ବୋଲେରୋରେ ନେଉଥିଲେ ଧରାପଡ଼ିଲେ

କୋକସରା, ୩୧ା୭ (ଡି.ଏନ.ଏ): ପଡୋଶୀ ଆନ୍ଧ୍ରପ୍ରଦେଶରୁ କୋରାପୁଟକୁ ଲମ୍ବିଛି ଗଞ୍ଜେଇ ବ୍ୟବସାୟୀଙ୍କ ଚେର। କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରୁ ରାଜପଥ ଦେଇ ପ୍ରତିଦିନ ଗଞ୍ଜେଇ ଚାଲାଣ ହେଉଛି । ଶୁକ୍ରବାର ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ପୋଲିସ ଚଢ଼ାଉ କରି କୋକସରା ବ୍ଲକର ଟେମରା ମଦଭାଟି ଛକ ନିକଟରୁ ଏକ ବୋଲେରୋ ଗାଡିରୁ ୨୨ ପ୍ୟାକେଟ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ବୋଲେରୋ ଡ୍ରାଇଭର ଫେରାର ଅଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ୩ଟି ମୋବାଇଲ, ୪ ଏଟିଏମ୍‌ କାର୍ଡ, ୨ ଆଧାର କାର୍ଡ ଓ ଗଞ୍ଜେଇ ଚାଲାଣରେ ବ୍ୟବହୃତ ବୋଲେରୋ(ଓଡି ୧୦ କେ ୪୯୪୭)କୁ ଜବତ କରାଯାଇଛି। ଜବତ ଗଞ୍ଜେଇ ୪୪ କେଜି ଓ ବଜାରରେ ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗିରଫ ୩ ଅଭିଯୁକ୍ତ ହେଲେ କୋରାପୁଟ ଜିଲା ପାଡୁଆ ଗ୍ରାମର ଭିକାରି ଖରା (୪୫), ଗୋବିନ୍ଦ ପୁଝାରି(୨୬) ଓ କୋରାପୁଟ ଅଠାଗୁଡା ଗ୍ରାମର ଶଙ୍କର ରାଓ ଖୁଡ଼ା (୨୬)। ଏ ସଂକ୍ରାନ୍ତରେ କୋକସରା ଥାନାରେ ଏକ ମାମଲା (ନଂ.୧୫୬/୨୧) ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମଣୀ ରଞ୍ଜନ ଦଲେଇ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା ମାନି ରଥଯାତ୍ରା ଆୟୋଜନ ହେଉ

ପୁରୀ ଅଫିସ, ୪ା୫: ମହାମାରୀ କରୋନା ପାଇଁ ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି। ଏଭଳି ସ୍ଥିତିରେ...

ହସ୍ପିଟାଲ, ଆର୍‌ଟିଓରେ ଚଢ଼ାଉ: ପଞ୍ଚମ ଦିନରେ ୨୬ ଦଲାଲ ଗିରଫ

କଟକ ଅଫିସ/ ଭୁବନେଶ୍ୱର,୧।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ ଦଲାଲ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରିଛି। ସ୍ପେଶାଲ ଡ୍ରାଇଭ୍‌ର ୫ମ ଦିନ ସୋମବାରରେ ରାଜ୍ୟର ବିଭିନ୍ନ...

ରାଜ୍ୟରେ ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ: କଳାହାଣ୍ଡିରେ ପ୍ରଥମ କରୋନା ପଜିଟିଭ

ଭୁବନେଶ୍ୱର, ୪।୩(ବ୍ୟୁରୋ): ରାଜ୍ୟରେ ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କଳାହାଣ୍ଡି ଜିଲ୍ଲାର ୨୯ବର୍ଷୀୟ ଯୁବକ କରୋନା ଭୁତାଣୁରେ ସଂକ୍ରମିତ ହୋଇଛନ୍ତି। ସେ ବହାରିନରୁ...

ଆନିମଲ୍‌ ଅଣ୍ଡରପାସ୍‌ କାମ ସରୁନି

କେନ୍ଦୁଝର,୨୧।୨(ଡି.ଏନ.ଏ.)  କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ନଂ. ଜାତୀୟ ରାଜପଥର ପାଣିକୋଇଲିଠାରୁ ରିମୁଳି ପର୍ଯ୍ୟନ୍ତ ଅନେକ ସ୍ଥାନରେ ସଂରକ୍ଷିତ ଜଙ୍ଗଲ ରହିଛି। ଏହି ଜଙ୍ଗଲଗୁଡ଼ିକରେ ହାତୀ ସାଙ୍ଗକୁ...

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇ ଗାଡ଼ି ଫେରାର

ନୂଆପଡ଼ା ଅଫିସ,୨୦।୧: ନୂଆପଡା ଜିଲା କୋମନା ଥାନା ବରନ୍ଦାପାଟ ନିକଟ ବିଜୁ ଏକ୍ସପ୍ରେସ ୱେରେ ଏକ ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।...

ଟ୍ରକକୁ ଧକ୍କା ଦେଲା କାର: ଜଣେ ମୃତ, ଗୋଟିଏ ପରିବାରର ୫ ଆହତ

ରାୟଗଡା ଅଫିସ୍‌, ୨୦।୬- ରାୟଗଡା ସହରର ସିରିଗୁଡାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ପରିବାରର ୫ଜଣ ଗୁରୁତର ଆହତ...

କଟକ ସନ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

କଟକ ଅଫିସ,୧।୨: କଟକ ତୁଳସୀପୁରର ଘରୋଇ ହସ୍ପିଟାଲ ‘ସନ୍‌’ରେ ସୋମବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ଉପର ମହଲାରେ ଏହି ନିଆଁ ଲାଗିଥିଲା। ଖବରପାଇ ଅଗ୍ନିଶମ...

ନୂଆ ରୂପ ପାଇବ ପୁରୀ ରାଜଭବନ

ପୁରୀ ଅଫିସ,୧୮।୧: ଆସନ୍ତା ରଥଯାତ୍ରା ପୂର୍ବରୁ ପୁରୀ ରାଜଭବନ ନୂଆ ରୂପ ପାଇବ। ଗତ ଫନୀ ମହାବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଐତିହାସିକ ପୁରୀ ରାଜଭବନର ସଂରକ୍ଷଣ...

Advertisement
Archives

Model This Week