Posted inଖେଳ

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଚେତାବନୀ ଦେଇଛି।

ଲଡର୍‌ସଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଲଞ୍ଚ ବ୍ରେକ ବେଳେ ପ୍ରସାରଣକାରୀ ସଂସ୍ଥା ସ୍କାଏ ସ୍ପୋଟର୍‌ସ ପକ୍ଷରୁ ଇମ୍ରାନ ଖାନ୍‌ଙ୍କ ଦୁଇ ପୁଅଙ୍କ ସହ ପୂର୍ବତନ କ୍ରିକେଟର ମାଇକେଲ ଆଥର୍ଟନଙ୍କ ସାକ୍ଷାତ୍‌କାରର ଭିଡିଓ ପ୍ରସାରଣ କରାଯିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା।

ଏ ସମ୍ପର୍କରେ ପାକିସ୍ତାନ ଦଳର ମୁଖ୍ୟ କୋଚ୍‌ ସର୍ଫରାଜ ଅହମଦଙ୍କୁ ଏକ ଖବରଦାତା ସମ୍ମିଳନୀରେ ପ୍ରଶ୍ନ କରାଯାଇଥିଲା ଯେ, ପାକିସ୍ତାନ ଦଳର ଖେଳାଳିମାନେ ଇମ୍ରାନଙ୍କ ପୁଅ କସିମ ଓ ସୁଲେମାନଙ୍କ ସାକ୍ଷାତ୍‌କାରର ଭିଡିଓ ଦେଖିଛନ୍ତି କି। ଏହାର ଉତ୍ତରରେ ସର୍ଫରାଜ କହିଥିଲେ, ନା, ଆମେ ଏ ବିଷୟରେ କିଛି ଜାଣି ନାହୁଁ। ଆମେ ଲଞ୍ଚ କରୁଥିଲୁ। ତେବେ ଉକ୍ତ ସାକ୍ଷାତ୍‌କାର ଭିଡିଓ ପ୍ରସାରିତ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ ଜଗତରେ ପାକିସ୍ତାନର ଆଦିଆଲା ଜେଲରେ ଥିବା ଇମ୍ରାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇବା ନେଇ ଦାବି ଉଠିଛି।

ଏପରି କି ପାକିସ୍ତାନର ପୂର୍ବତନ ଅଧିନାୟକ ଜାଭେଦ ମିଆଁଦାଦ ଓ ଉଇକେଟକିପର ବ୍ୟାଟର ମୋଇନ ଖାନ ମଧ୍ୟ ଇମ୍ରାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିପୂର୍ବରୁ ୧୦ ଦେଶର ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ ଚିଠି ମଧ୍ୟ ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri