ବସ୍ତିରେ ତିଆରି ହେଉଥିଲା ଗଞ୍ଜେଇ ସିଗାରେଟ

ଭୁବନେଶ୍ୱର,୨୦।୭(ସୂର୍ଯ୍ୟକାନ୍ତ ବେହେରା)ଦେଖିବାକୁ ସିଗାରେଟ। ମାତ୍ର ଭିତରେ ଭର୍ତ୍ତି ହୋଇଛି ଗଞ୍ଜେଇ। ରାଜଧାନୀରେ ବେଆଇନ ଭାବେ ବିକ୍ରି ହେଉଥିବା ଏହି ଗଞ୍ଜେଇ ସିଗାରେଟ ସହରରେ ଥିବା ବସ୍ତିରେ ତିଆରି ହେଉଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ପ୍ୟାକେଜିଂ ସହ ବ୍ରାଣ୍ଡିଂ ବି ହେଉଛି। ଅବକାରୀ ଅଧିକାରୀମାନେ ବୁଧବାର ସକାଳେ ଗ୍ରାହକ ବେଶରେ ଆଚାର୍ଯ୍ୟବିହାରସ୍ଥିତ ବିଶ୍ୱେଶ୍ୱର ବସ୍ତିରେ ଚଢ଼ାଉ କରି ଏହି ର଼୍ୟାକେଟକୁ ଠାବ କରିବା ସହ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ହେଲେ ରଙ୍ଗବତୀ ଦାସ। ତାଙ୍କ ଘର ଓ ଦୋକାନରୁ ୫ ହଜାର ଗଞ୍ଜେଇ ଭର୍ତ୍ତି ସିଗାରେଟ ଓ ୨୪ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ବେଆଇନ କାରବାରରେ ତାଙ୍କ ସ୍ବାମୀ ମଧ୍ୟ ଗତବର୍ଷ ଗିରଫ ହୋଇ ଜେଲ ଯାଇଥିଲେ। ଏବେ ଏହି ର଼୍ୟାକେଟ ଧରାପଡିବା ପରେ ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛି ଅବକାରୀ ଟିମ୍‌। ତେବେ ଉକ୍ତ ବସ୍ତିରେ ଘରେ ଘରେ ଗଞ୍ଜେଇ ସିଗାରେଟ ତିଆରି ଓ ବିକ୍ରି ହେଉଥିବା ଗିରଫ ମହିଳା ରଙ୍ଗବତୀ ଗଣମାଧ୍ୟମ ଆଗରେ କହିବା ପରେ ବଡ଼ ଧରଣର ଚଢ଼ାଉ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି। ଅନ୍ୟପକ୍ଷରେ ଅବକାରୀ ଚଢ଼ାଉ ଖବର ପାଇବା ପରେ ସମ୍ପୃକ୍ତ ଅନ୍ୟମାନେ ମଧ୍ୟ ସତର୍କ ହୋଇପଡିଥିବା କୁହାଯାଉଛି। ବର୍ଷ ବର୍ଷ ଧରି ଏଠାରେ ଗଞ୍ଜେଇ ସିଗାରେଟ ତିଆରି ହେବା ସହ ବିକ୍ରି ହେଉଥିଲେ ମଧ୍ୟ ପୋଲିସର ନୀରବତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାନୁଯାୟୀ, ଗଞ୍ଜେଇ ସିଗାରେଟ ଏବେ ସହରର ଗଳିକନ୍ଦିରେ ମିଳୁଛି। ବିଶେଷକରି କଲେଜ, ମଲ୍‌ ଓ ବସ୍ତି ଅଞ୍ଚଳରେ ବେଶି ବିକ୍ରି ହେଉଛି। ଏବେ କାଉଡିଆମାନେ ମଧ୍ୟ ଏହି ସିଗାରେଟ ବ୍ୟବହାର କରୁଥିବା ଜଣାପଡିଛି। ଗ୍ରାହକମାନେ ଏହାର କୋଡ୍‌ ଓ୍ବାର୍ଡ ‘ବାବା ସିଗାରେଟ’ ନାଁରେ ଦୋକାନୀଙ୍କୁ ମାଗିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri