ନଡ଼ିଆ ପାଇଁ ଉଦ୍ୟାନ ବିଭାଗର ସ୍ଵତନ୍ତ୍ର ମିଶନ

କେନ୍ଦ୍ରାପଡ଼ା ଅଫିସ, ୧୮ା୫: ଖରିଫ ଧାନ ଚାଷ ସହିତ ନଡିଆ ଚାଷ କେନ୍ଦ୍ରାପଡା ଜିଲାର ଅର୍ଥନୀତିକୁ ପ୍ରଭାବିତ କରେ। ଉଦ୍ୟାନ କୃଷି ବିଭାଗ ପରିସଂଖ୍ୟାନ ଅନୁଯାୟୀ ଜିଲାର ୨୨୮୨ ହେକ୍ଟର ଜମିରେ ନଡିଆ ଚାଷ ହେଉଥିବା ବେଳେ ୨୦୧୫- ୧୬ ଆର୍ଥିକ ବର୍ଷରେ ୧୩୮.୩୮ ଲକ୍ଷ ନଡିଆ ସଂଗ୍ରହ ହୋଇଥିଲା। ଚାଷୀ ନଡିଆ ଗଛ ମାଧ୍ୟମରେ ପାରିବାରିକ ଖର୍ଚ୍ଚ ସହ କିଛି ଅର୍ଥ ଆମଦାନୀ କରୁଛି। ତେବେ ଗତ ଫନୀରେ ଏହି ଜିଲାରେ ବହୁ ନଡିଆ ଗଛ ନଷ୍ଟ ହୋଇଥିବାରୁ ଜିଲା ଉଦ୍ୟାନ କୃଷି ବିଭାଗ ଏହାର ଭରଣା ପାଇଁ ସ୍ବତନ୍ତ୍ର ମିଶନ ଭାବେ ଗ୍ରହଣ କରିଛି। ମହାମାରୀ ସମୟରେ ପ୍ରବାସୀଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ୧୭ ହଜାର ୫୦୦ଟି ଚାରା ରୋପଣ ପାଇଁ ପ୍ରବାସୀଙ୍କୁ ପ୍ରୋତ୍ସାହିତ କରିଛି। ଚଳିତ ବର୍ଷ ଏହାକୁ ବୃଦ୍ଧି କରି ୨୦ ହଜାର ଚାରା ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଉପଯୁକ୍ତ ଭିତ୍ତିଭୂମି ପାଇଁ ନଡିଆ ଚାଷ ଲାଭଦାୟକ ହେଉଥିଲେ ମଧ୍ୟ ବଜାର ଓ କତାଶିଳ୍ପ ପାଇଁ ସରକାରୀ ପ୍ରୋତ୍ସାହନ ଆବଶ୍ୟକ ବୋଲି ଚାଷୀମାନେ କହିଛନ୍ତି।
ରାଜକନିକା ବ୍ଲକ ଆକୁଳିଆପଡା ଗ୍ରାମର ରମେଶ ଚନ୍ଦ୍ର ସେଠୀ କହିଛନ୍ତି, ଆକୁଳିଆପଡା, ବଜରପୁର, ନୂଆଗଁା, କୁଜିବର ଆଦି ଗ୍ରାମକୁ ନେଇ ଏକ କତାଶିଳ୍ପ କ୍ଲଷ୍ଟର ଖୋଲା ଯାଇଛି। ଏହି ଶିଳ୍ପରେ ଘରୋଇ ବ୍ୟବହାର ସାମଗ୍ରୀ ସହିତ ଖେଳଣା କଣ୍ଢେଇ, ସୌଖୀନ ପଦାର୍ଥ ପାଇଁ ଉପାଦାନ ପ୍ରସ୍ତୁତ ହେଉଛି। ତେବେ ମାତ୍ର ୪୦୧ ଜଣ ଏଥିପାଇଁ ଜିଲାରେ ତାଲିମପ୍ରାପ୍ତ ହୋଇଥିବା ବେଳେ ସାମଗ୍ରୀ ବିକ୍ରି ସମସ୍ୟା ସୃଷ୍ଟି କରିଛି। କରୋନା ମହାମାରୀ ସମୟରେ ବଜାର ମଣ୍ଡି ଅଭାବ ପାଇଁ ଓରମାସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଆବଶ୍ୟକ। ସେହିପରି ନଡିଆ କତା ଶିଳ୍ପକୁ ଜିଲା ଶିଳ୍ପ କେନ୍ଦ୍ର ଅଧିକ ଭାବେ ଗୁରୁତ୍ୱ ଦେଲେ ଲାଭଦାୟକ ହେବ। କୋରଣ୍ଡ ଗ୍ରାମର ଚିତ୍ତରଞ୍ଜନ ପଣ୍ଡା କହିଛନ୍ତି, ନଡିଆ ଚାରା ରୋପଣ ପ୍ରବାସୀଙ୍କ କର୍ମ ନିଯୁକ୍ତି ପାଇଁ ଏକ ସୁଯୋଗ ଦେଇଛି। ପ୍ରବାସରୁ ଫେରି କର୍ମ ନିଯୁକ୍ତି ଅପେକ୍ଷାରେ ଥିବା ୨୫ରୁ ଊର୍ଦ୍ଧ୍ୱ ଲୋକ ଏମ୍‌ଜିଏନ୍‌ଆରଇଜିଏସ୍‌ ମାଧ୍ୟମରେ ପ୍ରାୟ ୩ ହଜାର ନଡିଆ ଚାରା ରୋପଣ କରିଛନ୍ତି। ଏହି ଗ୍ରାମର ମହେନ୍ଦ୍ର ଦାସ କହିଛନ୍ତି, ମୁମ୍ବାଇରେ ସେ ପ୍ଲମ୍ବର ଭାବେ କାମ କରନ୍ତି। ତେବେ କରୋନା ମହାମାରୀ ଆରମ୍ଭ ପରେ ଗତ ୨୦୨୦ ଅଗଷ୍ଟରୁ ଘରେ ଆସି ରହୁଛନ୍ତି। ଚଳିତ ବର୍ଷ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୮୦ଟି ଚାରା ନେଇ ନିଜ ଘର ବାଡିରେ ଲଗାଇଛନ୍ତି। କର୍ମ ନିଯୁକ୍ତି ସହିତ ବିଭାଗ ପକ୍ଷରୁ ଚାରା ଯୋଗାଣ ହୋଇଥିବାରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଈଶ୍ୱରପୁରର ସ୍ବାଧୀନ ବେହେରା କହିଛନ୍ତି, ୧୯୯୯ ମହାବାତ୍ୟାରେ ଜିଲାର ନଡିଆ ଚାଷକୁ ନଷ୍ଟ କରିଥିଲା। ସେହିପରି ଗତ ଫନୀ ସାମୁଦ୍ରିକ ଝଡ ବହୁ ଗଛ ନଷ୍ଟ କରିଛି। ଏହାସତ୍ତ୍ୱେ ନଡିଆ ଫଳ ଆପଦ ବିପଦ ସମୟରେ ବହୁ ଗରିବଙ୍କ ଅର୍ଥ ସମସ୍ୟାକୁ ସାମୟିକ ଭାବେ ସମାଧାନ କରିଛି। କମ ରକ୍ଷଣାବେକ୍ଷଣରେ ମାତ୍ର ୩ ବର୍ଷ ମଧ୍ୟରେ ନଡିଆ ଫଳୁ ଥିବାରୁ ଚାରାରୋପଣକୁ ବ୍ୟପକ କରାଯିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି। ଉଦ୍ୟାନ କୃଷି ବିଭାଗ ସହ ନିର୍ଦ୍ଦେଶକ କନ୍ଦ ଜେନା କହିଛନ୍ତି, କେନ୍ଦ୍ରାପଡା ଜିଲା ସମୁଦ୍ର ଉପକୂଳରେ ଅଛି। ଏହାର ପରିବେଶ ନଡିଆ ଚାଷକୁ ବେଶ ସୁହାଉଛି। ଏଥିପାଇଁ ନଡିଆ ଚାରାରୋପଣକୁ ବିଭାଗ ପକ୍ଷରୁ ଏକ ମିଶନ ଭାବେ ଗ୍ରହଣ କରାଯାଇଛି। ଚଳିତ ବର୍ଷ ପ୍ରାୟ ୨୦ ହଜାର ନଡିଆ ଚାରା ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri