Posted inଖେଳ

କ୍ୟାରିବିୟାନ ପ୍ରିମିୟର ଲିଗ୍‌ : ଇତିହାସ ସୃଷ୍ଟିକଲେ ବ୍ରାଭୋ, ତାମ୍ବେଙ୍କ ପଦାର୍ପଣ

ପୋର୍ଟ ଅଫ୍‌ ସ୍ପେନ୍‌,୨୮।୮(ପି.ଟି.): ଏଠାରେ ଚାଲିଥିବା ହିରୋ କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଅଲ ରାଉଣ୍ଡର ଡ୍ବେନ ବ୍ରାଭୋ ଇତିହାସ ସୃଷ୍ଟି କରିଛନ୍ତି। ସେହିପରି ପ୍ରବୀଣ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର ଭାବେ ସିପିଏଲ୍‌ରେ ପଦାର୍ପଣ କରିଛନ୍ତି। ଏହି ଲିଗ୍‌ରେ ଟ୍ରିନ୍‌ବାଗୋ ନାଇଟ୍‌ ରାଇଡର୍ସ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ସେଣ୍ଟ ଲୁସିଆ ଜୌକ୍ସକୁ ଡକ୍‌ଓ୍ବର୍ଥ/ଲୁଇସ୍‌ ନିୟମରେ ୬ ଉଇକେଟରେ ପରାସ୍ତ କରିଛି। ଏଥି ସହିତ ଟ୍ରିନ୍‌ବାଗୋ ନାଇଟ୍‌ ରାଇଡର୍ସ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ଏହି ବିଜୟରେ ଡ୍ବେନ ଓ ତାଙ୍କ ଭାଇ ଡାରେନ୍‌ ବ୍ରାଭୋ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ପରିବର୍ତ୍ତିତ ବିଜୟ ଲକ୍ଷ୍ୟ ୭୨ ରନକୁ ନାଇଟ୍‌ ରାଇଡର୍ସ ଅତି ସହଜରେ ହାସଲ କରିଥିଲା। ଡ୍ବେନ ପ୍ରଥମ ବୋଲର ଭାବେ ୫୦୦ ଟି୨୦ ଓ ସିପିଏଲ୍‌ରେ ୧୦୦ତମ ଉଇକେଟ ହାସଲ କରିଛନ୍ତି। ସେହିପରି ଡାରେନ୍‌ ୨ଟି ଛକା ସହାୟତାରେ ୧୩ ବଲରୁ ୨୩ ରନ ସଂଗ୍ରହ କରିଥିଲେ। ଫଳରେ ନାଇଟ୍‌ ରାଇଡର୍ସ ଗୋଟିଏ ଓଭର ବାକି ରଖି ୯ ଓଭରରେ ବିଜୟ ହାସଲ କରିନେଇଥିଲା। ଏଥିସହିତ ଡାରେନ୍‌ ପ୍ରଥମ ଖେଳାଳି ଭାବେ ସିପିଏଲ୍‌ରେ ୧୦୦ଟି ଛକା ମାରିବାର ରେକର୍ଡ ହାସଲ କରିଛନ୍ତି। ବୁଧବାର ସିପିଏଲ୍‌ରେ ଆଉ ଏକ ମାଇଲଖୁଣ୍ଟ ମଧ୍ୟ ସ୍ଥାପନ ହୋଇଛି। ୪୮ ବର୍ଷୀୟ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର ଭାବେ ସିପିଏଲ୍‌ରେ ପଦାର୍ପଣ କରିଛନ୍ତି। ସେ ନାଜିବୁଲ୍ଲା ଜର୍ଡାନଙ୍କୁ ଉଇକେଟ ହାସଲ କରିଥିଲେ।
ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଟସ୍‌ ଜିତି ନାଇଟ ରାଇଡର୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ସେଣ୍ଟ ଲୁସିଆ ୧୭.୧ ଓଭରରେ ୬ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ମହମ୍ମଦ ନବୀ ସର୍ବାଧିକ ଅପରାଜିତ ୩୦ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାଜିବୁଲ୍ଲା ଜର୍ଡାନ ୨୧, ରାହଖିମ କର୍ନଓ୍ବାଲ ୧୮ ରନ ସଂଗ୍ରହ କରିଥିବା ବେଳେ ନାଇଟ୍‌ ରାଇଡର୍ସ ତରଫରୁ ଡ୍ବେନ ବ୍ରାଭୋ ୨ ଉଇକେଟ ନେଇଥିଲେ।
ଜବାବରେ ନାଇଟ୍‌ ରାଇଡର୍ସ ୮ ଓଭରରେ ୪ ଉଇକେଟ ହରାଇ ପରିବର୍ତ୍ତିତ ଟାର୍ଗେଟ୍‌ ୭୨ ରନ ସଂଗ୍ରହ କରି ନେଇଥିଲା। ଦଳ ତରଫରୁ ଡାରେନ୍‌ ୨୩, କଳିନ ମୁନରୋ ୧୭, ଉଇକେଟକିପର ବ୍ୟାଟ୍ସମ୍ୟାନ ଟିମ୍‌ ସେଇଫର୍ଟ ଅପରାଜିତ ୧୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ସେଣ୍ଟ ଲୁସିଆ ତରଫରୁ କେସରିକ୍‌ ଓ୍ବିଲିୟମ୍ସ ୨ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri