ପ୍ରାର୍ଥୀ ଚୟନକୁ ନେଇ ଛକାପଞ୍ଝା

ବାରିପଦା ଅଫିସ,୩ା୩: ମୟୂରଭଞ୍ଜ ଜିଲାରେ ପୌର ନିର୍ବାଚନ ଲାଗି ଉଷ୍ମତା ବଢ଼ି ଚାଲିଛି। ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀ ଚୟନ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ବାରିପଦା, ରାଇରଙ୍ଗପୁର ମ୍ୟୁନିସିପାଲିଟି ଏବଂ ଉଦଳା, କରଞ୍ଜିଆ ଏନ୍‌ଏସିରେ ନିର୍ବାଚନ ହେବାକୁ ଥିବା ବେଳେ ଆଶାୟୀମାନେ ଟିକେଟ ପାଇଁ ଦଳୀୟ ନେତାଙ୍କଠାରେ ଲବି ଚଳାଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲାରେ ଅଭୂତପୂର୍ବ ସଫଳତା ହାସଲ କରିଥିବା ବିଜେଡି ପୌର ପରିଷଦର ସମସ୍ତ ଆସନ ହାତେଇବାକୁ ଗୋଟିଚାଳନା ଜାରି ରଖିଛି। ୩ଟି ଜିଲା ପରିଷଦ ଜୋନ୍‌ ଦଖଲ କରିଥିବା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମ୍‌ଏମ୍‌) ମଧ୍ୟ ଉତ୍ସାହିତ ରହିଛି। ପୌର ନିର୍ବାଚନରେ ଦଳ କିଭଳି ଅଧିକ ଆସନ ଅକ୍ତିଆର କରିବ ସେଥିପାଇଁ ପ୍ରୟାସ ଆରମ୍ଭ କରିଛି। ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନରେ ଧୂଳି ଚାଟିଥିବା ଭାଜପା ଓ କଂଗ୍ରେସ ମଧ୍ୟ ପୌର ପରିଷଦ ଦଖଲ କରିବା ଲାଗି ଉଦମ୍ୟ ଚଳାଇଛନ୍ତି।
ବିଜେଡି ପ୍ରତି ଜନସମର୍ଥନ ରହିଥିବା ନେଇ ମୟୂରଭଞ୍ଜବାସୀ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରମାଣିତ କରିଛନ୍ତି। ବିଜୟ ଧାରାକୁ ଦୃଷ୍ଟିରେ ରଖି ପୌର ନିର୍ବାଚନରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବିଜେଡି ନେତାମାନେ ଆଶାବାଦୀ ରହିଛନ୍ତି। ଏନେଇ ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପହଞ୍ଚିି ଦଳୀୟ ନେତୃବୃନ୍ଦଙ୍କ ସହ ଗୁପ୍ତ ବୈଠକ କରୁଛନ୍ତି। ସାଙ୍ଗଠନିକ ଦାୟିତ୍ୱରେ ରହି ଦଳକୁ ସଜାଡିଥିବା ବ୍ୟକ୍ତିଙ୍କୁ ଟିକଟ ପ୍ରଦାନ କରାଯିବା ନେଇ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିବା ବହୁ ନେତାଙ୍କ ମଧ୍ୟରେ ବଳ କଷାକଷି ଚାଲିଛି। ଦଳୀୟ ଟିକଟରୁ ବଞ୍ଚିିତ ହେଲେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିିବାକୁ କେତେଜଣ ମନସ୍ତ କରୁଥିବା ଆଲୋଚନା ଦେଉଛି। ବୁଧବାର ଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରି ନ ଥିବା ଜଣାପଡିଛି। ବାରିପଦା ପୌର ପରିଷଦରେ ଥିବା ୨୮ଟି ଆସନରୁ ୨୦୧୫ ପୌର ନିର୍ବାଚନରେ ବିଜେଡି ୨୭ଟି ହାତେଇଥିବା ବେଳେ ଭାଜପା ଗୋଟିଏରେ ସୀମିତ ରହିଥିଲା। ସାରା ରାଜ୍ୟରେ ଜନସମର୍ଥନକୁ ଦୃଷ୍ଟିରେ ରଖି ଅନ୍ୟ ଦଳର କର୍ମକର୍ତ୍ତା ବିଜେଡି ପ୍ରତି ଆକୃଷ୍ଟ ହେଉଛନ୍ତି। ତେବେ ପୌର ନିର୍ବାଚନରେ ଭାଜପା କିଭଳି ରଣନୀତି ପ୍ରସ୍ତୁତ କରି ସମ୍ମାନ ବଜାୟ ରଖିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri