ଶତାଧିକ ତାଳ ଗଛ କାଟି ନେଲେ ଦୁର୍ବୃତ୍ତ, ପ୍ରଶାସନ ଚୁପ

ପଟ୍ଟାମୁଣ୍ଡାଇ,୭ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଲିପାଟଣା ପଞ୍ଚାୟତର ଖଡିପାଳ-ଆଗାଡିଆ ମୌଜାରୁ ଶତାଧିକ ତାଳ ଗଛ ଦୁର୍ବୃତ୍ତମାନେ କାଟି ନେଇଛନ୍ତି। ଏ ନେଇ ୧୫ ଦିନ ତଳେ ତହସିଲରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା। ପଟ୍ଟାମୁଣ୍ଡାଇର ତତ୍‌କାଳିନ ତହସିଲଦାର ଓ ରାଜନଗର ବନଖଣ୍ଡ ଫରେଷ୍ଟର ମହନ୍ତ କୁମାର ମଲ୍ଲିକ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ଗଛ କଟା ଓ ନିର୍ମାଣାଧୀନ ରାସ୍ତା କାର୍ଯ୍ୟର ତଦନ୍ତ କରିଥିଲେ। ଗଛ ଲଗା ଯାଇଥିବା ପ୍ଲଟର ସତ୍ୟତା ଉପରେ ମାପ କରାଯାଇ ଯାଞ୍ଚ କରାଯାଇଥିଲା। ଘଟଣାସ୍ଥଳରେ ଅଭିଯୋଗକାରୀ ଲୋକମାନେ ରୁଣ୍ଡ ହୋଇଥିଲେ। ତେବେ ତଦନ୍ତ ପରେ ଫରେଷ୍ଟର ଓ ରାଜସ୍ବ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଫେରି ଆସିଥିଲେ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଗଛ କଟା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନ ନେଇ ବିଳମ୍ବ ତଦନ୍ତକୁ ଅନେକ ଗ୍ରହଣ କରି ପାରି ନ ଥିଲେ। ଏ ସମ୍ପର୍କ ରାଜନଗର ବନଖଣ୍ଡ ଫରେଷ୍ଟର ମଲ୍ଲିକଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ମାତ୍ର ଆଜକୁ ପ୍ରାୟ ୧୫ଦିନ ଅତିବାହିତ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ଦୁର୍ବୃତ୍ତମାନେ ଅନ୍ୟ ଗଛ ମଧ୍ୟ କାଟି ନେଇ ଯାଉଛନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ ଶିବପ୍ରସାଦ ପରିଡା, ଦାମୋଦର ପରିଡା, କାଳନ୍ଦୀ ସ୍ବାଇଁ, ଅନିରୁଧ ବିଶ୍ୱାଳ, ସୁବାସ ବଳ, ପୁଷ୍ପଲତା ସାହୁ, ରାଜେନ୍ଦ୍ର ସାହୁ ଅମରବର ପାତ୍ର, ବିନୋଦ ମଲିକ, ଶଙ୍କର ମଳିକ, ଅକ୍ଷୟ ମହାଳିକ, ଜିତେନ୍ଦ୍ର ସ୍ବାଇଁଙ୍କ ସମେତ ଶତାଧିକ ଲୋକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କିଛି ମାସ ତଳେ ତହସିଲଦାରଙ୍କ ବାସଭବନ ପାଖରୁ ଲକ୍ଷାଧିକ ଟଙ୍କାର ଶିଶୁ ଗଛ କଟା ହୋଇଗଲା। ଅଭିଯୋଗ ପରେ ଫରେଷ୍ଟର ମଲିକ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ପରେ ଲକ୍ଷାଧିକ ଟଙ୍କାର ଶିଶୁ ଗଛ କୁଆଡେ ଗଲା ତାହାର ହିସାବ ମିଳିଲା ନାହିଁ । କିଏ ଏହି ଶିଶୁ ଗଛ କାଠ ନେଲା ତାହାର ହିସାବ ନା ଅଛି ବନ ବିଭାଗ ପାଖରେ ନା ଅଛି ରାଜସ୍ବ ବିଭାଗ ପାଖରେ। ସେହିଭଳି ଲକ୍ଷାଧିକ ଟଙ୍କାର ଶତାଧିକ ତାଳ ଗଛ କଟାକୁ ନେଇ ଜନସାଧାରଣ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯଦି ଏହାର ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତାହା ହେଲ ପରିବେଶବିତ୍‌ ବିଭୂତି ଭୂଷଣ ତ୍ରିପାଠୀଙ୍କ ସମେତ ଅଭିଯୋଗକାରୀ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ରାଜନଗର ରେଞ୍ଜର ଚିତରଞ୍ଜନ ବେଉରାଙ୍କୁ ପଚାରିବାରୁ ପଟ୍ଟାମୁଣ୍ଡାଇ ତହସିଲ ଏରିଆ ଭିତରେ ଗଛ ସବୁ ରହୁଛି। ତେଣୁ ତହସିଲ ପ୍ରଶାସନ ଯାହା କିଛି ପଦକ୍ଷେପ ନେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri