ଜେଲେନ୍‌ସ୍କିଙ୍କ ଭିଡିଓ ସମ୍ବୋଧନରୁୁ ଆରମ୍ଭ ହେଲା କାନସ୍ ଫିଲ୍ମ ଫେଷ୍ଟିଭାଲ

ଫ୍ରାନ୍ସ,୧୮ ।୫: ଚଳିତ ବର୍ଷର କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୫ତମ ସଂସ୍କରଣର ଆରମ୍ଭ ରୁଷିଆ ଆକ୍ରମଣକୁ ସାମ୍ନା କରୁଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କିଙ୍କ ଭିଡିଓ ସମ୍ବୋଧନରୁ ଆରମ୍ଭ ହୋଇଛି । ମଙ୍ଗଳବାର ଅର୍ଥାତ୍ ୧୭ ମେ ୨୦୨୨ରେ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲ ୨୮ ମେ’ ପର୍ଯ୍ୟନ୍ତ ଚାଲିବ । ଭିଡିଓ ବାର୍ତ୍ତାରେ ଜେଲନ୍‌ସ୍କି ପରୋକ୍ଷଭାବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କୁ ଟାର୍ଗେଟ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୨୦ରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ବନ୍ଦ ଥିବା ବେଳେ ୨୦୨୧ରେ ଛୋଟ ଧରଣର ଆୟୋଜନରେ ଏହା କରାଯାଇଥିଲା । ଫିଲ୍ମ ଫେଷ୍ଟିଭାଲ ଆରମ୍ଭରେ ଜେଲେନ୍‌ସ୍କି ଭବିଷ୍ୟତର ଫିଲ୍ମ ନିର୍ମାତାଙ୍କୁ ଫାଶିଜିମ ଉପରେ ବ୍ୟଙ୍ଗ କରିବା ଓ ଚୁପ ନ ରହିବାକୁ ଅନୁରୋଧ କରିଥିଲେ । ଏହାସହ ଏଡଲ୍ଫ ହିଟଲରଙ୍କ ଉପରେ ଚାର୍ଲି ଚାପଲିନଙ୍କ ବ୍ୟଙ୍ଗକୁ ମଧ୍ୟ ପଶଂସା କରିଥିଲେ ।
ଉଦଘାଟନି ସମାରୋହ ଆରମ୍ଭରେ ଜେଲେନ୍‌ସ୍କି ସିନେମା ଓ ବାସ୍ତବତା ମଧ୍ୟରେ ସମ୍ପର୍କ ବିଷୟରେ ଦୀର୍ଘ ସମୟ ନିଜର ମତ ଦେଇଥିଲେ । ଫ୍ରାନସିସ ଫୋର୍ଡ କପୋଲାଙ୍କ ‘ଆପୋକୈଲିପ୍ସ ନଉ’ ଓ ଚାର୍ଲି ଚାପଲିନଙ୍କ ‘ ଦ ଗ୍ରେଟ ଡିଟେକ୍ଟର’ ଭଳି ଫିଲ୍ମ ତାଙ୍କ ପାଇଁ ପ୍ରେରଣା ବୋଲି ଜେଲେନ୍‌ସ୍କି କହିଛନ୍ତି ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ, ୧୯୪୦ରେ ମୁକ୍ତିଲାଭ କରିଥିବା ‘ଦ ଗ୍ରେଟ ଡିଟେକ୍ଟର’ରେ ଚାପଲିନଙ୍କ ଅନ୍ତିମ ଭାଷଣକୁ ଉଦ୍ଧୃତ କରି କହିଥିଲେ, ‘ପୁରୁଷଙ୍କ ଘୃଣା ଶେଷ ହେବ, ଆଉ ଏକଛତ୍ରବାଦୀ ଶାସକର ମୃତ୍ୟୁ ହେବ, ଆଉ ସେହି ଶାସନ ଯାହା ସେ ଜନତାଙ୍କ ନିକଟରୁ ଛଡାଇ ନେଇଥିଲେ , ତାହା ଜନତାଙ୍କ ନିକଟକୁ ଫେରି ଆସିବ’ । ଶେଷରେ ସେ ଅନୁରୋଧ କରିଥିଲେ କି ସିନେମା ସର୍ବଦା ସ୍ୱାଧିନତା ସପକ୍ଷରେ ହେବା ଉଚିତ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri