Posted inଫୁରସତ

୧୨୧ ଫୁଟର ବିଲେଇ, ଜାଣନ୍ତୁ କେଉଁଠି ଦେଖିବାକୁ ମିଳେ

ପିଲାଦିନେ ଆମେ ସମସ୍ତେ ରାତିରେ ତାରାମାନଙ୍କୁ ଦେଖୁଥିଲେ। ବେଳେବେଳେ ଏମାନଙ୍କୁ ଗଣୁ ମଧ୍ୟ ଥିଲେ। କେତେବେଳେ ଚଢ଼େଇ, ତ କେତେବେଳେ ମାଙ୍କଡ଼ । ଆଉ କେତେବେଳେ ଭିନ୍ନ ଭିନ୍ନ ଆକୃତିର ପଶୁପକ୍ଷୀ ଆକାଶରେ ଥିବା ପରି ଆମକୁ ଜଣାପଡ଼େ। କିନ୍ତୁ ଆମକୁ ଏକଥା ଜଣା ନ ଥିଲା କି ଏହା ପଛରେ ବିଶ୍ୱର ଏକ ବଡ଼ ରହସ୍ୟ ଲୁଚି ରହିଛି ବୋଲି। ପୃଥିବୀପୃଷ୍ଠରେ ଏମିତି ଅନେକ କଥା ଅଛି, ଯାହା ଆଜିଯାଏ ରହସ୍ୟମୟ ହୋଇ ରହିଛି। ସେମିତି ଏକ ସ୍ଥାନ ହେଉଛି ପେରୁର ନାଜ୍‌କା।
ଏଠାରେ ମରୁଭୂମି ଦେଖିବାକୁ ମିଳେ। ଏହି ସ୍ଥାନରେ ୧୨୧ ଫୁଟ ଲମ୍ବର ଏକ ବିଲେଇ ଦେଖିବାକୁ ମିଳିଛି। ବାସ୍ତବରେ ନୁହଁ ବିଲେଇର ଏକ ରେଖାଚିତ୍ର ଦେଖିବାକୁ ମିଳିଛି। ନାଜ୍‌କା ମରୁଭୂମି ଉପରେ ବିଶେଷଜ୍ଞମାନେ ସାମିଲ ହୋଇ ଏହା ଉପରେ ଏକ ଅନୁମାନ ଲଗାଇଛନ୍ତି। ଏଠାରେ ଥିବା ଏକ ବିଲେଇର ଚିତ୍ର ପ୍ରାୟ ୨୨୦୦ ବର୍ଷ ତଳର। ଏହି ରେଖାଚିତ୍ର ଆଲାସ୍କାରୁ ଆର୍ଜେଣ୍ଟିନା ଆସିବା ରାସ୍ତା ପାର୍ଶ୍ୱରେ ପଡ଼େ। ଏଠାରେ ଥିବା ଏକ ପାହାଡ଼ ଉପରେ ବିଲେଇର ଏକ ବିରାଟକାୟ ରେଖାଚିତ୍ର ଅଙ୍କନ କରାଯାଇଛି। ପାହାଡ଼ ଉପରେ ଅଙ୍କା ଯାଇଥିବା ଏହି ବିଲେଇଟିର ଲମ୍ବ ୧୨୧ ଫୁଟ। ଏହା ପୂର୍ବରୁ ଅନେକ ଜୀବଜନ୍ତୁଙ୍କ ରେଖାଚିତ୍ର ଦେଖିବାକୁ ମିଳିଛି, ମାତ୍ର ଏତେବଡ଼ ବିଲେଇ ଚିତ୍ର କେବେ ଦେଖିବାକୁ ମିଳି ନ ଥିଲା। କୌଣସି ଆଧୁନିକୀ ଉପାୟରେ ମଧ୍ୟ ଏହା ଅଙ୍କା ଯାଇନାହିଁ। ଯାହାକି ଆଶ୍ଚର୍ଯ୍ୟର ବିଷୟ। କିଛି ସପ୍ତାହ ପୂର୍ବରୁ ପାହାଡ଼ ସଂରକ୍ଷଣ ପାଇଁ ସଫା କରାଯିବା ସମୟରେ ଏହି ଦୃଶ୍ୟ ସାମ୍ନାକୁ ଆସିଛି। ଲୋକେ ବିଲେଇର ରେଖାଚିତ୍ରକୁ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାନବାହନକୁ ନିଜ ଆଡ଼କୁ ଟାଣି ନିଏ ଏହି ପାହାଡ଼…

ଭାରତର ଲଦାଖର ଲେହ ଅଞ୍ଚଳରେ ରହିଛି ଏକ ଚମତ୍କାର ପାହାଡ଼। ଏହି ପାହାଡ଼ ଦେଇ ଯାଇଥିବା ରାସ୍ତାରେ କୌଣସି ଯାନବାହନ ଗଲେ ଏକ ବିଚିତ୍ର ଅନୁଭୁତି...

ଫୋର୍ବସ ଅଣ୍ଡର୍‌-୩୦ରେ ଉମଙ୍ଗ

ଇନ୍ଦୋର: ଆଧୁନିକତା ମଧ୍ୟରେ ଗାନ୍ଧୀଙ୍କ ଚିନ୍ତାଧାରାକୁ ପୁଣି ଲେଉଟାଇ ଆଣିବାରେ ମଙ୍ଗ ଧରିଥିବା ଉମଙ୍ଗ ଶ୍ରୀଧରଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ଉମଙ୍ଗ ଓ ତାଙ୍କ ଷ୍ଟାର୍ଟଅପ୍‌...

ଛୋଟପିଲାଟି ହାତରେ ନାଲି ନାଲି ଦେଖି ଧାଇଁ ଆସିଲେ ପକ୍ଷୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

କୂଅରେ ପଡ଼ିଗଲା ବିଲେଇ, ଉଦ୍ଧାର କରିବାକୁ ଡେଇଁଲା ମାଙ୍କଡ଼, ଭିଡିଓ ଦେଖିଲେ…

ପଶୁମାନେ ସିନା କଥା କହିପାରନ୍ତିନି ମାତ୍ର ସେମାନେ ମଣିଷମାନଙ୍କଠାରୁ ବେଶ୍‌ ବୁଦ୍ଧିଆ ହୋଇଥାନ୍ତି। ସେମାନଙ୍କର ମଧ୍ୟ ସ୍ନେହ, ଶ୍ରଦ୍ଧା, ଭଲପାଇବା ଆଗରେ ମଣିଷ ମଧ୍ୟ ହାର୍‌...

ନିମପତ୍ରରେ ଦେଶୀ ମାସ୍କ

ରାଞ୍ଚି: କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିପାଇଁ ଲଢ଼େଇ କରିବାକୁ ହେଲେ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ। ମାସ୍କ...

ଇଲେକ୍ଟ୍ରିକ୍‌ ମାଛ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଆମେରିକା: ମାଛ ପୁଣି ଇଲେକ୍ଟ୍ରିକ୍‌। ଶୁଣି ଅଡ଼ୁଆ ଲାଗୁଥିଲେ ମଧ୍ୟ ଏମିତି ମାଛ ଦେଖିବାକୁ ମିଳିଛି ଆମେରିକାରେ। ମିଗୁଏଲ୍‌ ଓ୍ବାଟ୍‌ସନ୍‌ ନାମକ ଏହି ଇଲେକ୍ଟ୍ରିକ୍‌ ଇଲ୍‌...

କ୍ଷୀର ବ୍ୟବସାୟ ପାଇଁ ୩୦ କୋଟି ଟଙ୍କାର ହେଲିକପ୍ଟର କିଣିଲେ ମହାରାଷ୍ଟ୍ରର କୃଷକ

ମହାରାଷ୍ଟ୍ରରୁ ଆସିଥିବା ଏକ ଖବର ଏବେ ସମସ୍ତଙ୍କର ଭ୍ରୁକୁଞ୍ଚନ କରିଛି । ମହାରାଷ୍ଟ୍ରର ଭିବଣ୍ଡିରେ ରହୁଥିବା ଜଣେ କୃଷକ ହେଲିକପ୍ଟର କିଣିଛନ୍ତି । ମିଳିଥିବା ସୂଚନା...

ମୋ ଦେଶ ମହାନ

ବିବିଧତା ଭିତରେ ଏକତାର ନିଦର୍ଶନ ହେଉଛି ଭାରତ। ଶାନ୍ତି, ମୈତ୍ରୀର ଦେଶ ହେଉଛି ଭାରତ। ଜ୍ଞାନ ହେଉକି ବିଜ୍ଞାନ ସବୁଥିରେ ଆଗରେ ଭାରତ। ଏକ ସଶକ୍ତ,...

Advertisement
Archives

Model This Week