ରାଜନଗର, ୨୩ା୧୦ (ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ବୈତରଣୀ ନଦୀ ପାର୍ଶ୍ୱ ବେଙ୍ଗମାରିଠାରେ ୭ ଫୁଟ୍ ୭ ଇଞ୍ଚ ଲମ୍ବର ଏକ ମୃତ ବଉଳା କୁମ୍ଭୀରକୁ ବନ ବିଭାଗ ଜବତ କରିଛି। ରାଜନଗର ବନଖଣ୍ଡ ଅନ୍ତର୍ଗତ ଭିତରକନିକା ରେଞ୍ଜ ଅଧିକାରୀ ଚିତ୍ରସେନ ଜେନାଙ୍କ ନେତୃତ୍ୱରେ ବନପାଳ ପ୍ରଶାନ୍ତ ସିଂ, ନବୀନ ମଲ୍ଲିକ ପ୍ରମୁଖ ମୃତ କୁମ୍ଭୀରକୁ ଜବତ କରିଥିଲେ।
ମୃତ କୁମ୍ଭୀରକୁ କନିକା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ରାଜନଗର ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସ୍ୱରାଜ ନାୟକ ପହଞ୍ଚି କୁମ୍ଭୀରର ଶବ ବ୍ୟବଚ୍ଛେଦ କରିଥିଲେ। ଏହାପରେ ମୃତ କୁମ୍ଭୀରକୁ ଜାତୀୟ ଉଦ୍ୟାନ ମଧ୍ୟରେ ପୋତି ଦିଆଯାଇଥିବା ଜଣାପଡ଼ିଛି। କୁମ୍ଭୀରର ମୃତ୍ୟୁର କାରଣ ଏଯାବତ୍ ଜଣାପଡ଼ିନାହିଁ।

