ଅର୍ଥକରୀ ଫସଲ ହିଁ ଚାଷୀଙ୍କୁ ସ୍ବାବଲମ୍ବୀ କରିବ

କେନ୍ଦ୍ରାପଡ଼ା ଅଫିସ,୭ା୨:କେନ୍ଦ୍ର ସରକାରଙ୍କ ବଜେଟରେ କୃଷିକୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରତି ଜିଲାରେ ଗୋଟିଏ ଉପତ୍ାଦକୁ ଗୁରୁତ୍ୱ ଦେବା ପାଇଁ ଏଥିରେ ଯୋଜନା କରାଯାଇଛି। ପାରମ୍ପରିକ କୃଷିକୁ ପ୍ରାଧାନ୍ୟ ଦେବା ସହ ଏଥିପାଇଁ ୫ ବର୍ଷୀୟା ଯୋଜନା କରିବାକୁ ହେବ। ଅର୍ଥକରୀ ଫସଲ ଦ୍ୱାରା ଏହା ସମ୍ଭବ ହୋଇପାରିବ। ତେବେ ଭିତ୍ତିଭୂମି ସୁଦୃଢ଼ୀକରଣକୁ ଗୁରୁତ୍ୱ ଦେବାକୁ କେନ୍ଦ୍ରାପଡ଼ା ଜିଲାରେ ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଜିଲା ଜନ ଅଧିକାର ମଞ୍ଚର ସଭାପତି ଭୁବନାନନ୍ଦ ଜେନା, ଜିଲା ଜନ ସୁରକ୍ଷା ମଞ୍ଚ ସଭାପତି ଗଣେଶ ଚନ୍ଦ୍ର ସାମଲ, ସାମାଜିକ କର୍ମୀ ସଞ୍ଜୟ କୁମାର ବେହେରା, କ୍ଷିତୀଶ କୁମାର ସିଂହ ପ୍ରମୁଖ କହିଛନ୍ତି, ଜିଲାକୁ କୃଷି ଅର୍ଥ ଦେଉଥିବା ବେଳେ ଏହାର ଉପତ୍ାଦନ ପରିଚାଳନାରେ ଘୋର ଅଭାବ ଦେଖାଦେଇଛି। ଜିଲାରେ ଜଳ ପରିଚାଳନାର ଯଥେଷ୍ଟ ଗୁରୁତ୍ୱ ଅଛି। ସେହିପରି କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲାର ଅଧିବାସୀ ବାହାର ଜିଲା ଓ ରାଜ୍ୟର ଉପତ୍ାଦକୁ ଅପେକ୍ଷା କରିବାକୁ ପଡୁଛି। କୃଷକଙ୍କ ମେକ୍‌ ଇନ ରୁରାଲ କେନ୍ଦ୍ରାପଡ଼ାର ସ୍ବପ୍ନ ସରକାରୀ ଅସହଯୋଗ ପାଇଁ ପୂରଣ ହୋଇପାରୁନହିଁ। ୨୦୧୫ ମସିହାରୁ ପରମ୍ପରାଗତ କୃଷି ବିକାଶ ଯୋଜନା କେନ୍ଦ୍ର ସରକାର ଆରମ୍ଭ କରିଥିବା ବେଳେ ଏହି ଜିଲାକୁ ଅଦ୍ୟାବଧି ସାମିଲ କରାଯାଇ ପାରିନାହିଁ। ଜିଲାର ୭ ନଦୀର ଜଳ ସହ ଉପଯୁକ୍ତ ବର୍ଷା ଅର୍ଥକରୀ ଫସଲ ପାଇଁ ଉପଯୋଗୀ। ପର୍ଯ୍ୟାପ୍ତ ଚାଷଜମି, ମାନବ ସମ୍ବଳ ସତ୍ତ୍ୱେ କୃଷି ଏବେ ସନ୍ତୋଷଜନକ ଉପାର୍ଜନ ଦେଇପାରୁନାହିଁ। କୃଷି ବିଶେଷଜ୍ଞଙ୍କ ଦ୍ୱାରା ଅନୁଧ୍ୟାନ କରି ସାମୂହିକ ଫସଲ ପାଇଁ ୫ ବର୍ଷୀୟା ଖସଡ଼ା ପ୍ରସ୍ତୁତ ହୋଇପାରିଲେ ଚାଷୀ ସ୍ବାବଲମ୍ବୀ ହେବେ। ମେକ୍‌ ଇନ୍‌ ଇଣ୍ଡିଆ, ମେକ୍‌ ଇନ୍‌ ଓଡ଼ିଶା ପରି ଜିଲା ଅର୍ଥନୀତିକୁ ସୁଦୃଢ଼ ପାଇଁ କୃଷି କ୍ଷେତ୍ରରେ ମେକ୍‌ ଇନ୍‌ ରୁରାଲ କେନ୍ଦ୍ରାପଡ଼ା ଆହ୍ବାନ କାର୍ଯ୍ୟକାରୀ ହେବା କଥା। ଅଦ୍ୟାବଧି ସ୍ଥାନୀୟ ରାଜନେତା ଓ ପ୍ରଶାସକ ଏଥିପ୍ରତି ଧ୍ୟାନ ଦେଇନାହାନ୍ତି। ସାମ୍ପ୍ରତିକ ସମୟରେ ଜୈବିକ ଖାଦ୍ୟ ପ୍ରତି ଲୋକଙ୍କ ରୁଚି ବଢୁଛି। କେନ୍ଦ୍ର ସରକାର ମଧ୍ୟ ୨୦୧୫ମସିହାରେ ଜୈବିକ ଚାଷକୁ ଗୁରୁତ୍ୱ ଦେଇ ନ୍ୟାଶନାଲ ମିଶନ ଅନ ସଷ୍ଟେନବ୍‌ଲ ଏଗ୍ରିକଲଚର (ଏନ୍‌ଏମ୍‌ଏସ୍‌ଏ) ଅଧୀନରେ ପରମ୍ପରାଗତ କୃଷି ବିକାଶ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ଓଡ଼ିଶାର ଅନ୍ୟ ଜିଲାରେ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ କେନ୍ଦ୍ରାପଡ଼ାକୁ ସାମିଲ କରାଯାଇନାହିଁ। ଜିଲାରେ ୭ ନଦୀ ଓ ୨୭ ଶାଖା ନାଳ ଅଛି। ପ୍ରତିବର୍ଷ ପ୍ରାୟ ୧୪୦୦ ମିଲିମିଟର ବର୍ଷା ହେଉଛି। ତେବେ ବର୍ଷା ଜଳ ସଂରକ୍ଷଣ ଓ ନଦୀ ନାଳ ଜଳର ପରିଚାଳନା ଚାଷୀଙ୍କ ପାଇଁ ଆତଙ୍କ ସୃଷ୍ଟି କରୁଛି। ବର୍ଷାଦିନେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଥିବା ବେଳେ ଜଳ ସେଚନ ପାଇଁ ଜିଲାର ପ୍ରାୟ ୪୦ ହଜାର ହେକ୍ଟର ଜମି ପଡ଼ିଆ ପଡ଼ୁଛି। ଏହା ବ୍ୟତୀତ ଜିଲାର ଚାଷୀ ଧାନ ଫସଲ ମଧ୍ୟରେ ସୀମିତ ରହୁଛନ୍ତି। ଫଳରେ ଆୟ କମୁଛି। ସାମୂହିକ ଭାବେ ଏକ ୫ ବର୍ଷୀୟା ଅର୍ଥକରୀ ଫସଲ ପାଇଁ କୃଷି ଗବେଷକଙ୍କ ଏକ କମିଟି ଆବଶ୍ୟକ। ପ୍ରାକୃତିକ ବିପର୍ଯ୍ୟୟ, ଜଳ ସେଚନ ବ୍ୟବସ୍ଥା, ତାଲିମ ସହ ଅର୍ଥକରୀ ଫସଲର ଉପତ୍ାଦନ ଓ ବିକ୍ରିକୁ ନେଇ ସ୍ପଷ୍ଟ ମତ ପ୍ରକାଶ ପାଇଲେ ଜିଲାର କୃଷି ଶିଳ୍ପକୁ ଆଗେଇ ନେଇ ହେବ। ସାମ୍ପ୍ରତିକ ସମୟରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦରମା ସହ ୮ ଏକର ଚାଷ କରୁଥିବା ଚାଷୀର ଆୟ ସମାନ ହେଉ ନ ଥିବାରୁ କୃଷି ପ୍ରତି ଆଗ୍ରହ ପ୍ରକାଶ ପାଉନାହିଁ। ଯୁବବର୍ଗ କୃଷି ଅପେକ୍ଷା କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯାଉଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଜିଲା କୃଷି ବିଭାଗ ବୈଠକରେ ପାରମ୍ପରିକ ଭାବେ ଆଲୋଚନା ନ ହୋଇ ଆଗାମୀଦିନରେ କୃଷି ପ୍ରକଳ୍ପକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri