୨୦ ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ, ନଷ୍ଟ କଲା ପୋଲିସ

କୋରାପୁଟ,୧୦।୧୧(ଅମିତାଭ ବେହେରା ): ଡିଜିଙ୍କ ଗସ୍ତ ପରେ କୋରାପୁଟ ଜିଲାରେ ଆରମ୍ଭ ହୋଇଛି ଗଞ୍ଜେଇ କ୍ଲିନ୍‌ ଅଭିଯାନ। ଲମତାପୁଟରୁ ଆରମ୍ଭ ହୋଇଛି ଅପରେଶନ ଗ୍ରୀନ କ୍ଳୀନ୍‌। ମାଛକୁଣ୍ଡ ପୋଲିସ, ଅବକାରୀ ଓ ରାଜସ୍ବ ଓ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ଭାବେ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି।

କୋରାପୁଟ ଜିଲାରୁ ଗଞ୍ଜେଇ ଚାଷ ସଫା କରାଯିବା ସହ ଗଞ୍ଜେଇ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯିବ ବୋଲି ନିକଟରେ ପୋଲିସ ମହାନିର୍ଦ୍ଦେଶକ ପ୍ରତିଶ୍ରୁତି ଦେଇଥିଲେ। ଏହାର ପ୍ରଥମ ପଦକ୍ଷେପ ସ୍ବରୁପ ଜିଲାର ଲମତାପୁଟ ବ୍ଲକରୁ ଗଞ୍ଜେଇ ଗଛକୁ ନଷ୍ଟ କରିଛି କୋରାପୁଟ ପୋଲିସ।

ଗୋଡିହଞ୍ଜର ପଞ୍ଚାୟତର ଦହନାପୁଟ ଗ୍ରାମ ଏବଂ ଏନୁଗୁ ଗ୍ରାମ ନିକଟରେ ସ୍ଥାନୀୟ ମାଜିଷ୍ଟେଟ ତଥା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ପ୍ରାୟ ୨୦ ଏକର ଜମିରେ ଚାଷ ହୋଇଥିବା ୨୪ ହଜାରରୁ ଊଦ୍ଧର୍‌ବ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି।

ଗୋଇନ୍ଦା ସୂଚନାକୁ ଆଧାର କରି କୋରାପୁଟ ଜିଲାରେ ଆରମ୍ଭ ହୋଇଛି ଅପେରଶନ ଗ୍ରୀନ୍‌ କ୍ଳିନ। ପୂର୍ବରୁ ଏହି ଅଞ୍ଚଳ ମାଓବାଦୀ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଦୁଇ ପ୍ଲାଟୁନ ଡିଭିଏଫ୍‌ ଫୋର୍ସ, ମାଛକୁଣ୍ଡ ଥାନା ଅଧିକାରୀ ଶୂକ୍ରା ମାଢି, ଲମତାପୁଟ ଫାଣ୍ଡି ଅଧିକାରୀ ବିଷ୍ଣୁ ମାଡ଼କାମି, ଜଲାପୁଟ ଥାନା ଅଧିକାରୀ ମୀନ କେତନ ପାତ୍ର, ଅବକାରୀ ବିଭାଗ ଅଧିକାରୀ ଅର୍ଣ୍ଣପୂର୍ଣ୍ଣା ରଥଙ୍କ ମିଳିତ ଉଦ୍ୟମରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପରେଶନ ଜାରି ରହିଥିଲା।

ଗଞ୍ଜେଇ ଚାଷ ଜଙ୍ଗଲ ଜମିରେ ହୋଇଛି ନା ବ୍ୟକ୍ତିଗତ ମାଲିକାନା ଜମିରେ ହୋଇଛି ସ୍ଥାନୀୟ ଆର୍‌ଆଇଙ୍କୁ ରିପୋର୍ଟ ଦେବାକୁ ପୋଲିସ ପକ୍ଷରୁ କୁହାଯାଇଛି। ରିପୋର୍ଟ ଆସିବା ପରେ କେଉଁମାନେ ଗଞ୍ଜେଇ ଚାଷରେ ସମ୍ପୃକ୍ତ ଅଛନ୍ତି ତାଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri