Posted inଜାତୀୟ

ନିଯୁକ୍ତି ମାଗୁଛନ୍ତି ଆଶାୟୀ

ନୂଆଦିଲ୍ଲୀ, ୨୮ା୨ : ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟର୍‌ରେ ଏବେ ନମ୍ବର ଓ୍ବାନ ଟ୍ରେଣ୍ଡ ପାଲଟିଛି ହାଶଟ୍ୟାଗ୍‌ ମୋଦି ଜବ୍‌ ଦୋ, ହାଶଟ୍ୟାଗ୍‌ ମୋଦି ରୋଜଗାର ଦୋ। ୫୦ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ତଥା ଚାକିରି ଆଶାୟୀ ଏହି ହାଶଟ୍ୟାଗ୍‌ ବ୍ୟବହାର କରି ଟୁଇଟ କରିଲେଣି। ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଭାଜପା ସରକାର ନିଜ କଥା ରଖିବାକୁ ଭୁଲିଯାଇଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଚାକିରି ଅପେକ୍ଷାରେ ଥିବା ଛାତ୍ରୀଛାତ୍ର ଏହି ହାଶଟ୍ୟାଗ୍‌ର ବହୁଳ ବ୍ୟବହାର କରି ସୋସିଆଲ ମିଡିଆରେ ଏକ ପ୍ରକାର ଆନ୍ଦୋଳନକୁ ଓହ୍ଳାଇଛନ୍ତି। ମାତ୍ର କିଛି ଦିନରେ ଏହା ଗ୍ଲୋବାଲ ଟୁଇଟର ଟ୍ରେଣ୍ଡ୍‌ ପାଲଟିଛି।
ଟୁଇଟରରେ ‘ହାଶଟ୍ୟାଗ୍‌ ମୋଦି ରୋଜଗାର ଦୋ’ ଟ୍ରେଣ୍ଡ ଚଳିତ ସପ୍ତାହରେ ବହୁଳ ମାତ୍ରାରେ ବ୍ୟବହାର କରାଯାଇଛି। ଏବେ ସୁଦ୍ଧା ୫୦ ଲକ୍ଷରୁ ଅଧିକ ରୋଜଗାର ଆଶାୟୀ ଏହି ହାଶଟ୍ୟାଗ୍‌ ବ୍ୟବହାର କରି ସରକାରଙ୍କୁ ଚାକିରି ମାଗୁଛନ୍ତି। ଷ୍ଟାଫ୍‌ ସିଲେକ୍ସନ କମିଶନ(ଏସ୍‌ଏସ୍‌ସି) ପକ୍ଷରୁ କମ୍ବାଇନ୍‌ଡ୍‌ ଗ୍ରାଜୁଏଟ ଲେଭଲ(ସିଜିଏଲ୍‌) ପରୀକ୍ଷା ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁ ଅନେକ ଛାତ୍ରୀଛାତ୍ର ବଞ୍ଚିତ ହେଉଥିବା ଅଭିଯୋଗ କରି ସେମାନେ ଏଥିରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ଏହାସହ ଅଧିକ ସଂଖ୍ୟାରେ ସରକାରୀ ପଦବୀରେ ଚାକିରି ମାଗିବା ଏବଂ ସରକାରୀ ସଂସ୍ଥା ଗୁଡ଼ିକର ଘରୋଇକରଣ ବନ୍ଦ କରିବା ପାଇଁ ଜୋର୍‌ଦାର ଦାବି ଉଠିଛି।
ବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଛାତ୍ରୀଛାତ୍ର ସରକାରୀ ଚାକିରି ପାଇଁ ଏସ୍‌ଏସ୍‌ସି ମାଧ୍ୟମରେ ପରୀକ୍ଷା ଦେବାକୁ ଆବେଦନ କରିଥାନ୍ତି। ଏହି କ୍ରମରେ ଏସ୍‌ଏସ୍‌ସି ସିଜିଏଲ ୨୦୧୯ର ଟାୟାର-୨ ପରୀକ୍ଷା ୩ଟି ଶିଫ୍ଟରେ ନଭେମ୍ବର ୨୦୨୦ରେ ଅନୁଷ୍ଠିତ ହୋଇଥିଲା। ୨୦୨୧ ଫେବୃୟାରୀ ୧୯ରେ ଏହାର ଫଳାଫଳ ବାହାରିଥିଲା। ଏଥିରେ ଅନିୟମିତତା କରାଯାଇଥିବା ନେଇ ଛାତ୍ରୀଛାତ୍ରମାନେ ଅଭିଯୋଗ ଉଠାଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏକାଧିକ ଶିଫ୍ଟରେ ଅଲଗା ଅଲଗା ଦିନରେ ଏହି ପରୀକ୍ଷା କରାଯାଇଥିଲା। ପ୍ରଥମ ଓ ଦ୍ୱିତୀୟ ଦିନ ଅପେକ୍ଷା କଷ୍ଟକର ପ୍ରଶ୍ନ ଆସୁଥିବା କୁହାଯାଇ ଶେଷ ସିଫ୍ଟରେ ପରୀକ୍ଷା ଦେଇଥିବା ପିଲାଙ୍କ ମାର୍କ ପୂର୍ବ ସିଫ୍ଟ ପିଲାଙ୍କ ମାର୍କଠାରୁ ବହୁତ କମ୍‌ ପ୍ରତିଶତ ଥିଲେ ବି ସେମାନଙ୍କୁ ଚୟନ କରାଯାଇଛି। ଏଭଳି ବ୍ୟବସ୍ଥାରେ ସୁଧାର ଆଣିବା, ଅଧିକ ସଂଖ୍ୟାରେ ସରକାରୀ ଚାକିରି ଉପଲବ୍ଧ କରାଇବା ଆଦି ଦାବିରେ ଉକ୍ତ ହାଶଟ୍ୟାଗ୍‌ ଟ୍ରେଣ୍ଡ କରୁଛି। ଏହାବାଦ୍‌ ପୂର୍ବରୁ ଏସ୍‌ଏସ୍‌ସି ପରୀକ୍ଷା ଦେଇଥିବା ଅନେକ ପରୀକ୍ଷାର୍ଥୀ ଫଳାଫଳକୁ ଅପେକ୍ଷା କରି ରହିଛନ୍ତି।

