ଶତାଧିକ ତାଳ ଗଛ କାଟି ନେଲେ ଦୁର୍ବୃତ୍ତ, ପ୍ରଶାସନ ଚୁପ

ପଟ୍ଟାମୁଣ୍ଡାଇ,୭ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଲିପାଟଣା ପଞ୍ଚାୟତର ଖଡିପାଳ-ଆଗାଡିଆ ମୌଜାରୁ ଶତାଧିକ ତାଳ ଗଛ ଦୁର୍ବୃତ୍ତମାନେ କାଟି ନେଇଛନ୍ତି। ଏ ନେଇ ୧୫ ଦିନ ତଳେ ତହସିଲରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା। ପଟ୍ଟାମୁଣ୍ଡାଇର ତତ୍‌କାଳିନ ତହସିଲଦାର ଓ ରାଜନଗର ବନଖଣ୍ଡ ଫରେଷ୍ଟର ମହନ୍ତ କୁମାର ମଲ୍ଲିକ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ଗଛ କଟା ଓ ନିର୍ମାଣାଧୀନ ରାସ୍ତା କାର୍ଯ୍ୟର ତଦନ୍ତ କରିଥିଲେ। ଗଛ ଲଗା ଯାଇଥିବା ପ୍ଲଟର ସତ୍ୟତା ଉପରେ ମାପ କରାଯାଇ ଯାଞ୍ଚ କରାଯାଇଥିଲା। ଘଟଣାସ୍ଥଳରେ ଅଭିଯୋଗକାରୀ ଲୋକମାନେ ରୁଣ୍ଡ ହୋଇଥିଲେ। ତେବେ ତଦନ୍ତ ପରେ ଫରେଷ୍ଟର ଓ ରାଜସ୍ବ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଫେରି ଆସିଥିଲେ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଗଛ କଟା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନ ନେଇ ବିଳମ୍ବ ତଦନ୍ତକୁ ଅନେକ ଗ୍ରହଣ କରି ପାରି ନ ଥିଲେ। ଏ ସମ୍ପର୍କ ରାଜନଗର ବନଖଣ୍ଡ ଫରେଷ୍ଟର ମଲ୍ଲିକଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ମାତ୍ର ଆଜକୁ ପ୍ରାୟ ୧୫ଦିନ ଅତିବାହିତ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ଦୁର୍ବୃତ୍ତମାନେ ଅନ୍ୟ ଗଛ ମଧ୍ୟ କାଟି ନେଇ ଯାଉଛନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ ଶିବପ୍ରସାଦ ପରିଡା, ଦାମୋଦର ପରିଡା, କାଳନ୍ଦୀ ସ୍ବାଇଁ, ଅନିରୁଧ ବିଶ୍ୱାଳ, ସୁବାସ ବଳ, ପୁଷ୍ପଲତା ସାହୁ, ରାଜେନ୍ଦ୍ର ସାହୁ ଅମରବର ପାତ୍ର, ବିନୋଦ ମଲିକ, ଶଙ୍କର ମଳିକ, ଅକ୍ଷୟ ମହାଳିକ, ଜିତେନ୍ଦ୍ର ସ୍ବାଇଁଙ୍କ ସମେତ ଶତାଧିକ ଲୋକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କିଛି ମାସ ତଳେ ତହସିଲଦାରଙ୍କ ବାସଭବନ ପାଖରୁ ଲକ୍ଷାଧିକ ଟଙ୍କାର ଶିଶୁ ଗଛ କଟା ହୋଇଗଲା। ଅଭିଯୋଗ ପରେ ଫରେଷ୍ଟର ମଲିକ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ପରେ ଲକ୍ଷାଧିକ ଟଙ୍କାର ଶିଶୁ ଗଛ କୁଆଡେ ଗଲା ତାହାର ହିସାବ ମିଳିଲା ନାହିଁ । କିଏ ଏହି ଶିଶୁ ଗଛ କାଠ ନେଲା ତାହାର ହିସାବ ନା ଅଛି ବନ ବିଭାଗ ପାଖରେ ନା ଅଛି ରାଜସ୍ବ ବିଭାଗ ପାଖରେ। ସେହିଭଳି ଲକ୍ଷାଧିକ ଟଙ୍କାର ଶତାଧିକ ତାଳ ଗଛ କଟାକୁ ନେଇ ଜନସାଧାରଣ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯଦି ଏହାର ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତାହା ହେଲ ପରିବେଶବିତ୍‌ ବିଭୂତି ଭୂଷଣ ତ୍ରିପାଠୀଙ୍କ ସମେତ ଅଭିଯୋଗକାରୀ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ରାଜନଗର ରେଞ୍ଜର ଚିତରଞ୍ଜନ ବେଉରାଙ୍କୁ ପଚାରିବାରୁ ପଟ୍ଟାମୁଣ୍ଡାଇ ତହସିଲ ଏରିଆ ଭିତରେ ଗଛ ସବୁ ରହୁଛି। ତେଣୁ ତହସିଲ ପ୍ରଶାସନ ଯାହା କିଛି ପଦକ୍ଷେପ ନେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri