ବରଗଡ଼ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଶୁଭାରମ୍ଭ: ୧୦ ଲକ୍ଷ ୩୧ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିବ…

ବରଗଡ,୧୧।୪(ପ୍ରେମାନନ୍ଦ ଖମାରୀ) – ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣର ଜିଲାସ୍ତରୀୟ କାର୍ଯ୍ୟକ୍ରମ ଶୁକ୍ରବାର ବରଗଡ଼ ଗୋରୁ ମାର୍କେଟ ପରିସରରେ ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମରେ ବରଗଡ ବିଧାୟକ ଅଶିନୀ କୁମାର ଷଡଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ, ରାଜ୍ୟ ସରକାର ସଦାସର୍ବଦା ରାଜ୍ୟର ସାଧାରଣ ଲୋକଙ୍କ ସେବା ପାଇଁ ଚେଷ୍ଟିତ l ଏହି ପ୍ରରିପ୍ରେକ୍ଷୀରେ ଲୋକଙ୍କ ସରକାର ଏହି ଯୋଜନା ମାଧ୍ୟମରେ ସାସ୍ଥ୍ୟସେବାକୁ ଆଉ ପାଦେ ଆଗକୁ ନେଇ ଲୋକଙ୍କୁ ଉନ୍ନତ ମାନର ମାଗଣା ସୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ପରିବାରର ସମସ୍ତ ବ୍ୟକ୍ତିବିଶେଷଙ୍କୁ ମାଗଣାରେ ଇ-କେୱାଇସି କରିବାଠାରୁ ଆରମ୍ଭ କରି ଏହି ଏକକ କାର୍ଡ ସମସ୍ତଙ୍କ ଘରେ ନେଇ ଦିଆଯିବ l ତେଣୁ କେହି ବ୍ୟସ୍ତ ନ ହୋଇ ସରକାରଙ୍କ ଉପରେ ଭରସା ରଖିବାକୁ ସେ କହିଥିଲେ। ଜିଲାପାଳ ଆଦିତ୍ୟ ଗୋୟଲ ସାଗତ କରିବା ସହ ସୂଚାର ରୂପେ ସମସ୍ତଙ୍କ ଘରେ କାର୍ଡ ବଣ୍ଟନ କରିବା ପାଇଁ ଜିଲା ପ୍ରଶାସନ ତତ୍ପରତାର ସହିତ କାର୍ଯ୍ୟ କରିବ ବୋଲି କହିଥିଲେ l

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଡା. ଜିତେନ୍ଦ୍ର ମୋହନ ବେବର୍ତ୍ତା, ଜିଲାପାଳ ଅଦିତ୍ୟ ଗୋୟଲ, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପୌରାଧ୍ୟକ୍ଷା କଳ୍ପନା ମାଝି, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା ଏବଂ ଜିଲା ମୁଖ୍ୟ ଚିକିତ୍ସା ତଥା ଜନସୱାସ୍ଥ୍ୟ ଅଧିକାରୀ ଡା.ପ୍ରଶାନ୍ତ କିଶୋର ଦାଶ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ କହିଥିଲେ, ଓଡ଼ିଶାର ଜନସାଧାରଣଙ୍କ ପାଇଁ ସମନ୍ବିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ସମଗ୍ର ଓଡିଶାରେ କାର୍ଯ୍ୟକାରୀ କରାଗଲା । ଏହି ସମନ୍ବିତ ଯୋଜନାରେ ରାଜ୍ୟର ୧.୦୩ କୋଟି ପରିବାରର ୩.୦୬ କୋଟି ହିତାଧିକାରୀ ଉପକୃତ ହେବେ । ସେମାନଙ୍କ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳା ସଦସ୍ୟଙ୍କ ନିମନ୍ତେ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ । ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କର କାର୍ଡ ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ ।

ନୂତନ ଏକକ କାର୍ଡ ପାଇବା ପର୍ଯ୍ୟନ୍ତ ସମସ୍ତ ଜି.ଯେ.ଏ.ୱାଇ ହିତାଧିକାରୀ ତାଲିକାଭୁକ୍ତ ହସ୍ପିଟାଲ ଗୁଡିକରେ ନିଜର ଆଧାର କାର୍ଡ ଏବଂ ବର୍ତ୍ତମାନ ପାଖରେ ଉପଲବ୍ଧ ଥିବା ପୁରୁଣା ସ୍ବାସ୍ଥ୍ୟ କାର୍ଡ ନମ୍ବର ଦେଇ ଚିକିତ୍ସା ପାଇପାରିବେ । ସମସ୍ତ ଯୋଗ୍ୟ ହିତାଧିକାରୀମାନେ ସମଗ୍ର ଦେଶରେ ୨୯୦୦୦ ହଜାର ତାଲିକାଭୁକ୍ତ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇପାରିବେ । ଯେକୋଣସି ପ୍ରଶ୍ନ ପାଇଁ, ହିତାଧିକାରୀମାନଙ୍କୁ ଟୋଲ ଫ୍ରି ନମ୍ବର ୧୦୪ ଏବଂ ୧୫୫୩୬୯ରେ ଯୋଗାଯୋଗ କରିବା ନିମନ୍ତେ ପରାମର୍ଶ ଦିଆଯାଉଛି।

ସୂଚନାଯୋଗ୍ୟ, ଶୁକ୍ରବାର ବରଗଡ଼ ଜିଲାର ମୋଟ ୪୮ ଗୋଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମଗୁଡିକରେ ହଜାରରୁ ଅଧିକ ଲୋକ ଯୋଗଦେଇ ଆଭାସୀ ମଧ୍ୟମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପ୍ରତି ସଭାସ୍ଥଳରେ ୨୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ କମ୍ବୋକିଟ୍ସ ଓ କାର୍ଡ ବଣ୍ଟନ କରାଯାଇଥିଲା । ଏହି କ୍ରମରେ ବରଗଡ ଜିଲାରୁ ସର୍ବମୋଟ ୧୦ ଲକ୍ଷ ୩୧ ହଜାରରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମର ପରିସମାପ୍ତି ପରେ ମୁଖ୍ୟ ଅତିଥି ଏବଂ ସମସ୍ତ ସମ୍ମାନିତ ଅତିଥିବୃନ୍ଦ ଏକ ସ୍ବାସ୍ଥ୍ୟ ସଚେତନା ରଥର ଶୁଭାରମ୍ଭ କରାଥିଲେ । ଏହି ସଚେତନତା ରଥ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଜିଲାର ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳ ପରିସରରେ କାର୍ଡ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସମ୍ବଳିତ ଅଡିଓ ବାର୍ତ୍ତା ଏବଂ ପ୍ରଚାର ପତ୍ର ବଣ୍ଟନ କରିବା ସହ ଲୋକଙ୍କୁ ସଚେତନ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଓଭରବ୍ରିଜ୍‌ ନିକଟରେ କଣ୍ଟେନର-ଟ୍ରକ୍‌ ମୁହାଁମୁହିଁ ହେବାରୁ…

ଗଞ୍ଜାମ,୨୨ା୧(ଅନାଥ ତରାଇ): ଗଞ୍ଜାମସ୍ଥିତ ହୁମ୍ମା ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପୁର ଓଭରବ୍ରିଜ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ବିଲମ୍ବିତ ରାତିରେ ଏକ ଭୟଙ୍କର ସଡ଼କ...

ପ୍ଲାଷ୍ଟିକ ନେଉଛି ଜୀବନ, ବିପଦରେ ପ୍ରାଣୀସମ୍ପଦ

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ କୁଢ଼ କୁଢ଼ ପ୍ଲାଷ୍ଟିକ, ଥର୍ମାକୋଲ ଥାଳି, ପଲିଥିନ ଏବେ ପ୍ରାଣୀସମ୍ପଦ ପାଇଁ ବିପଦ ସାଜିଛନ୍ତି। ଉକ୍ତ...

ସର୍ଭେ କରିବାକୁ ଯାଇ କାଜୁ ଜଙ୍ଗଲରେ ଫସିଗଲା ଟିମ୍‌, ଅନ୍ଧାରରେ ବାଟ ନ ପାଇ ଘଣ୍ଟାଏ ପରେ…

ମହାକାଳପଡ଼ା,୨୨ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଆର୍ସେଲର ମିତ୍ତଲ ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ଟିମ୍‌ ପକ୍ଷରୁ ଜଙ୍ଗଲ ପାଶର୍‌ବ ସୀମା...

ଶ୍ରୀମନ୍ଦିରକୁ ବୋମା ଧମକ: ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ପରେ…

ପୁରୀ,୨୨।୧: ଶ୍ରୀମନ୍ଦିରକୁ ବୋମା ଧମକ। ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ମାମଲାରେ ଜଣକୁ ପୋଲିସ ଅଟକ ରଖିଛି । ଜୁଲି ରାଣୀ ପଣ୍ଡା ନାମକ ଏକ...

ରବି ଧାନ ଚାଷ ପ୍ରଭାବିତ ଆଶଙ୍କା: ଡ୍ୟାମ୍‌ରୁ ପାଣି ଛାଡ଼ିଦେଲା ଏମ୍‌ଆଇପି ବିଭାଗ

ଅମରପାଲି, ୨୨ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମରେ ଘୁଙ୍ଗିନାଳ ଉପରେ ନିର୍ମାଣ ହୋଇଥିବା ଡ୍ୟାମରୁ ମଙ୍ଗଳବାର ରାତିରେ ବିନା ସୂଚନାରେ ଏମ୍‌ଆଇପି ବିଭାଗ...

ବିଳମ୍ବିତ ରାତିରେ ଅଜଣା ବ୍ୟକ୍ତିଙ୍କୁ ନେଇ ସିମନବାଡିରେ ଆତଙ୍କ, ଧରା ପକାଇଲା ସିସି କ୍ୟାମେରା

ଦାରିଙ୍ଗବାଡି,୨୨।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଏବେ ଆସାମଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଅସୁରକ୍ଷିତ ମଣୁଛନ୍ତି ଗ୍ରାମବାସୀ। ଅଞ୍ଚଳରେ ଚୋରା...

ଦେଖା ହୋଇପାରିଲାନି, ଯୁବତୀଙ୍କ ଘର ଆଗରେ ଦେହକୁ କାଟି ପକାଇଲେ

ଢେଙ୍କିକୋଟ,୨୧ା୧(ନୀଳମଣି ମଣ୍ଡଳ):  କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ସାନମସିଣାବିଲା ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବତୀଙ୍କୁ...

କ୍ରିକେଟ ମ୍ୟାଚ ଦେଖିବାକୁ ଯାଇ ନିଖୋଜ ଥିବା ୪ ନାବାଳକ ସୁରକ୍ଷିତ ଉଦ୍ଧାର

ଦେବଗଡ଼,୨୨।୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲାର ନିଖୋଜ ୪ ନାବାଳକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ରିଆମାଳ ଥାନା ଟିଙ୍କବୀର ଗ୍ରାମର ୪ ଜଣ ପଞ୍ଚମ ଶ୍ରେଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri