ଗଞ୍ଜା ଲଢ଼େଇ ସାଜିଛି ଜୁଆ

ଢେଙ୍କାନାଳ ଅଫିସ, ୨୮ା୧୧-ଢେଙ୍କାନାଳ ଜିଲାର ଆଦିବାସୀ ବହୁଳ କଙ୍କଡ଼ାହାଡ ଓ ପରଜଙ୍ଗ ଥାନା ଅଞ୍ଚଳରେ ଥିବା ସାପ୍ତାହିକ ହାଟରେ ହେଉଛି ଜୁଆଖେଳ। ତାସ୍‌ ସାଙ୍ଗକୁ ଗଞ୍ଜା ଲଢ଼େଇ ଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି ଅସାମାଜିକ। ସ୍ଥାନୀୟ ଥାନା, ଫାଣ୍ଡିର କେତେଜଣ ପୋଲିସ କର୍ମଚାରୀଙ୍କୁ ହାତ କରି ଏଭଳି କାର୍ଯ୍ୟ ଖୋଲାଖୋଲି
କରାଯାଉଥିବାବେଳେ ଲକ୍ଷାଧିକ ଟଙ୍କାର ବାଜି ଲାଗୁଛି।
ଗଞ୍ଜା ଲଢ଼େଇକୁ ଦୀର୍ଘଦିନରୁ ବେଆଇନ ଘୋଷଣା କରାଯାଇଛି। ମନୋରଞ୍ଜନ ପାଇଁ ଏଭଳି ଅମାନୁଷିକ ଖେଳକୁ ଦମନ କରିବାକୁ ପୋଲିସକୁ ଦିଆଯାଇଛି କ୍ଷମତା। ହେଲେ ଢେଙ୍କାନାଳ ଜିଲାର ପରଜଙ୍ଗ, କଙ୍କଡ଼ାହାଡ଼ ଏବଂ କାମାକ୍ଷାନଗର ଅଞ୍ଚଳରେ ଥିବା ସାପ୍ତାହିକ ହାଟଗୁଡ଼ିକରେ ଏଭଳି କୁକୁଡ଼ା ଲଢ଼େଇ ଏବେ ଅନେକଙ୍କ ବ୍ୟବସାୟ ପାଲଟିଛି। ସ୍ଥାନୀୟ ଅଞ୍ଚଳର ଯୁବପିଢ଼ିଙ୍କୁ ଏଥିରେ ସାମିଲ କରି ଲକ୍ଷାଧିକ ଟଙ୍କାର ବାଜି ଲାଗୁଛି। ପରଜଙ୍ଗ ଥାନା ଅନ୍ତର୍ଗତ ସୋମବାର ଡୋଲିଆ ହାଟ, ରବିବାର ଦଣ୍ଡାଧର ହାଟ ଏବଂ ଶୁକ୍ରବାର ହେଉଥିବା ହାଟରେ ତାସ୍‌, ଗଞ୍ଜା ଲଢ଼େଇ ଖେଳ ହେଉଛି। ଏଥିରେ ଶତାଧିକ ଲୋକ ଭାଗ ନେଉଛନ୍ତି। ଏ ସଂକ୍ରାନ୍ତରେ ସ୍ଥାନୀୟ ପୋଲିସ ନିକଟରେ ସୂଚନା ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। କଙ୍କଡ଼ାହାଡ଼ ଥାନାଠାରୁ ଦଣ୍ଡାଧର ହାଟର ଦୂରତ୍ୱ ୧୦ କି.ମି.। ତେବେ ସ୍ପଷ୍ଟ ଦିବାଲୋକରେ ସର୍ବସାଧାରଣରେ ଜୁଆଖେଳ ସାଙ୍ଗକୁ ଗଞ୍ଜା ଲଢ଼େଇ ହେବା ଏବଂ ଏ ନେଇ ଥାନା ପାଖରେ ସୂଚନା ଥାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଏଭଳି ଜୁଆଖେଳ ଯୋଗୁ ହାଟକୁ ଆସୁଥିବା ବ୍ୟବସାୟୀ ଏବଂ ଗ୍ରାହକଙ୍କ ମଧ୍ୟରୁ ଅନେକେ ସର୍ବସ୍ବ ହରାଉଛନ୍ତି। ସେମାନଙ୍କ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି। ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବଢୁଛି। ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
ଏ ନେଇ କଙ୍କଡ଼ାହାଡ ଥାନାଧିକାରୀ ନିର୍ମଳା ଗୋଛାୟତ କୁହନ୍ତି, ସୂଚନା ମିଳିବା ପରେ କେତେକ ସ୍ଥାନରେ ଚଢ଼ାଉ କରାଯାଇଥିଲା। କିନ୍ତୁ କାହାରିକୁ ଗିରଫ କରାଯାଇନାହିଁ। ପୋଲିସ ସବୁବେଳେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଲର୍ଟ ରହିଛି। ସେହିପରି ପରଜଙ୍ଗ ଥାନାଧିକାରୀ ନମିତା ନାୟକ କୁହନ୍ତି, ମହାବିରୋଡ ଫାଣ୍ଡି ଅଞ୍ଚଳରେ ଜୁଆଖେଳ ଓ ଗଞ୍ଜା ଲଢ଼େଇ ଚାଲିଥିବା ସୂଚନା ଅଛି। ଖୁବ୍‌ଶୀଘ୍ର ଜୁଆଖେଳ ଚାଲୁଥିବା ଜାଗାରେ ଚଢ଼ାଉ କରାଯିବ। କାମାକ୍ଷାନଗର ଏସ୍‌ଡିପିଓ ରଞ୍ଜନ କୁମାର ଦେ କୁହନ୍ତି, କିଛିଦିନ ତଳେ ଭୁବନ ଥାନା ଅଞ୍ଚଳ ଏବଂ ମହାବିରୋଡ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ପୋଲିସ ପକ୍ଷରୁ ଜୁଆଖେଳକୁ ପ୍ରୋତ୍ସାହିତ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri