ବିସ୍ମିତ, ବିଦ୍ୟାଶ୍ରୀଙ୍କ ନାମରେ ମାମଲା

ଖଇରା, ୮।୯(ଡି.ଏନ.ଏ.) : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଦିନକୁ ଦିନକୁ ଦିନ ନୂଆମୋଡ ନେବାରେ ଲାଗିଛି। ଆଦିତ୍ୟଙ୍କ ସହ ସମ୍ପର୍କ ଥିବା ଖଇରା ଅଞ୍ଚଳର ଝିଅ ଚିନ୍ମୟୀ ମହାପାତ୍ର (୨୨)ଙ୍କୁ ସାଇକୋ ଲେଡିର ଆଖ୍ୟା ଦେଇ ବଦନାମ କରାଯାଇଥିବା ନେଇ ଖଇରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ୫ତାରିଖରେ ଆଦିତ୍ୟଙ୍କ ବନ୍ଧୁ ବିସ୍ମିତ ଦାସ, ପତ୍ନୀ ବିଦ୍ୟାଶ୍ରୀ ଓ ଅନ୍ୟ କେତେଜଣ ସହଯୋଗୀଙ୍କ ନାମରେ ଏକ ମାମଲା(ନଂ.୧୮୪/୨୦) ରୁଜୁ କରିଛି।
ଚିନ୍ମୟୀଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଖନ୍ତାପଡା ଥାନା ମହାରାଜପୁର ଗ୍ରାମର ବିସ୍ମିତ ଆଦିତ୍ୟଙ୍କ ମୃତ୍ୟୁ ସହ ଚିନ୍ମୟୀ ମହାପାତ୍ରଙ୍କୁ ଯୋଡି ତାଙ୍କୁ ଓ ତାଙ୍କ ପରିବାରକୁ ବଦ୍‌ନାମ କରିବାକୁ ଉଦ୍ୟମ କରୁଛନ୍ତି। ଏଥରେ ତାଙ୍କୁ ସାଇକୋ ଲେଡି, ବ୍ଲାକମେଲର ଭାବେ ବାରମ୍ବାର ଆଖ୍ୟା ଦିଆଯିବା ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଛି। ଏଥିସହ ବିସ୍ମିତ ତାଙ୍କୁ ଅନେକ ସମୟରେ ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ଭାବେ ପରିଚୟ ଦେଇ ଫୋନ କରିବା ତଥା ହ୍ବାଟ୍ସଆପରେ ମେସେଜ ଦେଇ ତାଙ୍କୁ ନିଜ ଅଧୀନରେ ରଖିବାକୁ ଏବଂ ତାଙ୍କ ସଙ୍ଗଠନରେ କାର୍ଯ୍ୟ କରିବାକୁ ଚାପ ପ୍ରୟୋଗ କରୁଥିଲେ। ଏଭଳି କି ତାଙ୍କୁ ମାରିଦେବାକୁ ମଧ୍ୟ ଫୋନରେ ଧମକ ଦେଇଛନ୍ତି ବୋଲି ଚିନ୍ମୟୀ ଏତଲାରେ ଦର୍ଶାଇଛନ୍ତି। କିଛି ନ୍ୟୁଜ ଚ୍ୟାନେଲ ମଧ୍ୟ ତାଙ୍କ ନାମରେ ମିଥ୍ୟା ଖବର ପ୍ରସାରଣ କରିବା ସହ ତାଙ୍କର ଓ ଆଦିତ୍ୟଙ୍କର କିଛି ଅସ୍ପଷ୍ଟ ଫଟୋ ଦେଖାଇ ତାଙ୍କୁ ବଦନାମ କରିଥିବା ନେଇ ସେ ଉଲ୍ଲେଖ କରିଛନ୍ତି। ଆଇପିସି ଧାରା ୫୦୦, ୫୦୬, ୧୯୯, ୨୦୩ ଓ ୩୪ରେ ଏହି ମାମଲା ରୁଜୁ କରାଯାଇଛି। ଉଲ୍ଲେଖଥାଉ କି, ଆଦିତ୍ୟ ଦାଶଙ୍କ ମୃତ୍ୟୁ ଆମତ୍ହତ୍ୟା କି ହତ୍ୟା ଏ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଥିବା ବେଳେ ତାଙ୍କର ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହ ସମ୍ପର୍କକୁ ନେଇ ଦୈନିକ ନୂଆ ନୂଆ ଘଟଣା ସାମନାକୁ ଆସୁଛି। ଏହି ଏହି ଘଟଣାର ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚ ହାତରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri