ଅର୍ଥକରୀ ଫସଲ ଅଫିମ

ଅଫିମ ଓ ଗଞ୍ଜେଇ ଚାଷ କରିବା ଲାଗି ବହୁ ସରକାରୀ କଟକଣା ରହିଛି। ଏଗୁଡ଼ିକରେ ଔଷଧୀୟ ଗୁଣ ଥିଲେ ମଧ୍ୟ ମାଦକଦ୍ରବ୍ୟ ଭାବେ ଏହାର ବହୁଳ ଅପବ୍ୟବହାର କରାଯାଉଥିବାରୁ ଏଭଳି ପ୍ରତିବନ୍ଧକ ଲଗାଯାଇଛି। ବେଆଇନ ଭାବେ ଯେଉଁଠାରେ ଏହି ଚାଷ କରାଯାଉଛି ତାହାକୁ ପୋଲିସ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖାଯାଉଛି। ବିଶେଷକରି ପପି ବା ଅଫିମରୁ ହେରୋଇନ୍‌ ପ୍ରସ୍ତୁତ ହେଉଥିବାରୁ ଏହି ମାଦକଦ୍ରବ୍ୟ କାରବାର ଉପରେ ସରକାରୀ ସ୍ତରରେ ରୋକ ଲଗାଯାଇଛି। ତେବେ ଭାରତରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପପି ଚାଷକୁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକ ଏମାନଙ୍କଠାରୁ କିଲୋ ପିଛା ୨,୦୦୦ରୁ ୨,୨୦୦ ଟଙ୍କା ଭିତରେ କିଣୁଛନ୍ତି। ପୂର୍ବାପେକ୍ଷା ଏହା ଖୁଚୁରାରେ ମିଳୁ ନ ଥିବାରୁ ଲୋକେ ଚଢ଼ା ଦରରେ କ୍ରୟ କରୁଛନ୍ତି। ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ରାଜ୍ୟରେ ଏହି ଚାଷ କରିବା ଲାଗି କେନ୍ଦ୍ରଠାରୁ ଅନୁମତି ଲୋଡ଼ିଛନ୍ତି। ବିଧାନସଭାରେ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଥିବା ବେଳେ ସେ ଏଥିଲାଗି ବିରୋଧୀଙ୍କ ସହାୟତା ମାଗିଥିବା ଖବର ଶୁଣିବାକୁ ମିଳିଛି। ତାଙ୍କ ଯୁକ୍ତି ହେଉଛି ଯେ, ସବୁ ଅଫିମ ମଞ୍ଜିକୁ ମାଦକଦ୍ରବ୍ୟ ଭାବେ ବ୍ୟବହାର କରାଯାଉ ନାହିଁ। ତାଙ୍କ ବେଙ୍ଗଲି ଥାଳିରେ ପୋସ୍ତର ବରା ଓ ଆଳୁ ପୋସ୍ତ ନିହାତି ରହିଥାଏ। ଏଠାରେ ଉଲ୍ଲେଖ କରାଯାଇପାରେ, ଓଡ଼ିଆ ଖାଦ୍ୟରେ ମଧ୍ୟ ପୋସ୍ତ (ଯାହାକି ପପି ବା ଅଫିମର ମଞ୍ଜି) ଅତ୍ୟନ୍ତ ରୁଚିକର ସ୍ବାଦ ଯୋଡ଼ିଥାଏ। ତେଣୁ ଅଫିମ ମଞ୍ଜି ବ୍ୟବହାର କରାଯାଇ ଏହି ରେସିପି ବା ପାକପଦ୍ଧତି ସମ୍ପନ୍ନ କରାଯାଉଥିବାରୁ ଏହାର ଆବଶ୍ୟକତା ଯଥେଷ୍ଟ ରହିଛି। ଯେହେତୁ ଏହାର ଦାମ ଅଧିକ ରହୁଛି, ପଶ୍ଚିମବଙ୍ଗରେ ଏହି ଚାଷକୁ ଅନୁମତି ଦିଆଗଲେ ଲୋକେ କିଲୋ ପିଛା ୧୦୦ ଟଙ୍କାରେ ଏହି ଦ୍ରବ୍ୟକୁ ପାଇପାରନ୍ତେ। ଏଥିସହିତ ମମତା ପ୍ରଶ୍ନ କରିଛନ୍ତି, ଯଦି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନକୁ ଅନୁମତି ଦିଆଯାଇଛି, ତାହା ହେଲେ ତାଙ୍କ ରାଜ୍ୟକୁ ଅନୁମତି କାହିଁକି ଦିଆ ନ ଯିବ।
ବାସ୍ତବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ଖୁଣି ହେବ ନାହିଁ। ନିଜ ରାଜ୍ୟର ଆବଶ୍ୟକତା ଓ ଆର୍ଥିକ ଦିଗକୁ ଦୃଷ୍ଟିରେ ରଖି ସେ ପପି ଚାଷ ଲାଗି ଅନୁମତି ମାଗିବା ଯଥାର୍ଥ। ଏମିତି ଦେଖିଲେ ଯେଉଁ ରାଜ୍ୟରେ ପପି ଚାଷ ହେଉଛି ସେଠାରେ ଅବକାରୀ ଆୟ ବୃଦ୍ଧି ପାଇବା ସହିତ କଳାବଜାର ବନ୍ଦ ହୋଇଯିବା ସ୍ବାଭାବିକ। ଅନ୍ୟପଟେ କୌଣସି ଅର୍ଥକରୀ ଫସଲକୁ ବାରଣ କଲେ ସେଥିରେ କଳାବଜାର ବୃଦ୍ଧି ପାଇଥାଏ। ଭାରତରେ କେବଳ ତିନୋଟି ରାଜ୍ୟ ଅଫିମ ଗଛ ଲଗାଇ ଏହାର ବିକ୍ରିବଟା ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରୁଥିବାରୁ ସେମାନେ ଲାଭବାନ ହେଉଛନ୍ତି। ଅନ୍ୟପଟେ ଏହାକୁ କିଣୁଥିବା ରାଜ୍ୟର ଲୋକମାନେ ଆର୍ଥିକ ଦୃଷ୍ଟିରୁ କ୍ଷତି ସହୁଛନ୍ତି। ଅଫିମ ମଞ୍ଜି ଔଷଧ ନିର୍ମାତାଙ୍କ ପାଇଁ ଆବଶ୍ୟକ ହେଉଥିବାରୁ ଏହାକୁ ବ୍ୟବସ୍ଥିତ ଢଙ୍ଗରେ ଯେଉଁମାନେ ଚାଷ କରିପାରନ୍ତେ, ସେମାନେ ଅର୍ଥ ଉପାର୍ଜନ କରିବାକୁ ସୁଯୋଗ ପାଇପାରନ୍ତେ।
ଗଞ୍ଜେଇ ଓ ଅଫିମକୁ ଦୂରଦୂର ମାର୍‌ମାର୍‌ ଦ୍ରବ୍ୟ ଭାବେ ଦେଖାଯାଇ ଆସୁଥିବାରୁ ଏହାର ନକାରାତ୍ମକ ଦିଗ ବିଷୟରେ ବହୁତ ଆଲୋଚନା ହୋଇଥାଏ। ଏହାଠାରୁ କାହିଁ କେତେ ଗୁଣରେ ମଦ ଓ ଅନ୍ୟାନ୍ୟ ଧୂଆଁପତ୍ର ଲୋକଙ୍କର ଶାରୀରିକ ଓ ଆର୍ଥିକ କ୍ଷତି ଘଟାଉଥିଲେ ମଧ୍ୟ ସେହି ବିଷୟରେ ବିଶେଷ ଆଲୋଚନା ହୋଇ ନ ଥାଏ। ଭାରତର କୃଷି ଅର୍ଥନୀତିକୁ ନୂଆ ରୂପରେ ଦେଖିବାକୁ ହେଲେ ପ୍ରତ୍ୟେକ ରାଜ୍ୟକୁ ସବୁ ପ୍ରକାର ଚାଷ ପାଇଁ ଅନୁମତି ଦିଆଯିବା ଦରକାର। କୁହାଯାଇଥାଏ ଖରାପ ଗଛ ପାଇବା କଷ୍ଟକର। ଅର୍ଥାତ୍‌ ପ୍ରକୃତି ପ୍ରତିଟି ଗଛକୁ ପରିମଣ୍ଡଳର ମଙ୍ଗଳ ଲାଗି ଭେଟି ଦେଇଛି। ଏହାର ଗୁଣକୁ ନଷ୍ଟ କରି ଯେଉଁମାନେ ତାହାକୁ ଖରାପ ଦିଗରେ ବ୍ୟବହାର କରିବେ ତାହା ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଇବ। ଭାରତରେ ପ୍ରତିଟି କ୍ଷେତ୍ରରେ ଗବେଷଣା କମ୍‌ ରହୁଛି। ଏଥିସହିତ ଯେଉଁ ବିଷୟ ବା ସାମଗ୍ରୀ ଉପରେ ପ୍ରତିବନ୍ଧକ, କଟକଣା ବା ରୋକ ଲଗାଯାଉଥିବା କଥା କୁହାଯାଉଛି ତାହାକୁ ଠିକ୍‌ ଭାବେ ପାଳନ କରାଯାଉ ନ ଥିବାରୁ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହେଉଛି। ଉଲ୍ଲେଖଯୋଗ୍ୟ ଯେ, ପପି ଗଛରୁ ଯେଉଁ ଅଫିମ ବାହାରେ ସେହି ସମ୍ବନ୍ଧରେ ଚାରି ହଜାରରୁ ଊର୍ଦ୍ଧ୍ୱ ବର୍ଷ ପୂର୍ବରୁ ସୁମେରୀୟଙ୍କ ଦ୍ୱାରା ଲିପିବଦ୍ଧ ଇତିହାସରୁ ଜଣାପଡ଼ିଛି। ଅଫିମର ଔଷଧୀୟ ବ୍ୟବହାର ସମ୍ପର୍କରେ ସେଥିରେ ଉଲ୍ଲେଖ କରାଯାଇଛି। ବିଶେଷକରି ଶାରୀରିକ ଯନ୍ତ୍ରଣା ନିବାରଣ ଏବଂ ଅସ୍ତ୍ରୋପଚାର କ୍ଷେତ୍ରରେ ଏହାର ପ୍ରବଳ ଚାହିଦା ରହିଛି। ସେଥିପାଇଁ କେବଳ ମାଦକଦ୍ରବ୍ୟ ଭାବି ଏହାକୁ ଦମନ କରିବା ଗ୍ରହଣୀୟ ନୁହେଁ। ସର୍ବୋଚ୍ଚରେ ନିଷ୍ପତ୍ତି ନେଉଥିବା ବର୍ଗ ସବୁ ବିଷୟକୁ ବୈଜ୍ଞାନିକସମ୍ମତ ଧାରାରେ ଚିନ୍ତା କରି ପଦକ୍ଷେପ ନେବା ଉଚିତ। ତେଣୁ ଅଫିମ ଚାଷକୁ ଅନୁମତି ଦିଆଗଲେ ତାହା ସରକାରୀ ନିୟନ୍ତ୍ରଣାଧୀନ ରହିବା ସହିତ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ଆର୍ଥିକ ଦିଗରୁ ଲାଭ ମିଳିପାରିବ।

ଭାରତର କୃଷି ଅର୍ଥନୀତିକୁ ନୂଆ ରୂପରେ ଦେଖିବାକୁ ହେଲେ ପ୍ରତ୍ୟେକ ରାଜ୍ୟକୁ ସବୁ ପ୍ରକାର ଚାଷ ପାଇଁ ଅନୁମତି ଦିଆଯିବା ଦରକାର। କୁହାଯାଇଥାଏ ଖରାପ ଗଛ ପାଇବା କଷ୍ଟକର। ଅର୍ଥାତ୍‌ ପ୍ରକୃତି ପ୍ରତିଟି ଗଛକୁ ପରିମଣ୍ଡଳର ମଙ୍ଗଳ ଲାଗି ଭେଟି ଦେଇଛି। ଏହାର ଗୁଣକୁ ନଷ୍ଟ କରି ଯେଉଁମାନେ ତାହାକୁ ଖରାପ ଦିଗରେ ବ୍ୟବହାର କରିବେ ତାହା ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଇବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri