ଵାଲଡ଼ା ନାଗେଶ୍ୱରୀ ପାହାଡ଼ରେ ଲୋକ ଅଧିକାର ଯାତ୍ରା ଦଳର ବୈଠକ, ଖଣି ଖନନ କରିବାକୁ ଦିଆଯିବନି…

ନନ୍ଦପୁର,୮।୩(ତୁଷାର କାନ୍ତ ମହାନ୍ତି): ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମ ପୀଠରୁ ପ୍ରାକୃତିକ ସମ୍ପଦର ସୁରକ୍ଷା ନିମନ୍ତେ ବାହାରିଥିବା ଲୋକ ଅଧିକାର ଯାତ୍ରା ଦଳ କୋରାପୁଟ ଜିଲା ନନ୍ଦପୁର ବ୍ଲକର ବାଲଡ଼ା ନାଗେଶ୍ୱରି ପାହାଡରେ ପହଞ୍ଚିଛି । ଦଳକୁ ନାଗେଶ୍ଵରୀ ମାଳି ଡଙ୍ଗର ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଵାଗତ କରାଯାଇଛି । ପାହାଡ ପାରିପାର୍ଶିକ ଗ୍ରାମବାସୀଙ୍କ ଉପସ୍ଥିତିରେ ଲୋକ ଅଧିକାର ଯାତ୍ରା ଦଳର ସଦସ୍ୟ ମହାଗ୍ରାମସଭାର ଆୟୋଜନ କରିଥିଲେ। ସଭାର ସଭାପତିତ୍ଵ ସ୍ଥାନୀୟ ବରିଷ୍ଠ ନାଗରିକ ମଧୁସୂଦନ ତାଡ଼ିଆ କରିଥିଲେ।

ଗ୍ରାମସଭାରେ ଉପସ୍ଥିତ ବିଶିଷ୍ଟ ପରିବେଶବିତ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ନାଗେଶ୍ଵରୀ ପାହାଡ ଲିଜ୍ ଦିଆଯିବା ଘଟଣା ସବୁଦିଗରୁ ବେଆଇନ ବୋଲି କହିଥିଲେ । ପାହାଡ ପାରିପାର୍ଶିକ ଗ୍ରାମବାସୀଙ୍କ ସହମତି ଓ ନ୍ୟାର୍ଯ୍ୟ ଗ୍ରାମସଭା କରାଯାଇ ନାହିଁ । ମୃତକ ଓ ଜାଲ ଦସ୍ତଖତ କରାଯାଇଛି। ପାହାଡରୁ ଖଣି ଖନନ ହେଲେ ଝରଣା ଗୁଡ଼ିକ ଶୁଖିଯିବ। ଜଲାପୁଟ ଜଳଭଣ୍ଡାର ଶୁଖିଯିବ। ବରିଷ୍ଠ ଆଇନଜୀବୀ ଗୁପ୍ତେଶ୍ୱର ପାଣିଗ୍ରାହୀ ସୁରକ୍ଷା ସମିତିର କୌଣସି ଅଭିଯୋଗକୁ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଶୁଣୁ ନଥିବାରୁ ଆଗାମୀ ଦିନରେ ନ୍ୟାୟାଳୟର ଦ୍ଵାରସ୍ଥ ହେବାକୁ ବାଧ୍ୟ ହେବୁ ବୋଲି ସୂଚନା ଦେଇଛନ୍ତି। ସେହିଭଳି ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ସମ୍ବିଧାନର ୫ମ ଅନୁସୂଚିତ ଅଞ୍ଚଳରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଯେକୌଣସି ବିକାଶ ମୂଳକ କାମ ପାଇଁ ଗ୍ରାମସଭାର ଅନୁମତି ଜରୁରୀ, ଯେଉଁ କ୍ଷମତା ପେସା ଓ ଜଙ୍ଗଲ ଅଧିକାର ଆଇନ -୨୦୦୬ ପ୍ରଦାନ କରିଛି । ତାକୁ ସରକାରୀ କଳ ସବୁବେଳେ ଉଲଂଘନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନିଜର ଅଧିକାର ସାବ୍ୟସ୍ତ ପାଇଁ ଗଣତାନ୍ତ୍ରିକ ଆନ୍ଦୋଳନ ଜରୁରୀ ବୋଲି କହିଥିଲେ।

ଗାନ୍ଧୀବାଦୀ ତଥା ସର୍ବୋଦୟ ଆନ୍ଦୋଳନର ନେତା ଡଃ ବିଶ୍ୱଜିତ୍ ଲୋକ ଅଧିକାର ଯାତ୍ରା ହେଉଛି ସାଧାରଣ ଲୋକଙ୍କର ଅଧିକାର ହାସଲ ପାଇଁ ଯାତ୍ରା। ସେହି ଅଧିକାର ହାସଲ କରିବା ପାଇଁ ସହୀଦ ଲକ୍ଷ୍ମଣ ନାଏକଙ୍କ ବଳିଦାନ ଦିବସ ୨୯ ମାର୍ଚ୍ଚରେ ରାଜଧାନୀ ଭୁବନେଶ୍ବରରେ ଆୟୋଜନ ହେଉଥିବାରୁ ବିପୁଳ ସଂଖ୍ୟାରେ ଯୋଗ ଦେବାକୁ ଅନୁରୋଧ କରିଥିଲେ । ଗ୍ରାମସଭାରେ ଉପସ୍ଥିତ ସଦସ୍ୟ କୌଣସି ପରିସ୍ଥିତିରେ ନାଗେଶ୍ଵରୀ ଡଙ୍ଗରକୁ କମ୍ପାନୀ ହାତରେ ଟେକିଦେଇ ଖଣି ଖନନ କରିବାକୁ ଦିଆଯିବ ନାହିଁ ବୋଲି ସ୍ଥିର କରିଥିଲେ । ଗ୍ରାମସଭାରେ ବିଶିଷ୍ଟ ସମାଜବାଦୀ କଲ୍ୟାଣ ଆନନ୍ଦ, ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା, ଗାନ୍ଧୀବାଦୀ ବିଜୟ ସିଙ୍କୁ, ସୁକାନ୍ତ ପ୍ରଧାନ, ଲକ୍ଷ୍ମଣ ନାୟକ, କିଶୋର ସାହୁ, ସୁରେନ୍ଦ୍ର ଭୂୟେ, ବିରଞ୍ଚି ମହାକୁଡ, ସମାଜବାଦୀ ଜନ ପରିଷଦର ନେତା ରାଜକିଶୋର, ସୁରେଶ ସଂଗ୍ରାମଙ୍କ ସମେତ ସୁରକ୍ଷା ସମିତିର ଅଜୟ ମୁଦୁଲି, ବିଜୟ କୁମାର, ଲକ୍ଷ୍ମୀ ସୀସା ପ୍ରମୁଖ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଉପରେ ବୃଦ୍ଧି ପାଉଛି ଅତ୍ୟାଚାର, ସୁରକ୍ଷା ଦାବିରେ…

କୋରାପୁଟ,୨୫ା୪(ଅମିତାଭ ବେହେରା): ମହିଳାଙ୍କ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାର ଓ ଅସୁରକ୍ଷିତ ପ୍ରତିବାଦରେ କୋରାପୁଟ ସହରରେ ଏକ ବିଶାଳ ଜନ-ଆକ୍ରୋଶ ରାଲି ଆୟୋଜିତ ହୋଇଛି। କୋରାପୁଟସ୍ଥିତ ଟାଉନହଲଠାରୁ…

ଦେବଗଡ଼ରେ ବିକାଶମୂଳକ ଭିତ୍ତିଭୂମି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କଲେ ଧର୍ମେନ୍ଦ୍ର

ଦେବଗଡ଼,୨୫ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଗସ୍ତରେ ଆସି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାରତ ସରକାର ତଥା ସମ୍ବଲପୁର ଲୋକ ସଭା ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନ, ଗ୍ରାମ୍ୟଉନ୍ନୟନ, ପଞ୍ଚାୟତିରାଜ ମନ୍ତ୍ରୀ…

ସୁଭଦ୍ରା ଯୋଜନା, ଶିଶୁ ପୃଷ୍ଟିକର ଖାଦ୍ୟ: ଗୀତ ମାଧ୍ୟମରେ ଆଲୋକପାତ….

କେସିଙ୍ଗା, ୨୫।୪(ତୁମେଶ୍ୱର ସାହୁ: କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ପିଏମ୍‌ଶ୍ରୀ ବିଦ୍ୟାପୀଠରେ ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ ଶୁକ୍ରବାର ପାଳିତ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବି କଲେ ବିଜେଡି ପ୍ରତିନିଧି, ବଲାଙ୍ଗୀର ବିଧାୟକ…

ବଲାଙ୍ଗୀର,୨୫।୪( ସୁନିଲ କୁମାର ମହାନ୍ତି): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ଥାନୀୟ ସର୍କିଟ ହାଉସ ଠାରେ ଭେଟି ବିଜେଡି ପ୍ରତିନିଧି ଦଳ ବଲାଙ୍ଗୀରର ବିଭିନ୍ନ ନ୍ୟାର୍ଯ୍ୟ…

ଐତିହାସିକ ପୋତାଗଡ଼ ଦୁର୍ଗ ବୁଲି ଦେଖିଲେ ଉପମୁଖ୍ୟମନ୍ତ୍ରୀ: ପର୍ଯ୍ୟଟନସ୍ଥଳୀର ସାମଗ୍ରିକ ବିକାଶ ପାଇଁ…

ଗଞ୍ଜାମ,୨୫।୪: (ବିଦ୍ୟାଧର ସାହୁ ): ଗଞ୍ଜାମ,୨୫।୪: (ବିଦ୍ୟାଧର ସାହୁ ): ଦୁଇ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସୁଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ଗଞ୍ଜାମ ସହର…

ବିନା ଲିଜ୍‌ରେ ଚାଲିଛି ପଥର କ୍ରଶର: କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି ପ୍ରଶାସନ

ନୂଆପଡ଼ା,୨୫।୪(ମକାରୁ ବେମାଲ):ବଣପାହାଡଘେରା ନୂଆପଡ଼ା ଜିଲାରେ ଲଘୁ ଖଣିଜ ଦ୍ରବ୍ୟର ସମ୍ଭାର ଭରି ରହିଛି। ଏଥିରୁ ଜିଲା ପ୍ରଶାସନ ଭଲ ରାଜସ୍ବ ମଧ୍ୟ ଆଦାୟ କରେ। ଲଘୁ ଖଣିଜ…

ପତୋରା ଡ୍ୟାମ୍‌ରୁ ଜଳଯୋଗାଣ ବାଧାପ୍ରାପ୍ତ: ସହରକୁ ମିଳୁନି ପାଣି

ନୂଆପଡ଼ା,୨୫।୪ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଥିବା ପତୋରା ଡ୍ୟାମରୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଜିଲାର ୨ପ୍ରମୁଖ ସହର ଖରିଆରରୋଡ ଓ ନୂଆପଡ଼ାରେ ପାନୀୟଜଳ ସମସ୍ୟା ଦେଖାଦେଇଛି।…

ସରକାରୀ ଅର୍ଥ ହରିଲୁଟ୍‌ ମାମଲା: ଦୁଇ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ ପରେ ମିଳିଲା ଏହି ଦଣ୍ଡ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକର ଦୁଇଜଣ ପୂର୍ବତନ ଯନ୍ତ୍ରୀ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାନେଶ୍ୱର ବ୍ଲକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri