ଗୁଣିଗାରେଡ଼ିକୁ ନେଇ ହତ୍ୟା: ମୁଖ୍ୟ ଅଭିଯୁକ୍ତ ପୁତୁରା ଗିରଫ

ଭବାନୀପାଟଣା/ଜୁନାଗଡ଼,୫।୧୦(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଶଙ୍କରପଲା ଗ୍ରାମରେ ଗତ ରବିବାର ଘଟିଥିବା ଟ୍ରିପଲ ମର୍ଡର ଘଟଣାର ଫର୍ଦ୍ଦାଫାଶ କରିଛି ଜୁନାଗଡ଼ ପୋଲିସ। ଗୁଣି ଗାରେଡିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗ୍ରାମର ମହେନ୍ଦ୍ର ମାଝି (୩୦)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗୁରୁବାର ଅପରାହ୍ନରେ ଜୁନାଗଡ଼ ଥାନା କାର୍ଯ୍ୟାଳୟରେ ଆୟୋଜିିତ ଏକ ଖବରଦାତା ସମ୍ମିଳନୀରେ ଧର୍ମଗଡ଼ ଏସ୍‌ଡିପିଓ ଧିରଜ କୁମାର ଚୋପଦାର, ଜୁନାଗଡ଼ ଆଇଆଇସି ଶେଷଦେବ ବେହେରା ଏହି ସୂଚନା ଦେଇଛନ୍ତି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ମହେନ୍ଦ୍ର ଭାବୁଥିଲେ ଯେ, ଗୁଣିଗାରେଡି ଯୋଗୁ ତାଙ୍କ ଦେହ ଅସୁସ୍ଥ ହେବା ସହ ତାଙ୍କ ଘରେ ପିଲା ଛୁଆ ହେଉ ନ ଥିଲା। ଏଥିରେ ମୃତ ରାଏମତି ଓ ମହେନ୍ଦ୍ର କୁମାରଙ୍କ ହାତ ରହିଥିବା ସେ ସନ୍ଦେହ କରୁଥିଲେ। ଅଭିଯୁକ୍ତ ମହେନ୍ଦ୍ର ରାଏମତିଙ୍କ ପୁତୁରା ହୋଇଥିବା ବେଳେ ଗୁଣି ଗାରେଡି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା। ଫଳରେ ରାଗ ରଖି ରାଏମତି ଓ ମହେନ୍ଦ୍ରଙ୍କୁ ମାରଣାସ୍ତ୍ରରେ ବେକ କାଟି ସେ ହତ୍ୟା କରିଥିଲେ। ଏହି ସମୟରେ ରାଏମତିଙ୍କ ୨ ବର୍ଷର ପୁଅ ଶିବଶକ୍ତିକୁ ମଧ୍ୟ ହତ୍ୟା କରିବାକୁ ପଛେଇ ନ ଥିଲେ ଅଭିଯୁକ୍ତ ମହେନ୍ଦ୍ର। ମୃତ ବୃଦ୍ଧ ମହେନ୍ଦ୍ର କୁମାରଙ୍କ ସ୍ତ୍ରୀ ମୂଳା କୁମାରଙ୍କ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ଡଗ ସ୍କ୍ବାଡ ଓ ସାଇଣ୍ଟିଫିକ ଟିମ ସହିତ ତଦନ୍ତ ଆରମ୍ଭ କରିଥିଲେ। ଏ ନେଇ ଜୁନାଗଡ଼ ଥାନାରେ ଏକ ମାମଲା (ନଂ.୩୬୫/୨୩)ରୁଜୁ ହୋଇଥିଲା। ତଦନ୍ତ ପରେ ଅଭିଯୁକ୍ତ ମହେନ୍ଦ୍ରଙ୍କୁ ପୋଲିସ ଗିରଫ କରିଥିଲା। ତେବେ ସଚେତନତା ଅଭାବରୁ ଲୋକେ ଅନ୍ଧବିଶ୍ୱାସକୁ ଆପଣାଇ ଏଭଳି ଜଘନ୍ୟ ଘଟଣା ଘଟାଉଥିବା ଏସ୍‌ଡିପିଓ ଚୋପଦାର ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri