ପ୍ରାର୍ଥୀଙ୍କ ଟାର୍ଗେଟ୍‌ରେ ତେଲୁଗୁ ଭୋଟର

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ଆସନ୍ତା ନିର୍ବାଚନରେ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ସହ କୋରାପୁଟ ଲୋକ ସଭା ଆସନ ଜିତିବା ପାଇଁ ସବୁ ଦଳର ପ୍ରାର୍ଥୀ ଜୋର ଲଗାଇ ଦେଇଛନ୍ତି। ରାୟଗଡ଼ା ଓ ଗୁଣପୁର ଆସନରେ ପ୍ରାୟ ୨୫ ହଜାର ଲେଖାଏଁ ତେଲୁଗୁ ଭୋଟର ଅଛନ୍ତି। ସେମାନେ ଏଠାରେ ପିଢ଼ି ପରେ ପିଢ଼ି ରହିଆସିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମାନେ ଯେଉଁ ପ୍ରାର୍ଥୀ ଓ ଦଳକୁ ସମର୍ଥନ କରନ୍ତି, ପ୍ରାୟତଃ ସେହିମାନଙ୍କୁ ଭୋଟ ଦେଇଥାନ୍ତି। ଅର୍ଥାତ୍‌ ନିର୍ବାଚନରେ ନିର୍ଣ୍ଣାୟକ ନିଷ୍ପତ୍ତି ନିଅନ୍ତି ଏହି ତେଲୁଗୁ ମତଦାତା। ଏମାନଙ୍କ ଭୋଟ ଏକପ୍ରକାର ପ୍ରାର୍ଥୀଙ୍କ ବିଜୟ କ୍ଷେତ୍ରରେ ଗୁରୁତ୍ୱ ବହନ କରିଆସୁଛି। ତେଣୁ ତେଲୁଗୁ ଭୋଟ ହାତେଇବାକୁ ସମସ୍ତ ରାଜନୈତିକ ଦଳ ଉଦ୍ୟମ ଜାରି ରଖିଛନ୍ତି। ତେଲୁଗୁ ଭାଷାରେ ପ୍ରଚାର ସହିତ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କୌଶଳ ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି।
ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ସମେତ କୋରାପୁଟ ଲୋକ ସଭା ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି। ଏଥିପାଇଁ ଉଭୟ କଂଗ୍ରେସ ଓ ଭାଜପା ରାୟଗଡ଼ାରୁ ପ୍ରାର୍ଥୀ ଦେଇଛନ୍ତି। ଅନ୍ୟପଟେ ବିଜେଡି କୋରାପୁଟ ଜିଲାର ଲକ୍ଷ୍ମୀପୁରରୁ ପ୍ରାର୍ଥୀ କରିଛି। ଜିଲାର ମୋଟ ଜନସଂଖ୍ୟା ୧୦ ଲକ୍ଷରୁ ଊର୍ଦ୍ଧ୍ୱ ରହିଥିବା ବେଳେ ଭୋଟର ରହିଛନ୍ତି ୭ ଲକ୍ଷରୁ ଊର୍ଦ୍ଧ୍ୱ। ସେଥିରେ ପ୍ରାୟ ୧୦% ରହିଛନ୍ତି ତେଲୁଗୁ ସମ୍ପ୍ରଦାୟର ଲୋକ। ସମଗ୍ର ଜିଲାରେ ୭ ଲକ୍ଷ ୪ ହଜାର ୫୦୩ ଭୋଟର ରହିଛନ୍ତି। ବିଷମକଟକରେ ୨ ଲକ୍ଷ ୩୨ ହଜାର ୪୪୨ ଜଣ ଭୋଟର, ଗୁଣପୁରରେ ୨ ଲକ୍ଷ ୨୧ ହଜାର ୪୯୫ ଓ ରାୟଗଡ଼ା ଆସନରେ ୨ ଲକ୍ଷ ୫୦ ହଜାର ୫୬୬ ରହିଛନ୍ତି। ସେଥିରୁ ପ୍ରାୟ ୭୦ ହଜାର ଭୋଟର ତେଲୁଗୁ ସମ୍ପ୍ରଦାୟର ରହିଛନ୍ତି। ବିଷମକଟକ ଆସନରେ ପ୍ରାୟ ୨୦ ହଜାର ଭୋଟର ରହିଥିବା ବେଳେ ରାୟଗଡ଼ା ଓ ଗୁଣପୁର ଆସନରେ ପ୍ରାୟ ୨୫ ହଜାର ଲେଖାଏଁ ତେଲୁଗୁ ଭୋଟର ଅଛନ୍ତି। ଏମାନଙ୍କ ଭୋଟ ଏକପ୍ରକାର ପ୍ରାର୍ଥୀଙ୍କ ବିଜୟ କ୍ଷେତ୍ରରେ ଅନେକ ଗୁରୁତ୍ୱ ବହନ କରିଆସୁଛି। ଅପରପକ୍ଷରେ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ରାଜନୀତି ପ୍ରଭାବ ମଧ୍ୟ ରାୟଗଡ଼ା ଜିଲାର ସମସ୍ତ ଆସନରେ ପଡ଼ିଥାଏ। ସେହି ୨ ରାଜ୍ୟରେ ଯେଉଁ ଆଡ଼କୁ ଭୋଟର ଢଳନ୍ତି, ରାୟଗଡ଼ା ଜିଲାରେ ମଧ୍ୟ ତାହାର ପ୍ରଭାବ ପଡ଼ୁଥିବା ନଜିର ରହିଛି। ତେଣୁ ସବୁ ଦଳର ନଜର ତେଲୁଗୁ ଭୋଟରଙ୍କ ଉପରେ। ରାୟଗଡ଼ା ଓ ଗୁଣପୁରଠାରେ କଂଗ୍ରେସ ପ୍ରାର୍ଥୀ ତେଲୁଗୁ ଭାଷାରେ ଭୋଟ ଭିକ୍ଷା କରୁଛନ୍ତି। ଏତଦ୍‌ବ୍ୟତୀତ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ମାଲୁ ଭାଟି ବିକ୍ରମାର୍କା ଗୁରୁବାର ଓ ଶୁକ୍ରବାର ରାୟଗଡ଼ା ଗସ୍ତରେ ଆସି ତେଲୁଗୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୨ ଦିନ ପ୍ରଚାର କରି ଫେରିଛନ୍ତି। ତେବେ ଜିଲାର ସମସ୍ତ ୩ ଆସନରେ ବିଜେଡି ପ୍ରାର୍ଥୀ ତେଲୁଗୁ ଭାଷା ଜାଣି ନ ଥିବାରୁ ସେମାନଙ୍କ ପାଇଁ ସମସ୍ୟା ହେଉଥିବା ଆଲୋଚନା ହେଉଛି। କିନ୍ତୁ ଜିଲା ବିଜେଡି ସଭାପତି ଏନ୍‌. ଭାସ୍କର ରାଓ ତେଲୁଗୁ ସମ୍ପ୍ରଦାୟର ହୋଇଥିବାରୁ ସେ ବିଭିନ୍ନ ସମୟରେ ଅତି ଚତୁରତାର ସହିତ ତେଲୁଗୁ ଭୋଟରଙ୍କୁ ପରିଚାଳନା କରିଥା’ନ୍ତି। ଭାଜପା ଜିଲା ସଭାପତି ଶିବ ପଟ୍ଟନାୟକ ମଧ୍ୟ ତେଲୁଗୁ ଭାଷା କହିବା ଓ ବୁଝିବାରେ ପୋଖତ। ଭାଜପା ରାୟଗଡ଼ା ପ୍ରାର୍ଥୀ ମଧ୍ୟ ତେଲୁଗୁ ଭାଷା ଜାଣିଛନ୍ତି। ତେଣୁ ତେଲୁଗୁ ଭୋଟରଙ୍କ ଉପରେ ସବୁ ଦଳର ପ୍ରାର୍ଥୀଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri