Posted inଜାତୀୟ

ସବୁବେଳେ ସଂଶୋଧନ କରିପାରିବେନି ଆଧାରକାର୍ଡର ଡାଟା, କଡାକଡି ହେଲା ନିୟମ

ନୂଆଦିଲ୍ଲୀ,୧୦।୧୨: ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସରକାର ଆଧାର କାର୍ଡ ବାଧ୍ୟତାମୂଳକ କରିଛନ୍ତି। ଯଦି ଆଧାର କାର୍ଡ ନାହିଁ, ତେବେ ଅନେକ ସରକାରୀ ସୁବିଧାରୁ ବଞ୍ଚିତ ହୋଇପାରନ୍ତ। କେନ୍ଦ୍ର ସରକାର କରିଥିବା ନିୟମାନୁସାରେ ଆଧାର କାର୍ଡରେ ଜନ୍ମ ତାରିଖ, ନାମ, ଏବଂ ଠିକଣାରେ କୌଣସି ତ୍ରୁଟି ଥିଲେ ପରବର୍ତ୍ତୀ ସମୟରେ ଏହାକୁ ସଂଶୋଧନ କରିପାରିବେ। କିନ୍ତୁ ଏଥିପାଇଁ ନିର୍ଦ୍ଧିଷ୍ଟ ନିୟମ ରହିଛି। ଆଧାର କାର୍ଡଧାରୀଙ୍କ ଡାଟା ବଦଳାଇବା ପାଇଁ UIDAI ସମୟ ସୀମା ସ୍ଥିର କରିଛି। କିନ୍ତୁ ବାରମ୍ବାର ଆଧାର କାର୍ଡର ଡାଟା ପରିବର୍ତ୍ତନ କରିପାରିବେ ନାହଁ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅନଲାଇନ ସେବା ପାଇବାକୁ ହେଲେ ପଞ୍ଜୀକୃତ ମୋବାଇଲ ନମ୍ବର ଆବଶ୍ୟକ। ଅନଲାଇନରେ ମୋବାଇଲ ନମ୍ବର ଅପଡେଟ କରିପାରିବେ ନାହିଁ । ତେଣୁ ମୋବାଇଲ ନମ୍ବର ଅପଡେଟ କରିବାକୁ ନିକଟସ୍ଥ ସେବା କେନ୍ଦ୍ର (ASK) କିମ୍ବା ଆଧାର ନାମାଙ୍କନ କେନ୍ଦ୍ରକୁ ଯୋଗାଯୋଗ କରିବାକୁ ପଡିବ।

UIDAI ଅନୁଯାୟୀ, ଆଧାର କାର୍ଡଧାରୀ, ଆଧାର କାର୍ଡରେ କେବଳ ଦୁଇଥର ନାମ ପରିବର୍ତ୍ତନ କରିପାରିବେ। କିନ୍ତୁ ଜନ୍ମ ତାରିଖ (DOB) ଓ ଲିଙ୍ଗ ବିବରଣୀ କେବଳ ଥରେ ସଂଶୋଧନ କରିପାରିବେ।

ଆଧାର କାର୍ଡରେ ଫଟୋ ବଦଳାଇବାକୁ ହେଲେ ଆପଣଙ୍କୁ ଆଧାର କେନ୍ଦ୍ରକୁ ଯାଇ ଫର୍ମ ପୂରଣ କରିବାକୁ ପଡିବ । ସଠିକ ଏବଂ ସମ୍ପୂର୍ଣ୍ଣ ସୂଚନା ଫର୍ମରେ ଭରିବା ଜରୁରୀ। ତା’ପରେ ନୂଆ ଫଟୋକୁ ଆଧାର କାର୍ଡରେ ଅପଡେଟ କରାଯିବ। ଏହା ପରେ, uidai.gov.in କୁ ଯାଇ ଆଧାର କାର୍ଡର ନୂଆ ଡିଜିଟାଲ କପି ଡାଉନଲୋଡ କରିପାରିବେ। ଏହି ପ୍ରକ୍ରିୟା ପାଇଁ ଆଧାର କେନ୍ଦ୍ରରେ ୧୦୦ଟଙ୍କା ଦେୟ ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

CBSE ପ୍ରସଙ୍ଗକୁ ନେଇ ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୮।୫: CBSE ର ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରମାନଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ମଧ୍ୟରେ, ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟ ତୀବ୍ର ହୋଇଛି। ଗୁରୁବାର,…

ସଚିନ ତେନ୍ଦୁଲକରଙ୍କ ଟୁଇଟ ଉପରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟା ଭାଇରାଲ, କହିଲେ ‘କ୍ରିକେଟର ଭଗବାନ’…

ନୂଆଦିଲ୍ଲୀ,୨୮।୫: ବୈଭବ ସୂର୍ଯ୍ୟବଂଶୀ ଇଣ୍ଡିଆନ ପ୍ରିମିୟର ଲିଗରେ ଚମକାଇ ଚାଲିଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ସନରାଇଜର୍ସ…

ଟିମ ଇଣ୍ଡିଆରେ ବୈଭବ ସୁର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ପକ୍କା? ବହୁ ଆଗରୁ ଫ୍ୟାନ ହୋଇସାରିଛନ୍ତି କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ,୨୮।୫: ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ପୋଷ୍ଟ ଶେୟାର କରିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ଏଲିମିନେଟର ମ୍ୟାଚରେ ରାଜସ୍ଥାନ ରୟାଲ୍ସ…

ମାମୁଁ ଘରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ; ୧୬ ବର୍ଷୀୟା ନାବାଳିକା ୮ ମାସର ଗର୍ଭବତୀ, ଯୁବକ ଗିରଫ

ବଞ୍ଚୋ/ଘସିପୁରା, ୨୮।୫(ପ୍ରଦୋଷ କୁମାର ବିଶ୍ୱାଳ /ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ…

‘ଯଦି ସରକାର ପରିବର୍ତ୍ତନ ହୋଇନଥାନ୍ତା, ତେବେ ମୋତେ ବିହାର ଫେରିବାକୁ ପଡିଥାନ୍ତା…’ – ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଖୁଆଇଥିବା ବିକ୍ରମ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୨୮।୫: ‘ଯଦି ବଙ୍ଗଳାରେ ସରକାର ପରିବର୍ତ୍ତନ ହୋଇନଥାନ୍ତା, ତେବେ ଆମକୁ ସବୁକିଛି ପରିତ୍ୟାଗ କରି ବିହାର ଫେରିଯିବାକୁ ପଡ଼ିଥାନ୍ତା।’ ଏଗୁଡ଼ିକ ହେଉଛି ଝାରଗ୍ରାମର ଜଣେ ଝାଲମୁଢି ବିକ୍ରେତା…

ଅର୍ଦ୍ଧନିର୍ମିତ ବ୍ରିଜ୍ ପାଇଁ ବିପଦରେ ଲୋକଙ୍କ ଜୀବନ, ସମାଧାନ ପାଇଁ ପ୍ରଶାସନକୁ ଦାବି କଲେ ସ୍ଥାନୀୟ ବାସିନ୍ଦା

ଛତ୍ରପୁର,୨୮।୫(ଦିଲ୍ଲୀପ ସାମଲ) : ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ବିକାଶମୂଳକ ପଦକ୍ଷେପ ନେଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ସରକାରୀ ଅଫିସରେ ବି ଅସୁରକ୍ଷିତ ମହିଳା! DRDA ଲେଡିଜ୍‌ ୱାସରୁମରୁ ଲାଗିଥିଲା ସିକ୍ରେଟ କ୍ୟାମେରା

ତିର୍ତ୍ତୋଲ,୨୮।୫(ଗୌରାଙ୍ଗ ଚରଣ ସ୍ବାଇଁ): ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଜବତ ହୋଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri