Posted inଫୁରସତ

ପିଲାଙ୍କୁ ହୃଦ୍‌ରୋଗ: ଠିକ୍‌ ସମୟରେ ଚିକିତ୍ସା ଜରୁରୀ

ଆଜିକାଲି ହୃଦ୍‌ରୋଗ ସାଧାରଣ ରୋଗ ହୋଇଗଲାଣି। ଟେକ୍ନୋଲୋଜି ଯେତେ ଉନ୍ନତି ହେଉଛି ରୋଗୀଙ୍କ ସଂଖ୍ୟା ମଧ୍ୟ ସେଭଳି ବଢ଼ିଚାଲିଛି। ପୂର୍ବାପେକ୍ଷା ଏବେ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଭୟଙ୍କର ରୋଗ ଛୋଟ ପିଲାଙ୍କୁ ବି ଛାଡ଼ୁନି। ତେବେ ଉଚିତ ସମୟରେ ଚିକିତ୍ସା କରିଦେଲେ ପିଲାଟି ସାଧାରଣ ଜୀବନ ବିତାଇପାରିବ। ପିଲାଙ୍କୁ ହୃଦ୍‌ରୋଗ ହେବାର କାରଣ କ’ଣ, ନିରାକରଣ, ଚିକିତ୍ସା ସମ୍ପର୍କରେ ଶିଶୁ ହୃଦ୍‌ରୋଗ ବିଶେଷଜ୍ଞ ଡା. ସନ୍ଦୀପ ମହାନ୍ତିଙ୍କ ସହିତ ଧରିତ୍ରୀର ଅସମାପିକା ସାହୁଙ୍କ ଆଳାପ।

ପ୍ରଶ୍ନ- କେତେ ପ୍ରତିଶତ ପିଲାଙ୍କ କ୍ଷେତ୍ରରେ ହୃଦ୍‌ରୋଗ ଦେଖାଯାଉଛି?
ଉତ୍ତର- ଯଦି ୧୦୦ ପିଲା ଜନ୍ମ ହୁଅନ୍ତି, ସେଥିରୁ ଗୋଟିଏ ପିଲାର ହୃଦ୍‌ରୋଗ ରହୁଛି। ସେହିଭଳି ଯଦି ୧୦୦ ପିଲାଙ୍କର ହୃଦ୍‌ରୋଗ ରହିଛି, ସେଥିମଧ୍ୟରୁ ୨୫ ଜଣ ଏମିତି ଥିବେ, ଯେଉଁମାନଙ୍କ ପ୍ରଥମ ମାସ ଭିତରେ ଚିକିତ୍ସା ନ କଲେ ସେମାନଙ୍କ ଜୀବନ ପ୍ରତି ବିପଦ ଆସିବ।
ପ୍ରଶ୍ନ- ପିଲାଙ୍କୁ ହୃଦ୍‌ରୋଗ ହେବାର କାରଣ କ’ଣ? ଏହା ଜେନେଟିକ୍‌ କି ?
ଉତ୍ତର- କେତେଟା କେସ୍‌ରେ ଜେନେଟିକ୍‌ ପ୍ରୋବ୍ଲେମ ଥାଏ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ସେଭଳି କୌଣସି କାରଣ ନ ଥାଏ। ପିଲା ମା’ ପେଟରେ ଥିବାବେଳେ ଅର୍ଗାନ ସବୁ ତିଆରି ହୁଏ। ଯେତେବେଳେ ହାର୍ଟ ତିଆରି ହୁଏ ସେତେବେଳେ ହିଁ ଅସୁବିଧା ହୋଇଥାଏ।
ପ୍ରଶ୍ନ- ହୃଦ୍‌ରୋଗୀ ମହିଳା ସନ୍ତାନ ଜନ୍ମ କଲେ ଶିଶୁଙ୍କୁ ହୃଦ୍‌ରୋଗ ହୋଇପାରେ କି?
ଉତ୍ତର- ୨ରୁ ୪% ପିଲାଙ୍କୁ ହେବା ଆଶଙ୍କା ଥାଏ। କିଛି ହୃଦ୍‌ରୋଗ ରହିଛି, ଯଦି ତାହା ମା’କୁ ହୋଇଥିବ, ତେବେ ପିଲାଙ୍କୁ ହେବାର ଆଶଙ୍କା ୧୫ରୁ ୪୦% ରହିଛି।
ପ୍ରଶ୍ନ- ଛୋଟ ପିଲା ଶରୀର କଷ୍ଟ କହିପାରନ୍ତିନି। ସେ କ୍ଷେତ୍ରରେ ପିଲା ହୃଦ୍‌ରୋଗରେ ପୀଡ଼ିତ ବୋଲି ଅଭିଭାବକ ଜାଣିବେ କିପରି?
ଉତ୍ତର- ପିଲା କ୍ଷୀର ଖାଇବା ବେଳେ ଧଇଁସଇଁ ହେଉଥିବ, ରହି ରହି କ୍ଷୀର ଖାଉଥିବ, ଖାଇଲା ବେଳେ ମୁଣ୍ଡରୁ ଝାଳ ବୋହୁଥିବ, ପିଲା ନୀଳ ପଡ଼ିଯାଉଥିବ, ଓଜନ ବଢ଼ିବା କମ୍‌ ହେଉଥିବା ଭଳି ଲକ୍ଷଣ ଦେଖାଯାଏ। ବେଳେବେଳେ ଶିଶୁ ବିଶେଷଜ୍ଞ ଯେତେବେଳେ ପିଲାଙ୍କୁ ଷ୍ଟେଥୋସ୍କୋପ ପକାଇ ଦେଖନ୍ତି, ସେତେବେଳେ ଏକ ସାଉଣ୍ଡ ଆସେ, ଯାହାକୁ ଆମେ ମର୍‌ମର ବୋଲି କହୁ। ଯଦି ସେହି ମର୍‌ମର୍‌ ଡିଟେକ୍ଟ ହୁଏ, ତେବେ ପିଲାକୁ ପେଡିଆର୍ଟିକ କାର୍ଡିଓଲୋଜିଷ୍ଟ ପାଖକୁ ପଠାଯାଏ।
ପ୍ରଶ୍ନ- ହୃଦ୍‌ରୋଗ ଚିହ୍ନଟ ପାଇଁ କ’ଣ ସବୁ ଟେଷ୍ଟ କରାଯିବା ଉଚିତ?
ଉତ୍ତର- ଇକୋ କାର୍ଡିଓଗ୍ରାଫି ଟେଷ୍ଟରେ ପୂରା ନିଶ୍ଚିତ ହୋଇପାରିବା। ତା’ ସାଙ୍ଗରେ ଏକ୍ସ-ରେ, ଇସିଜି ଟେଷ୍ଟ ମଧ୍ୟ କରାଯାଏ।
ପ୍ରଶ୍ନ- ପିଲା ବଡ଼ ହେଲା ପରେ ଯଦି ରୋଗ ବାହାରେ, ସେତେବେଳେ କ’ଣ ଲକ୍ଷଣ ଦେଖାଯାଏ?
ଉତ୍ତର- ତିନୋଟି ଗ୍ରୁପ୍‌ ଅଛି। ଗୋଟେ ଗ୍ରୁପ୍‌ରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। କେବଳ ଷ୍ଟେଥୋସ୍କୋପ ପକାଇଲେ ସେହି ମର୍‌ମର୍‌ ସାଉଣ୍ଡ ଜାଣିହେବ। ଦ୍ୱିତୀୟ ଗ୍ରୁପ୍‌, ଯେଉଁମାନେ ଧଇଁସଇଁ ହେଉଥିବେ। ତୃତୀୟ ଗ୍ରୁପ୍‌ ହେଲା ଯେଉଁ ପିଲାମାନେ ଛୋଟବେଳେ ନିମୋନିଆ ହୋଇ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି ହୋଇଥିବେ, ସେମାନେ ବଡ଼ ହେଲା ପରେ ଚାଲିବା ଓ ଦୌଡ଼ିବା ବେଳେ ଧଇଁସଇଁ ହେବା ପରି ଲକ୍ଷଣ ଦେଖାଯାଏ।
ପ୍ରଶ୍ନ- ପିଲାଙ୍କ ଚିକିତ୍ସା ପଦ୍ଧତି ବଡ଼ମାନଙ୍କଠାରୁ ଅଲଗା ନା ସମାନ ଥାଏ ?
ଉତ୍ତର- ସାଧାରଣତଃ ପିଲାମାନଙ୍କଠାରେ କଞ୍ଜେନିଟାଲ ଓ ବଡ଼ମାନଙ୍କର କରୋନାରି ଆର୍ଟେରି ଡିଜିଜ୍‌ ଦେଖାଯାଏ। ଦୁଇଟି ରୋଗ ଯେହେତୁ ଅଲଗା, ତେଣୁ ଏହାର ଚିକିତ୍ସା ପଦ୍ଧତି ମଧ୍ୟ ଅଲଗା। ପିଲାମାନଙ୍କର କଞ୍ଜେନିଟାଲ ଡିଜିଜ୍‌କୁ ଦୁଇ ପ୍ରକାର ପଦ୍ଧତିରେ ଚିକିତ୍ସା କରିହେବ। ଗୋଟେ ହେଲା ପର୍କୁଟାନିଅସ୍‌ ଟ୍ରିଟ୍‌ମେଣ୍ଟ, ଯେଉଁଥିରେ ଡିଭାଇସ୍‌କୁ ବ୍ୟବହାର କରି ଚିକିତ୍ସା କରଯାଏ। ଆଉ ଗୋଟେ ହେଲା ଓପନ ହାର୍ଟ ସର୍ଜରି।
ପ୍ରଶ୍ନ- ପିଲାଙ୍କ କ୍ଷେତ୍ରରେ ସର୍ଜରି କେତେବେଳେ ଆବଶ୍ୟକ ପଡ଼େ?
ଉତ୍ତର- ତାହା ପିଲାର ରୋଗ ଉପରେ ନିର୍ଭର କରେ। କେତେଟା କ୍ଷେତ୍ରରେ ଜନ୍ମ ହେବାର ଗୋଟେ ବର୍ଷ ମଧ୍ୟରେ କରିବାକୁ ପଡ଼ିପାରେ। ଆଉ କିଛି କ୍ଷେତ୍ରରେ ଜନ୍ମ ହେବାର ପ୍ରଥମ ମାସ ଭିତରେ ବି କରିବାକୁ ପଡ଼ିଥାଏ।
ପ୍ରଶ୍ନ- ଅଭିଭାବକଙ୍କ ପାଖରେ ସେଭଳି କିଛି ଭ୍ରାନ୍ତଧାରଣା ଦେଖିଛନ୍ତି କି?
ଉତ୍ତର- ହଁ। ଯେତେବେଳେ ଡାକ୍ତର ତାଙ୍କୁ କୁହନ୍ତି ଯେ ପିଲାର ହାର୍ଟରେ କଣା ଅଛି, ତାଙ୍କ ମନରେ ଛନକା ପଶିଯାଏ। କିନ୍ତୁ ଅଭିଭାବକମାନେ ତାହା ବୁଝିବା ଦରକାର ଯେ, ଏହାର ଚିକିତ୍ସା ହୋଇପାରିବ। ସେହି କଣାକୁ ଅସ୍ତ୍ରୋପଚାର କରି ବନ୍ଦ କରିହେବ। ଏହାପରେ ପିଲା ସାଧାରଣ ଜୀବନ ବିତେେଇପାରିବ ଏବଂ କୌଣସି ଅସୁବିଧା ହେବ ନାହିଁ।
ପ୍ରଶ୍ନ- ଏକ ସଫଳ ଚିକିତ୍ସା ସମ୍ପର୍କରେ କିଛି କହିବେ?
ଉତ୍ତର- ଏକ ୭ମାସର ପିଲା ଆସିଥିଲା। ଧଇଁସଇଁ ହେବା ସହ ଖାଇପାରୁ ନ ଥିଲା, କାନ୍ଦିଲେ ରାହା ଦେଇକି ରହିଯାଉଥିବା ଭଳି ଲକ୍ଷଣ ଦେଖାଯାଉଥିଲା। ତାର ହାର୍ଟ ପମ୍ପିଂ ରେଟ୍‌ ବହୁତ୍‌ କମ୍‌ ଥିଲା। ସାଧାରଣତଃ ୫୫% କିମ୍ବା ତା’ଠାରୁ ଅଧିକ ରହେ। କିନ୍ତୁ ପିଲାଟିର ୨୦% ଥିଲା। ଆଓର୍ଟାରୁ ଅକ୍ସିଜେନେଟେଡ୍‌ ବ୍ଲଡ୍‌ ହାର୍ଟକୁ କରୋନାରି ଆର୍ଟେରି ସପ୍ଲାଏ କରେ। କିନ୍ତୁ ପିଲାର ଲଙ୍ଗ୍‌ସକୁ ବ୍ଲଡ୍‌ ସପ୍ଲାଏ କରୁଥିବା ପଲମୋନାରି ଆର୍ଟେରିରୁ କରୋନାରି ଆର୍ଟେରି ବାହାରିଥିଲା। ରୋଗ ଚିହ୍ନଟ ହେବା ପରେ ତା’ର ସର୍ଜରି କରିଲୁ। ଏବେ ସେ ସୁସ୍ଥ ଅଛି। ଏହିଭଳି ରୋଗ ବହୁତ କମ୍‌ ଦେଖାଯାଏ।
ପ୍ରଶ୍ନ- ପିଲାଙ୍କୁ ହୃଦ୍‌ରୋଗ ନ ହେବା ପାଇଁ ଖାଦ୍ୟଶୈଳୀ ଉପରେ କିଛି କଟକଣା ଅଛି କି ?
ଉତ୍ତର- ନା, ସେମିତି କିଛି ନାହିଁ। ହାର୍ଟ ଡିଜିଜ୍‌ର ଖାଦ୍ୟ ସହିତ କିଛି ସମ୍ପର୍କ ନାହିଁ।
ପ୍ରଶ୍ନ- ସମୟ ମିଳିଲେ କ’ଣ କରନ୍ତି?
ଉତ୍ତର- ଗୀତ ଶୁଣିବାକୁ ଭଲଲାଗେ। ଓଡ଼ିଆରେ ହ୍ୟୁମାନ ସାଗର, ଅସୀମା ପଣ୍ଡା ଏବଂ ହିନ୍ଦୀରେ ଲତା ମଙ୍ଗେସକର, ଅଲ୍‌କା ୟାଗନିକ୍‌ ଓ ଶ୍ରେୟା ଘୋଷାଲଙ୍କ ଗୀତ ଭଲଲାଗେ।
ପ୍ରଶ୍ନ- ଟିଭିରେ କ’ଣ ଦେଖିବାକୁ ଭଲଲାଗେ?
ଉତ୍ତର- ଟିଭି ବେଶି ଦେଖେନି। ଯଦିବି ଦେଖେ କେବଳ ନ୍ୟୁଜ୍‌ ହିଁ ଦେଖେ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri