ଜାତିର ଭୂମିକା ନାହିଁ

କୋଭିଡ୍‌-୧୯ ମହାମାରୀ ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥା କିଭଳି ରହିଛି ଦେଖାଇ ଦେଇଛି। କେବଳ ଶଯ୍ୟା ଓ ଅକ୍ସିଜେନ୍‌ ସିଲିଣ୍ଡର ଅଭାବ ଯୋଗୁ ଅସଂଖ୍ୟ ଲୋକଙ୍କ ଜୀବନ ଯାଇଛି ତା’ନୁହେଁ, ଗତ ଦେଢ଼ ବର୍ଷରେ ସମସ୍ତେ ପ୍ରମାଣ ପାଇଲେ ଯେ ଭାରତରେ ବଞ୍ଚିଥିବା ବ୍ୟକ୍ତି ଦୈବୀଶକ୍ତିରେ ତିଷ୍ଠିଛି। ଡାକ୍ତର ଓ ଡାକ୍ତରଖାନା ସବୁ ଏବେ ବ୍ୟବସାୟରେ ପରିଣତ ହେଲାଣି। ଗୋଟିଏ ଗୋଟିଏ ଅଞ୍ଚଳରେ ଅଭିଜ୍ଞ ଡାକ୍ତର ନ ଥିବାରୁ ଜନସାଧାରଣ କି ପ୍ରକାର ଦହଗଞ୍ଜ ହୋଇଥାଆନ୍ତି ତାହା ସମସ୍ତେ ଅନୁଭବ କରୁଛନ୍ତି। ଏଭଳି ସ୍ଥଳେ କେନ୍ଦ୍ର ସରକାର ଡାକ୍ତରୀ ପାଠ୍ୟକ୍ରମରେ ସଂରକ୍ଷଣକୁ ଆହୁରି ବଢ଼ାଇ ଦେଇଛନ୍ତି। ୨୯ ଜୁଲାଇରେ କେନ୍ଦ୍ର ସରକାର ସର୍ବଭାରତୀୟ ସ୍ତରରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ପାଇଁ ୨୭ ପ୍ରତିଶତ ଏବଂ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍‌)ଙ୍କ ନିମନ୍ତେ ୧୦ ପ୍ରତିଶତ ସିଟ୍‌ ସଂରକ୍ଷଣ ରହିବ ବୋଲି କହିଛନ୍ତି। ନୂତନ ଶିକ୍ଷାନୀତି କାର୍ଯ୍ୟକାରିତାର ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଏ ବିଷୟ ଘୋଷଣା କରିବା ପରେ ଚଳିତ ଶିକ୍ଷାବର୍ଷରୁ ଏମ୍‌ବିବିଏସ୍‌, ଏମ୍‌ଡି, ଏମ୍‌ଏସ୍‌, ବିଡିଏସ୍‌, ଏମ୍‌ଡିଏସ୍‌ ଓ ଡିପ୍ଲୋମା ମେଡିକାଲ ପ୍ରୋଗ୍ରାମଗୁଡ଼ିକରେ ନୂତନ ସଂରକ୍ଷଣ ଆଇନ ଲାଗୁ ହେବ।
ମଣିଷ ଜୀବନ ରକ୍ଷା କରୁଥିବା ପାଠ୍ୟକ୍ରମରେ ମେଧାବୀଙ୍କ ଯୋଗଦାନ ସର୍ବଦା ଗୁରୁତ୍ୱ ବହନ କରିବା କଥା। ସଂରକ୍ଷଣ ପରିବର୍ତ୍ତେ ପ୍ରତିଭାସମ୍ପନ୍ନ ଛାତ୍ରୀଛାତ୍ରଙ୍କୁ ଅଗ୍ରପ୍ରାଧାନ୍ୟ ଦିଆଯିବା ରାଷ୍ଟ୍ରର ନୀତିରେ ପରିଣତ ହେବା ଜରୁରୀ। ମନେହେଉଛି ଯେପରି କେବଳ ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ ଏଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ମିଆଦୀ ବଢ଼ାଯାଉଛି। କେଉଁ ଦଳ କ୍ଷମତାସୀନ ହେଲେ କେଉଁ ଜାତି ବା ବର୍ଗକୁ ଖୁସି କରିବା ସକାଶେ କିଭଳି ପଦକ୍ଷେପ ନିଆଯିବ ତାହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ମୋଟାମୋଟି କହିଲେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ସୁବିଧା ଯାଚିବାର ଏ ଯେଉଁ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି, ତାହା ଦ୍ୱାରା ବ୍ୟବସ୍ଥା ଦୁର୍ବଳ ହୋଇଯାଉଛି। ଜନସାଧାରଣଙ୍କୁ ସବୁ ଦଳର ସରକାର ସୁବିଧା ଦେବା ଦରକାର। କିନ୍ତୁ ସେହି ସୁବିଧା ସମାଜର କ୍ଷତି ଘଟାଇବା ଉଚିତ ନୁହେଁ। ଏହି ଭୁଲ ନୀତିକୁ ବିରୋଧ କଲେ କୌଣସି ରାଜନୈତିକ ଦଳ ତିଷ୍ଠିପାରିବ ନାହିଁ। ତେଣୁ ଏଭଳି କ୍ଷେତ୍ରରେ ଭିନ୍ନ ମତ ପୋଷଣ କରୁଥିବା ବହୁ ରାଜନେତା ଚୁପ୍‌ ହୋଇ ସାଲିସ କରିବାକୁ ବାଧ୍ୟ ହୋଇଥାଆନ୍ତି। ଏବେ ଆଲୋଚନା ହେଉଛି ଯେ, ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ଭୋଟ୍‌ ହାତେଇବା ପାଇଁ ଏଭଳି ଗୁଗ୍‌ଲୀ ଫିଙ୍ଗିଛି। ଉତ୍ତର ପ୍ରଦେଶର ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ବିମୁଦ୍ରୀକରଣ କରାଇ କଳାଧନ ବିରୋଧରେ ଅଭିଯାନ କରୁଛନ୍ତି ବୋଲି ମିଥ୍ୟା ପ୍ରଚାର କରିଥିଲେ। ସେହି ଅର୍ଥନୈତିକ ମାଡ଼ କେବଳ ଆଜି ନୁହେଁ, ଭବିଷ୍ୟତରେ ଆହୁରି ଅନେକ ବର୍ଷ ଯାଏ ଦେଶ ଭୋଗିବ। ଏବେ ପୁନର୍ବାର ଆଉ ଗୋଟିଏ ନିର୍ବାଚନ ପୂର୍ବରୁ ଶିକ୍ଷା ନୀତିରେ ସଂରକ୍ଷଣ ଦୀର୍ଘମିଆଦୀ କ୍ଷତି ପହଞ୍ଚାଇବ। ଏଭଳିସ୍ଥଳେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ଅତି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସଂରକ୍ଷଣ ପ୍ରତିଶତକୁ ବୃଦ୍ଧି କରାଯିବାକୁ ଏକ ସମାଜବିରୋଧୀ ପଦକ୍ଷେପ ଭାବେ କୁହାଯାଇପାରେ। ଏହାଦ୍ୱାରା ସମଗ୍ର ସଂରକ୍ଷଣକୁ ବିରୋଧ କରାଯାଉନାହିଁ। ଐତିହାସିକ ଦୃଷ୍ଟିକୋଣରୁ ସମାଜର ପଛୁଆ ବର୍ଗକୁ ଅନେକ ଶତାବ୍ଦୀ ଧରି ଦମନ କରାଯାଇ ଆସୁଛି। ସେମାନଙ୍କୁ ନ୍ୟାୟ ଦେବା ପାଇଁ ଭାରତୀୟ ସମାଜକୁ ଅନେକ କଷ୍ଟ ସହିବାକୁ ପଡ଼ିବ। କିନ୍ତୁ ଏକବିଂଶ ଶତାବ୍ଦୀର ଆଧୁନିକ ଯୁଗରେ ମେରିଟ୍‌ ବା ମେଧାର ନିଶ୍ଚିତ ଆବଶ୍ୟକତା ରହିଛି। ଜଣେ ପଛୁଆ ବର୍ଗର ରୋଗୀ ମଧ୍ୟ ଭଲ ଡାକ୍ତରଙ୍କ ଚିକିତ୍ସାଧୀନ ହେବାକୁ ଚାହିଁବେ। ଜୀବନ ବଞ୍ଚାଇଲା ବେଳକୁ ଜାତିର ଭୂମିକା ଗୌଣ।
ଭାରତରେ ୧,୪୪୫ ରୋଗୀଙ୍କ ପାଇଁ ଜଣେ ଡାକ୍ତର ରହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ୧,୦୦୦ ରୋଗୀରେ ଜଣେ ଡାକ୍ତର ରହିବା ଉଚିତ ବୋଲି ବ୍ୟବସ୍ଥା କରିଛି। ତେଣୁ ଜୀବନ ବଞ୍ଚାଉଥିବା ଡାକ୍ତରଙ୍କ ଭଳି ଅନ୍ୟ କେତୋଟି ପେସା ଯଥା-ଉଡ଼ାଜାହାଜର ପାଇଲଟ, ସେନାର ଉଚ୍ଚପଦସ୍ଥ ଅଧିକାରୀ, ନ୍ୟାୟାଳୟର ବିଚାରପତିଙ୍କ କ୍ଷେତ୍ରରେ ଜାତିର କୌଣସି ଭୂମିକା ରହିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri