ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌

ଖୋର୍ଦ୍ଧା ଅଫିସ/ ବାଲୁଗାଁ/ଜଟଣୀ,୨୫ା୩ (ଡି.ଏନ୍‌.ଏ.)ଖୋର୍ଦ୍ଧା ଜିଲାରେ ଗୁରୁବାର ଖୋର୍ଦ୍ଧା, ଜଟଣୀ ପୌରାଞ୍ଚଳ ସମେତ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଭୋଟଗ୍ରହଣ କରାଯାଇଛି। କାଁ ଭାଁ  ଉତ୍ତେଜନାକୁ ବାଦ୍‌ ଦେଲେ ମତଦାନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ଖୋର୍ଦ୍ଧା ପୌରାଞ୍ଚଳରେ ପୌରାଧ୍ୟକ୍ଷା ପଦ ପାଇଁ ୩ଜଣ ପ୍ରାର୍ଥୀ ରହିଥିବା ବେଳେ ୨୨ଟି ଓ୍ବାର୍ଡରେ କାଉନସିଲର ପଦ ପାଇଁ ୬୭ଜଣ ପ୍ରାର୍ଥୀ ରହିଛନ୍ତି। ସେହିପରି ଜଟଣୀ ପୌରାଞ୍ଚଳରେ ୬ ପୌରାଧ୍ୟକ୍ଷା ଏବଂ ୮୬ କାଉନସିଲର ପ୍ରାର୍ଥୀ, ବାଲୁଗଁା ଏନ୍‌ଏସି ୬ ଅଧ୍ୟକ୍ଷା ଏବଂ ୨୫ଜଣ କାଉନସିଲର ପ୍ରାର୍ଥୀ ଏବଂ ବାଣପୁର ଏନ୍‌ଏସିରେ ୬ ଅଧ୍ୟକ୍ଷ ଏବଂ ୩୨ଜଣ କାଉନସିଲର ପ୍ରାର୍ଥୀ ରହିଛନ୍ତି। ୨୧ ପୌରାଧ୍ୟକ୍ଷ ଓ ୨୧୦ କାଉନ୍‌ସିଲର ମୋଟ ୨୩୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଛି।
ଖୋର୍ଦ୍ଧା ପୌରାଞ୍ଚଳର ୨୨ କାଉନସିଲର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ୪୪ଟି ବୁଥ୍‌ରେ ମତଦାନ ଅନୁଷ୍ଠିତ ହୋଇଥିଲା। ୩୭,୫୧୪ ଭୋଟରଙ୍କ ମଧ୍ୟରୁ ୨୫,୩୧୧ଜଣ ଭୋଟର ନିଜ ମତ ସାବ୍ୟସ୍ତ କରିଥିଲେ। ସେଥିରୁ ପୁରୁଷ ୧୩,୩୪୦ ଓ ମହିଳା ୧୧,୯୭୧ ଭୋଟର ରହିଛନ୍ତି। ମତଦାନ ହାର ୬୭.୪୨ ପ୍ରତିଶତ ରହିଛି। ସେହିପରି ଜଟଣୀ ପୌରାଞ୍ଚଳରେ ୨୩ କାଉନସିଲର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ୫୪ଟି କେନ୍ଦ୍ରରେ ମତଦାନ ହୋଇଥିଲା। ୪୫,୮୭୫ ଭୋଟରଙ୍କ ମଧ୍ୟରୁ ୨୬,୦୯୦ ଭୋଟର ମତଦାନ କରିଥିଲେ। ସେଥିରୁ ପୁରୁଷ ୧୩,୬୩୬ ଓ ମହିଳା ୧୨,୪୫୪ ଜଣ ରହିଛନ୍ତି। ମତଦାନ ହାର ୫୬.୮୭ ପ୍ରତିଶତ ରହିଛି। ବାଲୁଗାଁ ଏନ୍‌ଏସିରେ ୧୧ କାଉନସିଲର ଓ ଅଧ୍ୟକ୍ଷା ପଦ ପାଇଁ ୧୬ଟି ବୁଥ୍‌ରେ ମତଦାନ ହୋଇଥିଲା। ସେଥିରୁ ଗୋଟିଏ ପିଙ୍କ୍‌ ବୁଥ୍‌ ରହିଥିଲା। ୧୨,୯୧୩ ଭୋଟରଙ୍କ ମଧ୍ୟରୁ ସେଥିରୁ ୯,୬୦୩ଜଣ ମତଦାନ ସାବ୍ୟସ୍ତ କରିଛନ୍ତି। ସେଥିରୁ ପୁରୁଷ ୫୧୫୫ ଓ ମହିଳା ୪୪୪୭ ଏବଂ ଜଣେ ତୃତୀୟ ଲିଙ୍ଗୀ ମତଦାନ ସାବ୍ୟସ୍ତ କରିଛନ୍ତି। ମତଦାନ ହାର ୭୪.୩୭ ପ୍ରତିଶତ ରହିଛି। ବାଣପୁର ଏନ୍‌ଏସି ୧୫ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ୧୭ଟି କେନ୍ଦ୍ରରେ ମତଦାନ ହୋଇଥିଲା। ୧୩,୨୨୫ଙ୍କ ଭୋଟରଙ୍କ ମଧ୍ୟରୁ ୯,୬୫୨ଜଣ ମତଦାନ ସାବ୍ୟସ୍ତ କରିଛନ୍ତି। ସେଥିରୁ ପୁରୁଷ ୪୭୫୩ ଏବଂ ମହିଳା୪୮୯୯ ଭୋଟର ରହିଛନ୍ତି। ମତଦାନ ହାର ୭୨.୯୮ପ୍ରତିଶତ ରହିଛି। ଏନେଇ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କୁହନ୍ତି, ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଆସନ୍ତା ୨୬ତାରିଖରେ ଭୋଟ ଗଣତି କରାଯିବ। ଷ୍ଟ୍ରଙ୍ଗରୁମ କରାଯାଇଛି, ଉକ୍ତ ସ୍ଥାନରେ ଭୋଟ ଗଣନା କରାଯିବ। ସକାଳ ୮ଟାରୁ ଭୋଟ୍‌ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଅଧ୍ୟକ୍ଷ ଓ କାଉନସିଲର ନିମନ୍ତେ ଭୋଟ ଗଣନା କରାଯିବ। ପ୍ରତ୍ୟେକ ପାଇଁ ଦୁଇଟି ଲେଖାଏ ଟେବୁଲ ରହିବ। ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ ରହିବେ। ଷ୍ଟ୍ରଙ୍ଗରୁମରୁ କାଉଣ୍ଟିଂ ହଲକୁ ଇଭିଏମ ଆଣିବା ପାଇଁ ନୋଡାଲ ଅଫିସର ଏବଂ ଏସ୍‌କଟ୍‌ ଅଧିକାରୀ ନିଯୁକ୍ତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?