ଭାରତରେ ବେରୋଜଗାରି

ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍‌ଆଇଇ)ର ରିପୋର୍ଟ ମୁତାବକ ଜାନୁୟାରୀ ୨୦୨୧ରେ ଦେଶରେ ବେକାର ଯୁବତୀଯୁବକଙ୍କ ସଂଖ୍ୟା ପ୍ରାୟ ୪ କୋଟି ରହିଛି। ମହାମାରୀ ପୂର୍ବରୁ ବେରୋଜଗାର ହାର ଗତ ୪୫ ବର୍ଷରେ ସର୍ବାଧିକ ରହିଥିଲା। ମହାମାରୀବେଳେ ଏହି ହାର ବ୍ୟାପକ ମାତ୍ରାରେ ବଢ଼ିଛି। ୨୦୧୯-୨୦ ଆର୍ଥିକ ବର୍ଷ ଶେଷଆଡ଼କୁ ୩.୫ କୋଟି ବେରୋଜଗାର ରହିଥିଲେ। ଏହାବାଦ୍‌ ଭାରତରେ ପ୍ରତିବର୍ଷ ୧୫ରୁ ୫୯ ବର୍ଷ ବୟସର ୨ କୋଟିରୁ ଊର୍ଦ୍ଧ୍ୱ ଲୋକ ଚାକିରି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ତାଲିକାରେ ଯୋଡ଼ି ହେଉଛନ୍ତି। ଜାନୁୟାରୀ ୨୦୨୧ ସୁଦ୍ଧା ସହରାଞ୍ଚଳରେ ବେରୋଜଗାରଙ୍କ ହାର ୮ ପ୍ରତିଶତ ରହିଥିବାବେଳେ ଗ୍ରାମାଞ୍ଚଳରେ ଏହା ୫.୮ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri