ନଡ଼ିଆ ପାଇଁ ଉଦ୍ୟାନ ବିଭାଗର ସ୍ଵତନ୍ତ୍ର ମିଶନ

କେନ୍ଦ୍ରାପଡ଼ା ଅଫିସ, ୧୮ା୫: ଖରିଫ ଧାନ ଚାଷ ସହିତ ନଡିଆ ଚାଷ କେନ୍ଦ୍ରାପଡା ଜିଲାର ଅର୍ଥନୀତିକୁ ପ୍ରଭାବିତ କରେ। ଉଦ୍ୟାନ କୃଷି ବିଭାଗ ପରିସଂଖ୍ୟାନ ଅନୁଯାୟୀ ଜିଲାର ୨୨୮୨ ହେକ୍ଟର ଜମିରେ ନଡିଆ ଚାଷ ହେଉଥିବା ବେଳେ ୨୦୧୫- ୧୬ ଆର୍ଥିକ ବର୍ଷରେ ୧୩୮.୩୮ ଲକ୍ଷ ନଡିଆ ସଂଗ୍ରହ ହୋଇଥିଲା। ଚାଷୀ ନଡିଆ ଗଛ ମାଧ୍ୟମରେ ପାରିବାରିକ ଖର୍ଚ୍ଚ ସହ କିଛି ଅର୍ଥ ଆମଦାନୀ କରୁଛି। ତେବେ ଗତ ଫନୀରେ ଏହି ଜିଲାରେ ବହୁ ନଡିଆ ଗଛ ନଷ୍ଟ ହୋଇଥିବାରୁ ଜିଲା ଉଦ୍ୟାନ କୃଷି ବିଭାଗ ଏହାର ଭରଣା ପାଇଁ ସ୍ବତନ୍ତ୍ର ମିଶନ ଭାବେ ଗ୍ରହଣ କରିଛି। ମହାମାରୀ ସମୟରେ ପ୍ରବାସୀଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ୧୭ ହଜାର ୫୦୦ଟି ଚାରା ରୋପଣ ପାଇଁ ପ୍ରବାସୀଙ୍କୁ ପ୍ରୋତ୍ସାହିତ କରିଛି। ଚଳିତ ବର୍ଷ ଏହାକୁ ବୃଦ୍ଧି କରି ୨୦ ହଜାର ଚାରା ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଉପଯୁକ୍ତ ଭିତ୍ତିଭୂମି ପାଇଁ ନଡିଆ ଚାଷ ଲାଭଦାୟକ ହେଉଥିଲେ ମଧ୍ୟ ବଜାର ଓ କତାଶିଳ୍ପ ପାଇଁ ସରକାରୀ ପ୍ରୋତ୍ସାହନ ଆବଶ୍ୟକ ବୋଲି ଚାଷୀମାନେ କହିଛନ୍ତି।
ରାଜକନିକା ବ୍ଲକ ଆକୁଳିଆପଡା ଗ୍ରାମର ରମେଶ ଚନ୍ଦ୍ର ସେଠୀ କହିଛନ୍ତି, ଆକୁଳିଆପଡା, ବଜରପୁର, ନୂଆଗଁା, କୁଜିବର ଆଦି ଗ୍ରାମକୁ ନେଇ ଏକ କତାଶିଳ୍ପ କ୍ଲଷ୍ଟର ଖୋଲା ଯାଇଛି। ଏହି ଶିଳ୍ପରେ ଘରୋଇ ବ୍ୟବହାର ସାମଗ୍ରୀ ସହିତ ଖେଳଣା କଣ୍ଢେଇ, ସୌଖୀନ ପଦାର୍ଥ ପାଇଁ ଉପାଦାନ ପ୍ରସ୍ତୁତ ହେଉଛି। ତେବେ ମାତ୍ର ୪୦୧ ଜଣ ଏଥିପାଇଁ ଜିଲାରେ ତାଲିମପ୍ରାପ୍ତ ହୋଇଥିବା ବେଳେ ସାମଗ୍ରୀ ବିକ୍ରି ସମସ୍ୟା ସୃଷ୍ଟି କରିଛି। କରୋନା ମହାମାରୀ ସମୟରେ ବଜାର ମଣ୍ଡି ଅଭାବ ପାଇଁ ଓରମାସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଆବଶ୍ୟକ। ସେହିପରି ନଡିଆ କତା ଶିଳ୍ପକୁ ଜିଲା ଶିଳ୍ପ କେନ୍ଦ୍ର ଅଧିକ ଭାବେ ଗୁରୁତ୍ୱ ଦେଲେ ଲାଭଦାୟକ ହେବ। କୋରଣ୍ଡ ଗ୍ରାମର ଚିତ୍ତରଞ୍ଜନ ପଣ୍ଡା କହିଛନ୍ତି, ନଡିଆ ଚାରା ରୋପଣ ପ୍ରବାସୀଙ୍କ କର୍ମ ନିଯୁକ୍ତି ପାଇଁ ଏକ ସୁଯୋଗ ଦେଇଛି। ପ୍ରବାସରୁ ଫେରି କର୍ମ ନିଯୁକ୍ତି ଅପେକ୍ଷାରେ ଥିବା ୨୫ରୁ ଊର୍ଦ୍ଧ୍ୱ ଲୋକ ଏମ୍‌ଜିଏନ୍‌ଆରଇଜିଏସ୍‌ ମାଧ୍ୟମରେ ପ୍ରାୟ ୩ ହଜାର ନଡିଆ ଚାରା ରୋପଣ କରିଛନ୍ତି। ଏହି ଗ୍ରାମର ମହେନ୍ଦ୍ର ଦାସ କହିଛନ୍ତି, ମୁମ୍ବାଇରେ ସେ ପ୍ଲମ୍ବର ଭାବେ କାମ କରନ୍ତି। ତେବେ କରୋନା ମହାମାରୀ ଆରମ୍ଭ ପରେ ଗତ ୨୦୨୦ ଅଗଷ୍ଟରୁ ଘରେ ଆସି ରହୁଛନ୍ତି। ଚଳିତ ବର୍ଷ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୮୦ଟି ଚାରା ନେଇ ନିଜ ଘର ବାଡିରେ ଲଗାଇଛନ୍ତି। କର୍ମ ନିଯୁକ୍ତି ସହିତ ବିଭାଗ ପକ୍ଷରୁ ଚାରା ଯୋଗାଣ ହୋଇଥିବାରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଈଶ୍ୱରପୁରର ସ୍ବାଧୀନ ବେହେରା କହିଛନ୍ତି, ୧୯୯୯ ମହାବାତ୍ୟାରେ ଜିଲାର ନଡିଆ ଚାଷକୁ ନଷ୍ଟ କରିଥିଲା। ସେହିପରି ଗତ ଫନୀ ସାମୁଦ୍ରିକ ଝଡ ବହୁ ଗଛ ନଷ୍ଟ କରିଛି। ଏହାସତ୍ତ୍ୱେ ନଡିଆ ଫଳ ଆପଦ ବିପଦ ସମୟରେ ବହୁ ଗରିବଙ୍କ ଅର୍ଥ ସମସ୍ୟାକୁ ସାମୟିକ ଭାବେ ସମାଧାନ କରିଛି। କମ ରକ୍ଷଣାବେକ୍ଷଣରେ ମାତ୍ର ୩ ବର୍ଷ ମଧ୍ୟରେ ନଡିଆ ଫଳୁ ଥିବାରୁ ଚାରାରୋପଣକୁ ବ୍ୟପକ କରାଯିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି। ଉଦ୍ୟାନ କୃଷି ବିଭାଗ ସହ ନିର୍ଦ୍ଦେଶକ କନ୍ଦ ଜେନା କହିଛନ୍ତି, କେନ୍ଦ୍ରାପଡା ଜିଲା ସମୁଦ୍ର ଉପକୂଳରେ ଅଛି। ଏହାର ପରିବେଶ ନଡିଆ ଚାଷକୁ ବେଶ ସୁହାଉଛି। ଏଥିପାଇଁ ନଡିଆ ଚାରାରୋପଣକୁ ବିଭାଗ ପକ୍ଷରୁ ଏକ ମିଶନ ଭାବେ ଗ୍ରହଣ କରାଯାଇଛି। ଚଳିତ ବର୍ଷ ପ୍ରାୟ ୨୦ ହଜାର ନଡିଆ ଚାରା ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?