କାନାଡ଼ାରେ ପୁଣି ସଂଖ୍ୟାଲଘୁ ସରକାର

ଓଟାଓ୍ବା, ୨୦।୯: କୋଭିଡ୍‌ ମହାମାରୀ ଭିତରେ କାନାଡାରେ ଶେଷ ହୋଇଛି ୩୬ ଦିନିଆ ନିର୍ବାଚନ ପ୍ରଚାର। ଆଗୁଆ ପାର୍ଲାମେଣ୍ଟ ଭଙ୍ଗ ପାଇଁ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସୁପାରିସ କରିବା ପରେ ହାଉସ୍‌ ଅଫ୍‌ କମନ୍ସର ୩୩୮ ସଦସ୍ୟଙ୍କୁ ବାଛିବା ଲାଗି ଭୋଟଗ୍ରହଣ କରାଯିବ ବୋଲି ଅଗଷ୍ଟ ୧୫ରେ ଗଭର୍ନର ଜେନେରାଲ ମେରି ମେ ସିମୋନ୍‌ ଘୋଷଣା କରିଥିଲେ। ଦେଶରେ ସୋମବାର ହେବାକୁ ଯାଉଛି ୪୪ତମ ସାଧାରଣ ନିର୍ବାଚନ। କାନାଡାକୁ ପରବର୍ତ୍ତୀ ୪ ବର୍ଷ କିଏ ଶାସନ କରିବେ ତାହା ନିର୍ଦ୍ଧାରଣ କରିବେ ଦେଶବାସୀ। ବିବିସି ପୋଲ୍‌ ଟ୍ରାକର ଅନୁସାରେ ଟ୍ରୁଡୋଙ୍କ ଲିବେରାଲ ପାର୍ଟି ପୁଣି ସଂଖ୍ୟାଲଘୁ ସରକାର ଗଠନ କରିବା ନେଇ ୬୧% ସମ୍ଭାବନା ରହିଛି। ଲିବେରାଲ୍ସ ୩୧.୬% ସମର୍ଥନ ହାସଲ ସହ ୧୫୩ ଆସନ ଦଖଲ କରିପାରନ୍ତି, ଯାହାକି ମ୍ୟାଜିକ୍‌ ନମ୍ବରଠାରୁ ୧୭ କମ୍‌। ସେହିପରି ୩୧% ସମର୍ଥନ ସହ କଞ୍ଜରଭେଟିଭ୍ସ ୧୧୮ ଆସନ ଦଖଲ କରିପାରନ୍ତି ବୋଲି ସର୍ଭେ ଡାଟା ଅନୁଧ୍ୟାନ କରି ବିଶ୍ଳେଷକମାନେ ମତ ଦେଇଛନ୍ତି।

ବିଶ୍ୱରେ କୋଭିଡ୍‌ ମହାମାରୀ ଏକ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିବାବେଳେ କାନାଡ଼ାରେ ୪୪ତମ ସାଧାରଣ ନିର୍ବାଚନ ସୋମବାର ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ସଙ୍କଟ ସମୟରେ ଦେଶରେ ନିର୍ବାଚନ କରିବାକୁ ନାପସନ୍ଦ କରିଛନ୍ତି ପ୍ରଧାନମନ୍ତ୍ରୀ ତଥା ଲିବେରାଲ ନେତା ଜଷ୍ଟିନ ଟ୍ରୁଡୋଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା କଞ୍ଜରଭେଟିଭ ପାର୍ଟି ନେତା ଏରିନ୍‌ ଓ ଟୋଲି । ଏହାକୁ ପାଣ୍ଡେମିକ୍‌ ଇଲେକ୍ସନ ବୋଲି ଟୋଲି ଆଖ୍ୟା ଦେଇଛନ୍ତି। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଟ୍ରୁଡୋ ସରକାର ଭାଙ୍ଗି ଲୋକଙ୍କ ଜୀବନକୁ ବିପଦରେ ପକାଇ ନିର୍ବାଚନ କରୁଥିବାରୁ ପ୍ରଚାର କରିବାରେ ଅସୁବିଧା ସୃଷ୍ଟି ହେଉଛି ବୋଲି ଟୋଲି କହିଛନ୍ତି। ଅପରପକ୍ଷରେ ଏକକ ସଂଖ୍ୟାଗରିଷ୍ଠତା ସହ ପୁଣି ଥରେ ଶାସନ କ୍ଷମତାକୁ ଫେରିବାକୁ ଆଶା ରଖିଛନ୍ତି ଟ୍ରୁଡୋ। ଏକ ନିର୍ବାଚନୀ ପ୍ରଚାରରେ ଟ୍ରୁଡୋ ଛୋଟ ଛୋଟ ଦଳକୁ ଭୋଟ ଦେଇ ମୂଲ୍ୟବାନ ମତକୁ ନଷ୍ଟ ନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ୪୪ତମ କାନାଡା ପାର୍ଲାମେଣ୍ଟର ୩୩୮ ଆସନ ବିଶିଷ୍ଟ ହାଉସ୍‌ ଅଫ୍‌ କମନ୍ସ ସଦସ୍ୟ ନିର୍ବାଚନ ଲାଗି ଭୋଟଗ୍ରହଣ ହେବାକୁ ଯାଉଛି। କାନାଡାରେ ୨୭ ନିୟୁତ ଯୋଗ୍ୟ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୬ ନିୟୁତ ବିଗତ ୪ ଦିନ ଭିତରେ ଅଗ୍ରିମ ଭୋଟ ଦେଇସାରିଲେଣି। ଅନ୍ୟ ୧.୨ ନିୟୁତ ଭୋଟର ମେଲ୍‌ କିମ୍ବା ଇଲେକ୍‌ଶନ୍ସ କାନାଡା ଅଫିସରୁ ସ୍ପେଶାଲ ବାଲଟ ଗ୍ରହଣ କରିଛନ୍ତି। ସୋମବାର ହେବାକୁ ଥିବା ନିର୍ବାଚନରେ ୨୦ ନିୟୁତ ଭୋଟର ମତଦାନ କରିବେ। ୨୦୧୯ରେ ୬୭% ଅର୍ଥାତ୍‌ ୧୩ ନିୟୁତ ଭୋଟର ମତଦାନ କରିଥିଲେ। କୋଭିଡ୍‌ ସଂକ୍ରମିତମାନେ ସ୍ପେଶାଲ ବାଲଟ ନେଇଛନ୍ତି। ନିୟମ ଅନୁସାରେ ଏଭଳି ମତଦାତାଙ୍କୁ ବ୍ୟକ୍ତିଗତ ଭାବେ ଭୋଟ ଦେବାକୁ ସୁଯୋଗ ମିଳିବ ନାହିଁ। ସେମାନେ ଘରେ ଥାଇ ଭୋଟ ଦେବେ। ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ନେତୃତ୍ୱାଧୀନ ଲିବେରାଲ ପାର୍ଟି ଏବଂ ଏରିନ୍‌ ଓ’ ଟୁଲେଙ୍କ ମୁଖ୍ୟ ବିରୋଧୀ ଦଳ କଞ୍ଜରଭେଟିଭ୍‌ ପାର୍ଟି ମଧ୍ୟରେ କଡ଼ା ଟକ୍କର ହେଉଛି। ଜଗମିତ୍‌ ସିଂଙ୍କ ନ୍ୟୁ ଡେମୋକ୍ରାଟିକ୍‌ ପାର୍ଟି ଭଳି ଛୋଟ ଦଳଗୁଡ଼ିକୁ ଭୋଟ ନ ଦେବାକୁ ମତଦାତାଙ୍କୁ ଉଭୟ ନେତା ଅନୁରୋଧ କରିଛନ୍ତି।
ଜଷ୍ଟିନ୍‌ ଟ୍ରୁଡୋ ୨୦୧୫ରୁ ଅପ୍ରବାସନ ନୀତିକୁ ଏକ୍ସପ୍ରେସ୍‌ ଏଣ୍ଟ୍ରି ଗେଟ୍‌ କାର୍ଯ୍ୟକ୍ରମ ଜରିଆରେ ବିସ୍ତାର କରିଛନ୍ତି। ଏହି କାର୍ଯ୍ୟକ୍ରମ ଅନୁସାରେ କାନାଡା ପକ୍ଷରୁ ୩.୪ ଲକ୍ଷ ଲୋକଙ୍କୁ ସ୍ଥାୟୀ ବାସିନ୍ଦା ମାନ୍ୟତା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୫% ହେଉଛନ୍ତି ଭାରତୀୟ। ଚାଇନାର ୯% ଓ ଫିଲିପାଇନ୍ସର ୮% ଲୋକ ଏଭଳି ମାନ୍ୟତା ପାଇଛନ୍ତି। ୨୦୧୯ରେ କାନାଡାରେ ବସବାସ କରୁଥିବା ପ୍ରବାସୀଙ୍କ ମଧ୍ୟରୁ ୮୦% ହେଉଛନ୍ତି ଜି-୭ ରାଷ୍ଟ୍ରର। ୨୦୨୦ରେ କୋଭିଡ୍‌-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବାବେଳେ କାନାଡାରେ ପ୍ରବାସୀଙ୍କ ସଂଖ୍ୟା ପୂର୍ବବର୍ଷ ତୁଳନାରେ ୫୦%କୁ ହ୍ରାସ ପାଇଥିଲା। ୨୦୨୦ରେ ଏହି ହାର ୧.୮% ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?