କ୍ୟାଣ୍ଡେଲ ହୋଲ୍ଡର୍‌

ଆଲୋକର ପର୍ବ ଦୀପାବଳିରେ ଘରକୁ ସୁନ୍ଦରଭାବେ ସଜାଇବା,
ଦୀପ, କ୍ୟାଣ୍ଡେଲ ଜଳାଇ ଘରକୁ ଆଲୋକମୟ କରିବାକୁ ସମସ୍ତେ ଚାହାନ୍ତି। ତେବେ ଏଥର ଦୀପାବଳିରେ କ୍ୟାଣ୍ଡେଲକୁ ଯଦି କିଛି ଆକର୍ଷଣୀୟ ଡେକୋରେଟିଭ୍‌ କ୍ୟାଣ୍ଡେଲ ହୋଲ୍ଡର ଭିତରେ ଜଳାଇବେ ଦେଖିବେ ଘରର
ସୌନ୍ଦର୍ଯ୍ୟ ନିଶ୍ଚିତଭାବେ ଦ୍ୱିଗୁଣିତ ହୋଇଯିବ।
ଆଉ ଏହାକୁ ନିଜେ ଘରେ ମଧ୍ୟ
ତିଆରି କରିପାରିବେ…

କୁନ୍ଦନ କ୍ୟାଣ୍ଡେଲ ହୋଲ୍ଡର: କାର୍ଡବୋର୍ଡକୁ ଗୋଲାକାରରେ କାଟି ତା’ଉପରେ ରଙ୍ଗବେରଙ୍ଗର କୁନ୍ଦନକୁ ଗୋଲାକାରରେ ସଜାଇ ରଖି ଅବା ନିଜ ଇଚ୍ଛାରେ ସୁନ୍ଦର ଡିଜାଇନ୍‌ରେ ଅଠା ଲଗାନ୍ତୁ। କାର୍ଡ ବୋର୍ଡର ମଝିଭାଗରେ କ୍ୟାଣ୍ଡେଲ ରଖିବା ପାଇଁ ସ୍ଥାନ ଛାଡ଼ିବେ। ଦେଖିବେ ସୁନ୍ଦର କ୍ୟାଣ୍ଡେଲ ହୋଲ୍ଡର ପ୍ରସ୍ତୁତ ହୋଇଯିବ।
ପ୍ଲାଷ୍ଟିକ ଚାମଚ କ୍ୟାଣ୍ଡେଲ ହୋଲ୍ଡର: ଖୁବ କମ୍‌ ଟଙ୍କା ଖର୍ଚ୍ଚକରି ଆକର୍ଷଣୀୟ କ୍ୟାଣ୍ଡେଲ ହୋଲ୍ଡର ତିଆରି କରିପାରିବେ ପ୍ଲାଷ୍ଟିକ୍‌ ଚାମଚରେ। କିଛି ପ୍ଲାଷ୍ଟିକ ଚାମଚର ହ୍ୟାଣ୍ଡେଲ କାଟି ଦିଅନ୍ତୁ। ତାକୁ ମନପସନ୍ଦର ରଙ୍ଗ ଅବା ଚାହିଁଲେ ଗୋଲ୍ଡେନ୍‌ କଲର୍‌ରେ ପେଣ୍ଟ କରନ୍ତୁ। ଏହାପରେ ଏକ ପ୍ଲାଷ୍ଟିକ ଡବାର ଗୋଲାକାର ଠିପି ଅବା ଗୋଲାକାର କାଠ ଖଣ୍ଡ ଚାରିପଟେ ଏହି ପ୍ଲାଷ୍ଟିକ ଚାମଚକୁ ଅଠାରେ ଲଗାନ୍ତୁ। ପଦ୍ମଫୁଲ ପାଖୁଡ଼ା ପରି ଦୁଇ ତିନୋଟି ଲେୟରରେ ଏହାକୁ ଲଗାନ୍ତୁ। ଦେଖିବେ ଖୁବ୍‌ ସୁନ୍ଦର କ୍ୟାଣ୍ଡେଲ ହୋଲ୍ଡର ପ୍ରସ୍ତୁତ ହୋଇଯିବ। ଏଥିରେ ଆପଣ ନିଜ ଇଚ୍ଛାନୁସାରେ ଆଉ କିଛି ଡେକୋରେସନ୍‌ ବି କରିପାରିବେ। ଏହି ସୁନ୍ଦର କ୍ୟାଣ୍ଡେଲ ହୋଲ୍ଡର ମଝିରେ କ୍ୟାଣ୍ଡେଲ ଜଳାଇଲେ ଘରର ସୌନ୍ଦର୍ଯ୍ୟ ବଢ଼ିଯିବ।
ଶାମୁକା କ୍ୟାଣ୍ଡେଲ ହୋଲ୍ଡର: ଶାମୁକା ସଂଗ୍ରହ କରି ତାକୁ କିଛି ସୁନ୍ଦର ରଙ୍ଗରେ ରଙ୍ଗେଇ ଦିଅନ୍ତୁ। ଏହାପରେ କାର୍ଡବୋର୍ଡକୁ ଗୋଲାକାରରେ କାଟନ୍ତୁ। କାର୍ଡବୋର୍ଡରେ ଅଠା ଲଗାଇ ରଙ୍ଗାଯାଇଥିବା ଶାମୁକାକୁ ପଦ୍ମଫୁଲର ପାଖୁଡ଼ା ପରି ଅନେକ ଲେୟରରେ ଲଗାଇ ଦିଅନ୍ତୁ। ମଝି ଭାଗ ଖାଲି ରଖିବେ ଯେମିତି କି କ୍ୟାଣ୍ଡେଲ ରଖିହେବ।
ସିଡୀ କ୍ୟାଣ୍ଡେଲ ହୋଲ୍ଡର: ଅଦରକାରୀ ସିଡୀକୁ ବ୍ୟବହାର କରି ମଧ୍ୟ ଖୁବ୍‌ ସୁନ୍ଦର କ୍ୟାଣ୍ଡେଲ ହୋଲ୍ଡର ତିଆରି କରିହେବ। ସିଡୀ ଉପରେ ମାର୍କର ସାହାଯ୍ୟରେ ମନପସନ୍ଦ ଡିଜାଇନ୍‌ର ଆଉଟ ଲାଇନ୍‌ କରନ୍ତୁ। ଏହାପରେ ଅଠାଲଗାଇ ଆଉଟ୍‌ ଲାଇନ୍‌ ଉପରେ ବିଡ୍ସ, କୁନ୍ଦନକୁ ଲଗାଇ ଦିଅନ୍ତୁ। ଚାହିଁଲେ ଗ୍ଲିଟର୍‌ ବି ବ୍ୟବହାର କରିପାରିବେ। କ୍ୟାଣ୍ଡେଲ ରଖିବା ପାଇଁ ମଝିଭାଗ ଖାଲି ରଖିବେ। ଅଠା ଶୁଖିଗଲା ପରେ ଦେଖିବେ କେତେ ସୁନ୍ଦର କ୍ୟାଣ୍ଡେଲ ହୋଲ୍ଡର ପ୍ରସ୍ତୁତ ହୋଇଛି।
ଚୁଡ଼ି କ୍ୟାଣ୍ଡେଲ ହୋଲ୍ଡର: ସମସ୍ତଙ୍କ ଘରେ ବିଭିନ୍ନ ରଙ୍ଗର ଓ ଡିଜାଇନ୍‌ର ଚୁଡ଼ି ନିଶ୍ଚୟ ଥିବ। ଏଇ ଚୁଡ଼ି ସାହାଯ୍ୟରେ ବି ସୁନ୍ଦର କ୍ୟାଣ୍ଡେଲ ହୋଲ୍ଡର ତିଆରି କରିହେବ। ଏଥିପାଇଁ କାଚ ଚୁଡ଼ି ବ୍ୟବହାର କଲେ ଭଲ। ସୁନ୍ଦର ରଙ୍ଗର ପ୍ଲେନ୍‌ ଚୁଡ଼ିକୁ ଗୋଟିକ ଉପରେ ଗୋଟିଏ ଅଠା ସାହାଯ୍ୟରେ ଲଗାନ୍ତୁ। ପ୍ରାୟ ୭-୮ ସେ.ମି. ଉଚ୍ଚତା ପର୍ଯ୍ୟନ୍ତ ଚୁଡ଼ିକୁ ଥାକ କରି ଅଠା ଲଗାଇ ରଖିବେ। ଚାହିଁଲେ ଏହାକୁ ବିଡ୍ସ, ପର୍ଲ ଲଗାଇ ସଜାଇପାରିବେ। ଡିଜାଇନ୍‌ ଚୁଡ଼ି ବି ବ୍ୟବହାର କରିପାରିବେ। ପରେ ଏହା ଭିତରେ କ୍ୟାଣ୍ଡେଲ ରଖି ଜଳାନ୍ତୁ ଦେଖିବେ କେତେ ସୁନ୍ଦର ଦେଖାଯିବ।
ଆର୍ଟିଫିସିଆଲ ଫ୍ଲାଓ୍ବାର ଓ ପର୍ଲ: ସିଡୀ କିମ୍ବା କାର୍ଡବୋର୍ଡକୁ ଗୋଲାକାରରେ କାଟି ତା’ ଉପରେ ସୁନ୍ଦର ସୁନ୍ଦର ଆର୍ଟିିଫିସିଆଲ ଫୁଲ ଓ ପର୍ଲକୁ ଅଠାରେ ଲଗାଇ ମଧ୍ୟ ସୁନ୍ଦର କ୍ୟାଣ୍ଡେଲ ହୋଲ୍ଡର ତିଆରି କରିହେବ।
ପମ୍‌ ପମ୍‌ କ୍ୟାଣ୍ଡେଲ ହୋଲ୍ଡର: ପମ୍‌ ପମ୍‌ ଦେଖିବାକୁ ବହୁତ କ୍ୟୁଟ୍‌ ଓ ସୁନ୍ଦର। ଗୋଲାକାର କାର୍ଡବୋର୍ଡ ଉପରେ ବିଭିନ୍ନ ରଙ୍ଗର ପମ୍‌ ପମ୍‌କୁ ଗୋଟେ ପରେ ଗୋଟେ ଲେୟାର୍‌ କରି ଅଠାରେ ଲଗାଇ କ୍ୟାଣ୍ଡେଲ ହୋଲ୍ଡର ତିଆରି କରନ୍ତୁ। ଅଧିକ ଡେକୋରେସନ୍‌ ପାଇଁ ପର୍ଲ, ବିଡ୍ସ ବି ବ୍ୟବହାର କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri