Posted inଜାତୀୟ

ନିଯୁକ୍ତି ମାଗୁଛନ୍ତି ଆଶାୟୀ

ନୂଆଦିଲ୍ଲୀ, ୨୮ା୨ : ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟର୍‌ରେ ଏବେ ନମ୍ବର ଓ୍ବାନ ଟ୍ରେଣ୍ଡ ପାଲଟିଛି ହାଶଟ୍ୟାଗ୍‌ ମୋଦି ଜବ୍‌ ଦୋ, ହାଶଟ୍ୟାଗ୍‌ ମୋଦି ରୋଜଗାର ଦୋ। ୫୦ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ତଥା ଚାକିରି ଆଶାୟୀ ଏହି ହାଶଟ୍ୟାଗ୍‌ ବ୍ୟବହାର କରି ଟୁଇଟ କରିଲେଣି। ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଭାଜପା ସରକାର ନିଜ କଥା ରଖିବାକୁ ଭୁଲିଯାଇଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଚାକିରି ଅପେକ୍ଷାରେ ଥିବା ଛାତ୍ରୀଛାତ୍ର ଏହି ହାଶଟ୍ୟାଗ୍‌ର ବହୁଳ ବ୍ୟବହାର କରି ସୋସିଆଲ ମିଡିଆରେ ଏକ ପ୍ରକାର ଆନ୍ଦୋଳନକୁ ଓହ୍ଳାଇଛନ୍ତି। ମାତ୍ର କିଛି ଦିନରେ ଏହା ଗ୍ଲୋବାଲ ଟୁଇଟର ଟ୍ରେଣ୍ଡ୍‌ ପାଲଟିଛି।
ଟୁଇଟରରେ ‘ହାଶଟ୍ୟାଗ୍‌ ମୋଦି ରୋଜଗାର ଦୋ’ ଟ୍ରେଣ୍ଡ ଚଳିତ ସପ୍ତାହରେ ବହୁଳ ମାତ୍ରାରେ ବ୍ୟବହାର କରାଯାଇଛି। ଏବେ ସୁଦ୍ଧା ୫୦ ଲକ୍ଷରୁ ଅଧିକ ରୋଜଗାର ଆଶାୟୀ ଏହି ହାଶଟ୍ୟାଗ୍‌ ବ୍ୟବହାର କରି ସରକାରଙ୍କୁ ଚାକିରି ମାଗୁଛନ୍ତି। ଷ୍ଟାଫ୍‌ ସିଲେକ୍ସନ କମିଶନ(ଏସ୍‌ଏସ୍‌ସି) ପକ୍ଷରୁ କମ୍ବାଇନ୍‌ଡ୍‌ ଗ୍ରାଜୁଏଟ ଲେଭଲ(ସିଜିଏଲ୍‌) ପରୀକ୍ଷା ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁ ଅନେକ ଛାତ୍ରୀଛାତ୍ର ବଞ୍ଚିତ ହେଉଥିବା ଅଭିଯୋଗ କରି ସେମାନେ ଏଥିରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ଏହାସହ ଅଧିକ ସଂଖ୍ୟାରେ ସରକାରୀ ପଦବୀରେ ଚାକିରି ମାଗିବା ଏବଂ ସରକାରୀ ସଂସ୍ଥା ଗୁଡ଼ିକର ଘରୋଇକରଣ ବନ୍ଦ କରିବା ପାଇଁ ଜୋର୍‌ଦାର ଦାବି ଉଠିଛି।
ବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଛାତ୍ରୀଛାତ୍ର ସରକାରୀ ଚାକିରି ପାଇଁ ଏସ୍‌ଏସ୍‌ସି ମାଧ୍ୟମରେ ପରୀକ୍ଷା ଦେବାକୁ ଆବେଦନ କରିଥାନ୍ତି। ଏହି କ୍ରମରେ ଏସ୍‌ଏସ୍‌ସି ସିଜିଏଲ ୨୦୧୯ର ଟାୟାର-୨ ପରୀକ୍ଷା ୩ଟି ଶିଫ୍ଟରେ ନଭେମ୍ବର ୨୦୨୦ରେ ଅନୁଷ୍ଠିତ ହୋଇଥିଲା। ୨୦୨୧ ଫେବୃୟାରୀ ୧୯ରେ ଏହାର ଫଳାଫଳ ବାହାରିଥିଲା। ଏଥିରେ ଅନିୟମିତତା କରାଯାଇଥିବା ନେଇ ଛାତ୍ରୀଛାତ୍ରମାନେ ଅଭିଯୋଗ ଉଠାଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏକାଧିକ ଶିଫ୍ଟରେ ଅଲଗା ଅଲଗା ଦିନରେ ଏହି ପରୀକ୍ଷା କରାଯାଇଥିଲା। ପ୍ରଥମ ଓ ଦ୍ୱିତୀୟ ଦିନ ଅପେକ୍ଷା କଷ୍ଟକର ପ୍ରଶ୍ନ ଆସୁଥିବା କୁହାଯାଇ ଶେଷ ସିଫ୍ଟରେ ପରୀକ୍ଷା ଦେଇଥିବା ପିଲାଙ୍କ ମାର୍କ ପୂର୍ବ ସିଫ୍ଟ ପିଲାଙ୍କ ମାର୍କଠାରୁ ବହୁତ କମ୍‌ ପ୍ରତିଶତ ଥିଲେ ବି ସେମାନଙ୍କୁ ଚୟନ କରାଯାଇଛି। ଏଭଳି ବ୍ୟବସ୍ଥାରେ ସୁଧାର ଆଣିବା, ଅଧିକ ସଂଖ୍ୟାରେ ସରକାରୀ ଚାକିରି ଉପଲବ୍ଧ କରାଇବା ଆଦି ଦାବିରେ ଉକ୍ତ ହାଶଟ୍ୟାଗ୍‌ ଟ୍ରେଣ୍ଡ କରୁଛି। ଏହାବାଦ୍‌ ପୂର୍ବରୁ ଏସ୍‌ଏସ୍‌ସି ପରୀକ୍ଷା ଦେଇଥିବା ଅନେକ ପରୀକ୍ଷାର୍ଥୀ ଫଳାଫଳକୁ ଅପେକ୍ଷା କରି ରହିଛନ୍ତି।

ଭାରତରେ ବେରୋଜଗାରି

ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍‌ଆଇଇ)ର ରିପୋର୍ଟ ମୁତାବକ ଜାନୁୟାରୀ ୨୦୨୧ରେ ଦେଶରେ ବେକାର ଯୁବତୀଯୁବକଙ୍କ ସଂଖ୍ୟା ପ୍ରାୟ ୪ କୋଟି ରହିଛି। ମହାମାରୀ ପୂର୍ବରୁ ବେରୋଜଗାର ହାର ଗତ ୪୫ ବର୍ଷରେ ସର୍ବାଧିକ ରହିଥିଲା। ମହାମାରୀବେଳେ ଏହି ହାର ବ୍ୟାପକ ମାତ୍ରାରେ ବଢ଼ିଛି। ୨୦୧୯-୨୦ ଆର୍ଥିକ ବର୍ଷ ଶେଷଆଡ଼କୁ ୩.୫ କୋଟି ବେରୋଜଗାର ରହିଥିଲେ। ଏହାବାଦ୍‌ ଭାରତରେ ପ୍ରତିବର୍ଷ ୧୫ରୁ ୫୯ ବର୍ଷ ବୟସର ୨ କୋଟିରୁ ଊର୍ଦ୍ଧ୍ୱ ଲୋକ ଚାକିରି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ତାଲିକାରେ ଯୋଡ଼ି ହେଉଛନ୍ତି। ଜାନୁୟାରୀ ୨୦୨୧ ସୁଦ୍ଧା ସହରାଞ୍ଚଳରେ ବେରୋଜଗାରଙ୍କ ହାର ୮ ପ୍ରତିଶତ ରହିଥିବାବେଳେ ଗ୍ରାମାଞ୍ଚଳରେ ଏହା ୫.୮ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri