ଭୋଟର ତାଲିକାରେ ନାଁ ନ ଥିବାରୁ ଫେରିଲେ ପ୍ରାର୍ଥୀ

ଜଟଣୀ,୨୧।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅଧୀନ ଛଣଘର କୁସୁମାଟି ପଞ୍ଚାୟତ କାର୍ଯ୍ୟାଳୟରେ ଚଳିତବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିବାକୁ ଆସିଥିବା ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥତ୍ନୀମାନେ ଭୋଟର ତାଲିକାରେ ନାମ ନ ଥିବା ଜାଣି ନିରାଶ ହୋଇ ଫେରିଛନ୍ତି। ତେବେ ଏଭଳି କାର୍ଯ୍ୟ ଏକ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା ଉକ୍ତ ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି। ଜଟଣୀ ବ୍ଲକ ଅଧୀନ ଛଣଘର ପଞ୍ଚାୟତର ୱାର୍ଡ ନମ୍ବର ୬ରେ ରହୁଥିବା ଗୀତାଞ୍ଜଳି ନାୟକ ସରପଞ୍ଚ ପ୍ରାର୍ଥତ୍ନୀ ଭାବେ ଗୁରୁବାର ସମସ୍ତ ପ୍ରସ୍ତୁତି ସହିତ ଛଣଘର ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦେବା ପାଇଁ ପହଞ୍ଚତ୍ଥିଲେ। ତେବେ କାର୍ଯ୍ୟାଳୟରେ ଥିବା ଅଧିକାରୀମାନେ ଭୋଟର ତାଲିକାରେ ଗୀତାଞ୍ଜଳିଙ୍କ ନାଁ କଟିଯାଇଥିବା କହିଥିଲେ। ସେଥିପାଇଁ ନାମାଙ୍କନ ପତ୍ର ଦାଖଲ ହୋଇପାରିବନି ବୋଲି କହିଥିଲେ। ଫଳରେ ନିରାଶ ହୋଇ ଗୀତାଞ୍ଜଳି ସେଠାରୁ ଫେରିଥିଲେ। ସେହିପରି ଛଣଘର ପଞ୍ଚାୟତ ଅଧୀନ ୧୫ ନମ୍ବର ୱାର୍ଡ ଓଗରଶୁଆଁ ଗ୍ରାମର ବିଶ୍ୱଜିତ ଦିହୁଡ଼ି ମଧ୍ୟ ଅନେକ ସ୍ବପ୍ନ ନେଇ ଜନସେବା ଉଦ୍ଦେଶ୍ୟରେ ଗୁରୁବାର ୱାର୍ଡ ମେମ୍ବର ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିଲେ। କିନ୍ତୁ ତାଙ୍କର ମଧ୍ୟ ଭୋଟର ତାଲିକାରୁ ନାମ କଟିଯାଇଥିବା ଶୁଣି ନିରାଶରେ ଫେରିଥିଲେ। ଏ ନେଇ ଗୀତାଞ୍ଜଳି, ବିଶ୍ୱଜିତ ଏବଂ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିରଞ୍ଚି ବେହେରା ଅଭିଯୋଗ କରିଛନ୍ତି ଯେ, ୨୦୧୭ ଓ ୨୦୧୯ ମସିହା ଭୋଟର ତାଲିକାରେ ନାଁ ଥିଲା, କିନ୍ତୁ ଚଳିତ ନିର୍ବାଚନ ପାଇଁ ଜାରି ହୋଇଥିବା ଭୋଟର ତାଲିକାରେ ପଞ୍ଚାୟତର ୧୦ଟି ପରିବାରର ୫୩ଜଣଙ୍କ ନାମ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ କଟାଯାଇଛି। ଏ ସମ୍ପର୍କରେ ସେମାନେ ଜିଲାପାଳ ଓ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି। ଏ ନେଇ ଛଣଘର ପଞ୍ଚାୟତର ପଞ୍ଚାୟତ ଅଧିକାରୀ ମଙ୍ଗରାଜ ରାଉତ କହିଛନ୍ତି, ଭୋଟର ତାଲିକାରୁ କିଛି ନାମ କଟିଯାଇଛି। ଏହା କିପରି ଓ କିଏ କରିଛନ୍ତି ତାହା ଜଣାନାହିଁ, ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ ସମାଧାନ ପାଇଁ ନିର୍ଦ୍ଦେଶ ଆସିଲେ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri