ଅର୍ଥକରୀ ଫସଲ ଅଫିମ

ଅଫିମ ଓ ଗଞ୍ଜେଇ ଚାଷ କରିବା ଲାଗି ବହୁ ସରକାରୀ କଟକଣା ରହିଛି। ଏଗୁଡ଼ିକରେ ଔଷଧୀୟ ଗୁଣ ଥିଲେ ମଧ୍ୟ ମାଦକଦ୍ରବ୍ୟ ଭାବେ ଏହାର ବହୁଳ ଅପବ୍ୟବହାର କରାଯାଉଥିବାରୁ ଏଭଳି ପ୍ରତିବନ୍ଧକ ଲଗାଯାଇଛି। ବେଆଇନ ଭାବେ ଯେଉଁଠାରେ ଏହି ଚାଷ କରାଯାଉଛି ତାହାକୁ ପୋଲିସ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖାଯାଉଛି। ବିଶେଷକରି ପପି ବା ଅଫିମରୁ ହେରୋଇନ୍‌ ପ୍ରସ୍ତୁତ ହେଉଥିବାରୁ ଏହି ମାଦକଦ୍ରବ୍ୟ କାରବାର ଉପରେ ସରକାରୀ ସ୍ତରରେ ରୋକ ଲଗାଯାଇଛି। ତେବେ ଭାରତରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପପି ଚାଷକୁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକ ଏମାନଙ୍କଠାରୁ କିଲୋ ପିଛା ୨,୦୦୦ରୁ ୨,୨୦୦ ଟଙ୍କା ଭିତରେ କିଣୁଛନ୍ତି। ପୂର୍ବାପେକ୍ଷା ଏହା ଖୁଚୁରାରେ ମିଳୁ ନ ଥିବାରୁ ଲୋକେ ଚଢ଼ା ଦରରେ କ୍ରୟ କରୁଛନ୍ତି। ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ରାଜ୍ୟରେ ଏହି ଚାଷ କରିବା ଲାଗି କେନ୍ଦ୍ରଠାରୁ ଅନୁମତି ଲୋଡ଼ିଛନ୍ତି। ବିଧାନସଭାରେ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଥିବା ବେଳେ ସେ ଏଥିଲାଗି ବିରୋଧୀଙ୍କ ସହାୟତା ମାଗିଥିବା ଖବର ଶୁଣିବାକୁ ମିଳିଛି। ତାଙ୍କ ଯୁକ୍ତି ହେଉଛି ଯେ, ସବୁ ଅଫିମ ମଞ୍ଜିକୁ ମାଦକଦ୍ରବ୍ୟ ଭାବେ ବ୍ୟବହାର କରାଯାଉ ନାହିଁ। ତାଙ୍କ ବେଙ୍ଗଲି ଥାଳିରେ ପୋସ୍ତର ବରା ଓ ଆଳୁ ପୋସ୍ତ ନିହାତି ରହିଥାଏ। ଏଠାରେ ଉଲ୍ଲେଖ କରାଯାଇପାରେ, ଓଡ଼ିଆ ଖାଦ୍ୟରେ ମଧ୍ୟ ପୋସ୍ତ (ଯାହାକି ପପି ବା ଅଫିମର ମଞ୍ଜି) ଅତ୍ୟନ୍ତ ରୁଚିକର ସ୍ବାଦ ଯୋଡ଼ିଥାଏ। ତେଣୁ ଅଫିମ ମଞ୍ଜି ବ୍ୟବହାର କରାଯାଇ ଏହି ରେସିପି ବା ପାକପଦ୍ଧତି ସମ୍ପନ୍ନ କରାଯାଉଥିବାରୁ ଏହାର ଆବଶ୍ୟକତା ଯଥେଷ୍ଟ ରହିଛି। ଯେହେତୁ ଏହାର ଦାମ ଅଧିକ ରହୁଛି, ପଶ୍ଚିମବଙ୍ଗରେ ଏହି ଚାଷକୁ ଅନୁମତି ଦିଆଗଲେ ଲୋକେ କିଲୋ ପିଛା ୧୦୦ ଟଙ୍କାରେ ଏହି ଦ୍ରବ୍ୟକୁ ପାଇପାରନ୍ତେ। ଏଥିସହିତ ମମତା ପ୍ରଶ୍ନ କରିଛନ୍ତି, ଯଦି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନକୁ ଅନୁମତି ଦିଆଯାଇଛି, ତାହା ହେଲେ ତାଙ୍କ ରାଜ୍ୟକୁ ଅନୁମତି କାହିଁକି ଦିଆ ନ ଯିବ।
ବାସ୍ତବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ଖୁଣି ହେବ ନାହିଁ। ନିଜ ରାଜ୍ୟର ଆବଶ୍ୟକତା ଓ ଆର୍ଥିକ ଦିଗକୁ ଦୃଷ୍ଟିରେ ରଖି ସେ ପପି ଚାଷ ଲାଗି ଅନୁମତି ମାଗିବା ଯଥାର୍ଥ। ଏମିତି ଦେଖିଲେ ଯେଉଁ ରାଜ୍ୟରେ ପପି ଚାଷ ହେଉଛି ସେଠାରେ ଅବକାରୀ ଆୟ ବୃଦ୍ଧି ପାଇବା ସହିତ କଳାବଜାର ବନ୍ଦ ହୋଇଯିବା ସ୍ବାଭାବିକ। ଅନ୍ୟପଟେ କୌଣସି ଅର୍ଥକରୀ ଫସଲକୁ ବାରଣ କଲେ ସେଥିରେ କଳାବଜାର ବୃଦ୍ଧି ପାଇଥାଏ। ଭାରତରେ କେବଳ ତିନୋଟି ରାଜ୍ୟ ଅଫିମ ଗଛ ଲଗାଇ ଏହାର ବିକ୍ରିବଟା ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରୁଥିବାରୁ ସେମାନେ ଲାଭବାନ ହେଉଛନ୍ତି। ଅନ୍ୟପଟେ ଏହାକୁ କିଣୁଥିବା ରାଜ୍ୟର ଲୋକମାନେ ଆର୍ଥିକ ଦୃଷ୍ଟିରୁ କ୍ଷତି ସହୁଛନ୍ତି। ଅଫିମ ମଞ୍ଜି ଔଷଧ ନିର୍ମାତାଙ୍କ ପାଇଁ ଆବଶ୍ୟକ ହେଉଥିବାରୁ ଏହାକୁ ବ୍ୟବସ୍ଥିତ ଢଙ୍ଗରେ ଯେଉଁମାନେ ଚାଷ କରିପାରନ୍ତେ, ସେମାନେ ଅର୍ଥ ଉପାର୍ଜନ କରିବାକୁ ସୁଯୋଗ ପାଇପାରନ୍ତେ।
ଗଞ୍ଜେଇ ଓ ଅଫିମକୁ ଦୂରଦୂର ମାର୍‌ମାର୍‌ ଦ୍ରବ୍ୟ ଭାବେ ଦେଖାଯାଇ ଆସୁଥିବାରୁ ଏହାର ନକାରାତ୍ମକ ଦିଗ ବିଷୟରେ ବହୁତ ଆଲୋଚନା ହୋଇଥାଏ। ଏହାଠାରୁ କାହିଁ କେତେ ଗୁଣରେ ମଦ ଓ ଅନ୍ୟାନ୍ୟ ଧୂଆଁପତ୍ର ଲୋକଙ୍କର ଶାରୀରିକ ଓ ଆର୍ଥିକ କ୍ଷତି ଘଟାଉଥିଲେ ମଧ୍ୟ ସେହି ବିଷୟରେ ବିଶେଷ ଆଲୋଚନା ହୋଇ ନ ଥାଏ। ଭାରତର କୃଷି ଅର୍ଥନୀତିକୁ ନୂଆ ରୂପରେ ଦେଖିବାକୁ ହେଲେ ପ୍ରତ୍ୟେକ ରାଜ୍ୟକୁ ସବୁ ପ୍ରକାର ଚାଷ ପାଇଁ ଅନୁମତି ଦିଆଯିବା ଦରକାର। କୁହାଯାଇଥାଏ ଖରାପ ଗଛ ପାଇବା କଷ୍ଟକର। ଅର୍ଥାତ୍‌ ପ୍ରକୃତି ପ୍ରତିଟି ଗଛକୁ ପରିମଣ୍ଡଳର ମଙ୍ଗଳ ଲାଗି ଭେଟି ଦେଇଛି। ଏହାର ଗୁଣକୁ ନଷ୍ଟ କରି ଯେଉଁମାନେ ତାହାକୁ ଖରାପ ଦିଗରେ ବ୍ୟବହାର କରିବେ ତାହା ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଇବ। ଭାରତରେ ପ୍ରତିଟି କ୍ଷେତ୍ରରେ ଗବେଷଣା କମ୍‌ ରହୁଛି। ଏଥିସହିତ ଯେଉଁ ବିଷୟ ବା ସାମଗ୍ରୀ ଉପରେ ପ୍ରତିବନ୍ଧକ, କଟକଣା ବା ରୋକ ଲଗାଯାଉଥିବା କଥା କୁହାଯାଉଛି ତାହାକୁ ଠିକ୍‌ ଭାବେ ପାଳନ କରାଯାଉ ନ ଥିବାରୁ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହେଉଛି। ଉଲ୍ଲେଖଯୋଗ୍ୟ ଯେ, ପପି ଗଛରୁ ଯେଉଁ ଅଫିମ ବାହାରେ ସେହି ସମ୍ବନ୍ଧରେ ଚାରି ହଜାରରୁ ଊର୍ଦ୍ଧ୍ୱ ବର୍ଷ ପୂର୍ବରୁ ସୁମେରୀୟଙ୍କ ଦ୍ୱାରା ଲିପିବଦ୍ଧ ଇତିହାସରୁ ଜଣାପଡ଼ିଛି। ଅଫିମର ଔଷଧୀୟ ବ୍ୟବହାର ସମ୍ପର୍କରେ ସେଥିରେ ଉଲ୍ଲେଖ କରାଯାଇଛି। ବିଶେଷକରି ଶାରୀରିକ ଯନ୍ତ୍ରଣା ନିବାରଣ ଏବଂ ଅସ୍ତ୍ରୋପଚାର କ୍ଷେତ୍ରରେ ଏହାର ପ୍ରବଳ ଚାହିଦା ରହିଛି। ସେଥିପାଇଁ କେବଳ ମାଦକଦ୍ରବ୍ୟ ଭାବି ଏହାକୁ ଦମନ କରିବା ଗ୍ରହଣୀୟ ନୁହେଁ। ସର୍ବୋଚ୍ଚରେ ନିଷ୍ପତ୍ତି ନେଉଥିବା ବର୍ଗ ସବୁ ବିଷୟକୁ ବୈଜ୍ଞାନିକସମ୍ମତ ଧାରାରେ ଚିନ୍ତା କରି ପଦକ୍ଷେପ ନେବା ଉଚିତ। ତେଣୁ ଅଫିମ ଚାଷକୁ ଅନୁମତି ଦିଆଗଲେ ତାହା ସରକାରୀ ନିୟନ୍ତ୍ରଣାଧୀନ ରହିବା ସହିତ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ଆର୍ଥିକ ଦିଗରୁ ଲାଭ ମିଳିପାରିବ।

ଭାରତର କୃଷି ଅର୍ଥନୀତିକୁ ନୂଆ ରୂପରେ ଦେଖିବାକୁ ହେଲେ ପ୍ରତ୍ୟେକ ରାଜ୍ୟକୁ ସବୁ ପ୍ରକାର ଚାଷ ପାଇଁ ଅନୁମତି ଦିଆଯିବା ଦରକାର। କୁହାଯାଇଥାଏ ଖରାପ ଗଛ ପାଇବା କଷ୍ଟକର। ଅର୍ଥାତ୍‌ ପ୍ରକୃତି ପ୍ରତିଟି ଗଛକୁ ପରିମଣ୍ଡଳର ମଙ୍ଗଳ ଲାଗି ଭେଟି ଦେଇଛି। ଏହାର ଗୁଣକୁ ନଷ୍ଟ କରି ଯେଉଁମାନେ ତାହାକୁ ଖରାପ ଦିଗରେ ବ୍ୟବହାର କରିବେ ତାହା ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଇବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ନିର୍ବାଚନ

ଏବେ ମୁଦ୍ରିତ ଗଣମାଧ୍ୟମ ନ ହେଲେ ବି ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଖୋଲିଲେ ଲାଗେ ଓଡ଼ିଶା ବା ଭାରତବର୍ଷରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରତ୍ୟକ୍ଷରେ…

ଉତ୍ତପ୍ତ ୟୁରୋପ

ଜୁନ୍‌ ୨୦ରୁ ୨୮ ମଧ୍ୟରେ ଏକ ଭୟଙ୍କର ଗ୍ରୀଷ୍ମପ୍ରବାହ ୟୁରୋପକୁ ପ୍ରଭାବିତ କରିଥିଲା। ଏହା ପ୍ରଭାବରେ ଫ୍ରାନ୍ସ ଓ ସ୍ପେନର ବିଶାଳ ଅଞ୍ଚଳରେ ଏବେ ଜଙ୍ଗଲ ନିଆଁ…

ପ୍ରତିବାଦର ପଦଧ୍ୱନି

ସିଜେପି- କକ୍‌ରୋଚ୍‌ ଜନତା ପାର୍ଟି। ନଁା ନ ଥିଲା କି ଗନ୍ଧ ନ ଥିଲା। ଏହା କୌଣସି ରାଜନୈତିକ ଦଳ ବି ନୁହେଁ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଯୁବ…

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri