୨ ପ୍ରକାରର। ଆଲ୍‌ପାଇନ୍‌ ଗ୍ଲେସିୟର ବା ବରଫର ଉପତ୍ୟାକା ଏବଂ ମାଉଣ୍ଟେନ ଗ୍ଲେସିୟର ବା ପାହାଡ଼ ଉପରେ ବିସ୍ତୀନ୍ନ ବରଫ ଚାଦର। ଉତ୍ତରାଖଣ୍ଡର ଘଟଣା ମାଉଣ୍ଟେନ୍‌ ଗ୍ଲେସିୟର ଶ୍ରେଣୀର, ଯାହାକୁ ସବୁଠାରୁ ବେଶି ବିପଜ୍ଜନକ ବୋଲି କୁହାଯାଏ। ଏହି ପ୍ରକାରର ହିମବାହ ଉଚ୍ଚ ପର୍ବତ ଶୃଙ୍ଗରେ ସୃଷ୍ଟି ହୋଇ ଆଖପାଖ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଥାଏ। ପର୍ବତ ଉପତ୍ୟକା ଆଡ଼କୁ ଏହା ଗତିଶୀଳ ହୋଇଥାଏ। ପୃଥିବୀର ଏକ ଦଶମାଂଶ ହିମବାହରେ ଢାଙ୍କି ହୋଇଛି। କେତେକ ଗ୍ଲେସିୟର ଦିନକୁ ମାତ୍ର କେତେ ସେଣ୍ଟିମିଟର ସ୍ଥାନାନ୍ତର ହେଉଥିବାବେଳେ ଅନ୍ୟ କେତେକ ୫୦ ମିଟର ଯାଏ ଘୁଞ୍ଚତ୍ ଯାଇଥାନ୍ତି। ଦ୍ରୁତଗତିରେ ଆଗକୁ ବଢୁଥିବା ଗ୍ଲେସିୟର ଅତ୍ୟଧିକ ବିପଜ୍ଜନକ। ତେବେ ପର୍ବତରୁ ବିଚ୍ୟୁତ ହୋଇ ନଦୀର ଜଳସ୍ରୋତରେ ପ୍ରବାହିତ ହେଲେ ପରିଣାମ ଅଧିକ ବିନାଶକାରୀ ହୋଇଥାଏ।

ଉତ୍ତରାଖଣ୍ଡରେ ବଡ଼ ପ୍ରାକୃତିକ ବିପର୍ଯ୍ୟୟ

ହିମାଳୟ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଉତ୍ତରାଖଣ୍ଡ ଗତ ୩ ଦଶନ୍ଧି ମଧ୍ୟରେ ଅନେକ ପ୍ରଳୟଙ୍କରୀ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୧୯୯୧ ଅକ୍ଟୋବରରେ ଅବିଭକ୍ତ ଉତ୍ତରପ୍ରଦେଶର ଉକ୍ତ ଅଞ୍ଚଳରେ ୬.୮ ତୀବ୍ରତାର ଭୂକମ୍ପ ହୋଇଥିଲା। ଏଥିରେ ୭୬୮ ଜଣଙ୍କ ମୃତ୍ୟୁ ଘଟିବା ସହ ହଜାର ହଜାର ଘର ମାଟିରେ ମିଶିଯାଇଥିଲା। ୧୯୯୮ରେ ପିଥୋରାଗଡ଼ ଜିଲାର ମାଲପା ଗ୍ରାମରେ ଭୂସ୍ଖଳନ ଯୋଗୁ ୨୫୫ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫୫ ଜଣ କୈଳାସ ମାନସରୋବର ଯାତ୍ରୀ ଥିଲେ। ପଥର ଖଣ୍ଡ ଜମା ହୋଇ ଶାରଦା ନଦୀକୁ ଆଂଶିକ ଅବରୋଧ କରିଦେଇଥିଲା।
୧୯୯୯ରେ ଚାମୋଲି ଜିଲାରେ ବଡ଼ ଧରଣର ଭୂକମ୍ପ ହୋଇଥିଲା। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ହେବା ସହ ପଡୋଶୀ ରୁଦ୍ରପ୍ରୟାଗ ଜିଲା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଭୂକମ୍ପ ପ୍ରଭାବରେ ବିଭିନ୍ନ ସମୟରେ ଭୂସ୍ଖଳନ ହେବା ସହ କେତେକ ନଦୀପଥରେ ପରିବର୍ତ୍ତନ ଘଟିଥିଲା। ବିଭିନ୍ନ ସ୍ଥାନରେ ରାସ୍ତା ଫାଟିଯାଇଥିଲା। ୨୦୧୩ ଜୁନ୍‌ରେ କିଛିଦିନ ଧରି ମୁଷଳ ଧାରାରେ ବର୍ଷା ଲାଗି ରହିବାରୁ ଉତ୍ତରାଖଣ୍ଡରେ ଭୟାବହ ବନ୍ୟା ସାଙ୍ଗକୁ ଏକାଧିକ ଭୂସ୍ଖଳନ ଘଟିଥିଲା। ଏଥିରେ ୫,୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ରାସ୍ତା ଓ ପୋଲ ଭାସିଯିବାରୁ ଚାର୍‌ ଧାମ ଯାତ୍ରାରେ ଯାଇଥିବା ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଉପତ୍ୟକାରେ ଅଟକି ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri