Posted inଜାତୀୟ

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ ଅନ୍ୟ କେହି ଆଣିନାହାଁନ୍ତି। କଂଗ୍ରେସ ପାଇଁ ଏହା ଦ୍ୱିତୀୟ ଥର ଘଟିଛି ଯେତେବେଳେ ଜଣେ ମହିଳା ନେତା ଦଳ ବିରୋଧରେ ଏପରି ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି। ଏହାପୂର୍ବରୁ କେରଳ କଂଗ୍ରେସ ନେତା ସିମି ରୋଜ ବେଲ ପାର୍ଟିରେ ‘କାଷ୍ଟିଂ କାଉଚ’ ଅଭିଯୋଗ କରିଥିଲେ, ଯାହା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

କିନ୍ତୁ ବର୍ତ୍ତମାନ ପୁଣି ଥରେ କଂଗ୍ରେସ ଅଡୁଆରେ ପଡ଼ିଛି। କାରଣ ହରିୟାଣାରୁ ଦୁଇଥର ବିଧାୟକ ଥିବା ଶାରଦା ରାଥୋଡଙ୍କ ମଧ୍ୟ ସମାନ ଅଭିଯୋଗର ପୁନରାବୃତ୍ତି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ହରିୟାଣା ନିର୍ବାଚନରେ କଂଗ୍ରେସ ଟିକେଟ ଚେହେରା ଆଧାରରେ ବଣ୍ଟନ କରାଯାଉଛି। ଏହି ପ୍ରସଙ୍ଗରେ ଭାଜପା କଂଗ୍ରେସକ ଟାର୍ଗେଟ କରିଛି ଏବଂ ଶେହଜାଦ ପୁନାୱାଲା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପ୍ରଶ୍ନ କରିଛନ୍ତି ମୁଁ ଜଣେ ଝିଅ, ବ୍ରିଗେଡ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା କିଛି କହିବେ ନା ତାଙ୍କୁ ସିମି ପରି ବରଖାସ୍ତ କରାଯିବ ବୋଲି ସେ ପ୍ରଶ୍ନ କରିନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲୁନି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏଗ୍ରୋ ମଲ୍ : ନିର୍ମାଣ ଶେଷକୁ ବର୍ଷେ ବିତିଲାଣି,ତଥାପି….

ଦାରିଙ୍ଗବାଡି, ୧୯।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବସ୍‌ଷ୍ଟାଣ୍ଡ ନିକଟରେ ନବନିର୍ମିତ କୃଷି ବଜାର (ଏଗ୍ରୋ ମଲ୍) ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଆଶା କରି…

ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା: ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ

ଦିଗପହଣ୍ଡି, ୧୯।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧର୍ମରାୟପୁର ଗ୍ରାମର ରମେଶ ଚନ୍ଦ୍ର ଜେନାଙ୍କୁ ପାଟପୁର ପୋଲିସ କୋର୍ଟଙ୍କ ଜାରି କରାଯାଇଥିବା ୱାରେଣ୍ଟ…

‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ

ଭୁବନେଶ୍ୱର,୧୯।୭ (ସୌମ୍ୟରଞ୍ଜନ ରାଉତ): ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ବର୍ଷ ପାଇଁ ଶନିବାର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ଲହରୀ’ ଶ୍ରେଷ୍ଠ…

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ…

ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି…

ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri