ନୟନତାରାଙ୍କ ନାମରେ ମାମଲା, ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇବା ଅଭିଯୋଗ

ମୁମ୍ବାଇ: ଅଭିନେତ୍ରୀ ନୟନତାରା ଏବଂ ଜୟଙ୍କ ଫିଲ୍ମ ‘ଅନ୍ନପୂର୍ଣ୍ଣି’ ନିକଟରେ ଓଟିଟିରେ ରିଲିଜ୍‌ ହୋଇଛି। ହେଲେ ଏହି ଫିଲ୍ମକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଛି। ସିନେମାରେ ହିନ୍ଦୁ ସମୂଦାୟର ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇବା ଏବଂ ଲଭ୍‌ ଜିହାଦ୍‌କୁ ସମର୍ଥନ କରିବା ଭଳି ଅଭିଯୋଗ ରହିଛି। ଗତ ଡିସେମ୍ବର ୧ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ପ୍ରଭୁ ରାମଙ୍କ ସମ୍ବନ୍ଧୀୟ ଏକ ବିବାଦପୂର୍ଣ୍ଣ ଟିପ୍ପଣୀକୁ ସାମିଲ କରାଯାଇଛି। ଯେଉଁଥିପାଇଁ ସିନେମା ଏବେ ବିବାଦ ଘେରକୁ ଆସିଛି।

ଫିଲ୍ମ ନିର୍ମାତା ଆର୍‌. ରବିନ୍ଦ୍ରନ୍‌ ଏବଂ ଯତୀନ ସେଠୀ, ନିର୍ଦ୍ଦେଶକ ନିଲେଶ କ୍ରିଷ୍ଣାଙ୍କ ସମେତ ଅଭିନେତ୍ରୀ ନୟନତାରାଙ୍କ ସହ ସମସ୍ତ ଷ୍ଟାରଙ୍କ ବିରୋଧରେ ମୁମ୍ବାଇ ପରେ ଏବେ ମଧ୍ୟପ୍ରଦେଶରେ ମଧ୍ୟ ମାମଲା ରୁଜୁ କରାଯାଇଛି। ମୁମ୍ବାଇରେ ଅଭିଯୋଗକାରୀ ରମେଶ ସୋଲଙ୍କି ‘ଏକ୍ସ’ରେ ତାଙ୍କର ଏକ ପୋଷ୍ଟ ଶେୟାର କରିବା ସହ ଥାନାରେ ଅଭିଯୋଗ କରିଛନ୍ତି। ଯେଉଁଥିରେ ବାଲ୍ମୀକି ରାମାୟଣକୁ ଭୁଲ ଭାବେ ଦର୍ଶାଯାଇଥିବା ସହ ସିନେମାରେ ପ୍ରଭୁ ରାମ ମାଂସ ଭକ୍ଷଣ କରୁଥିବା ଆକ୍ଷେପ କରାଯାଇଛି।

ମଧ୍ୟପ୍ରଦେଶ ଜବଲପୁରରେ ହିନ୍ଦୁବାଦୀ ସଂଗଠନ ନୟନତାରାଙ୍କ ସମେତ ଅନ୍ୟ ଷ୍ଟାରଙ୍କ ବିରୋଧରେ ମାମଲା ରୁଜୁ କରିଛି। ହିନ୍ଦୁସେବା ପରିଷଦର ଅତୁଲ ଜୈଶୱାନିଙ୍କ କହିବା ମୁତାବକ, ସିନେମାରେ ଏପରି କିଛି ଦୃଶ୍ୟ ରହିଛି ଯେଉଁଥିରେ ପ୍ରଭୁ ରାମଙ୍କୁ ଅପମାନ କରାଯାଇଛି। ଏଥିସହ କିଛି ଟିପ୍ପଣୀ ରହିଛି, ଯାହା ହିନ୍ଦୁଙ୍କ ଭାବନାକୁ କ୍ଷତି ପହଞ୍ଚାଉଛି। ଫିଲ୍ମରେ ନୟନତାରା ଜଣେ ରୋଷେୟା ଭୂମିକାରେ ନଜରକୁ ଆସିଛନ୍ତି। ସେଥିରେ ସେ ତାଙ୍କ ମା’ ବାରଣ ସତ୍ତ୍ୱେ ଏକ ରିଆଲିଟି ଶୋ’ ‘ଇଣ୍ଡିଆଜ୍‌ ବେଷ୍ଟ ସେଫ୍‌’ରେ ଭାଗ ନେଇଛନ୍ତି। ସେ ଜଣେ ବ୍ରାହ୍ମଣ ଘରର ଝିଅ ହୋଇଥିବାବେଳେ ସେ ଆମିଷ ଖାଦ୍ୟ ରାନ୍ଧିବା ଏବଂ ରୋଷେଇ ପ୍ରତିଯୋଗିତା ପୂର୍ବରୁ ସେ ନମାଜ ପଢୁଥିବା ଦେଖିବାକୁ ମିଳିଛି। ତେବେ ଫିଲ୍ମରେ କାର୍ତ୍ତିକ କୁମାର, ସତ୍ୟରାଜ୍‌, ରେଣୁକା, କେ.ଏସ୍‌. ରବି କୁମାର, ପୂର୍ଣ୍ଣିମା ରବି, ସୁରେଶ ଚକ୍ରବର୍ତ୍ତୀ, ରେଡିନ କିଙ୍ଗ୍‌ସଲେ ପ୍ରମୁଖ ନଜରକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?