କାନାଡ଼ାରେ ପୁଣି ସଂଖ୍ୟାଲଘୁ ସରକାର

ଓଟାଓ୍ବା, ୨୦।୯: କୋଭିଡ୍‌ ମହାମାରୀ ଭିତରେ କାନାଡାରେ ଶେଷ ହୋଇଛି ୩୬ ଦିନିଆ ନିର୍ବାଚନ ପ୍ରଚାର। ଆଗୁଆ ପାର୍ଲାମେଣ୍ଟ ଭଙ୍ଗ ପାଇଁ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସୁପାରିସ କରିବା ପରେ ହାଉସ୍‌ ଅଫ୍‌ କମନ୍ସର ୩୩୮ ସଦସ୍ୟଙ୍କୁ ବାଛିବା ଲାଗି ଭୋଟଗ୍ରହଣ କରାଯିବ ବୋଲି ଅଗଷ୍ଟ ୧୫ରେ ଗଭର୍ନର ଜେନେରାଲ ମେରି ମେ ସିମୋନ୍‌ ଘୋଷଣା କରିଥିଲେ। ଦେଶରେ ସୋମବାର ହେବାକୁ ଯାଉଛି ୪୪ତମ ସାଧାରଣ ନିର୍ବାଚନ। କାନାଡାକୁ ପରବର୍ତ୍ତୀ ୪ ବର୍ଷ କିଏ ଶାସନ କରିବେ ତାହା ନିର୍ଦ୍ଧାରଣ କରିବେ ଦେଶବାସୀ। ବିବିସି ପୋଲ୍‌ ଟ୍ରାକର ଅନୁସାରେ ଟ୍ରୁଡୋଙ୍କ ଲିବେରାଲ ପାର୍ଟି ପୁଣି ସଂଖ୍ୟାଲଘୁ ସରକାର ଗଠନ କରିବା ନେଇ ୬୧% ସମ୍ଭାବନା ରହିଛି। ଲିବେରାଲ୍ସ ୩୧.୬% ସମର୍ଥନ ହାସଲ ସହ ୧୫୩ ଆସନ ଦଖଲ କରିପାରନ୍ତି, ଯାହାକି ମ୍ୟାଜିକ୍‌ ନମ୍ବରଠାରୁ ୧୭ କମ୍‌। ସେହିପରି ୩୧% ସମର୍ଥନ ସହ କଞ୍ଜରଭେଟିଭ୍ସ ୧୧୮ ଆସନ ଦଖଲ କରିପାରନ୍ତି ବୋଲି ସର୍ଭେ ଡାଟା ଅନୁଧ୍ୟାନ କରି ବିଶ୍ଳେଷକମାନେ ମତ ଦେଇଛନ୍ତି।

ବିଶ୍ୱରେ କୋଭିଡ୍‌ ମହାମାରୀ ଏକ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିବାବେଳେ କାନାଡ଼ାରେ ୪୪ତମ ସାଧାରଣ ନିର୍ବାଚନ ସୋମବାର ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ସଙ୍କଟ ସମୟରେ ଦେଶରେ ନିର୍ବାଚନ କରିବାକୁ ନାପସନ୍ଦ କରିଛନ୍ତି ପ୍ରଧାନମନ୍ତ୍ରୀ ତଥା ଲିବେରାଲ ନେତା ଜଷ୍ଟିନ ଟ୍ରୁଡୋଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା କଞ୍ଜରଭେଟିଭ ପାର୍ଟି ନେତା ଏରିନ୍‌ ଓ ଟୋଲି । ଏହାକୁ ପାଣ୍ଡେମିକ୍‌ ଇଲେକ୍ସନ ବୋଲି ଟୋଲି ଆଖ୍ୟା ଦେଇଛନ୍ତି। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଟ୍ରୁଡୋ ସରକାର ଭାଙ୍ଗି ଲୋକଙ୍କ ଜୀବନକୁ ବିପଦରେ ପକାଇ ନିର୍ବାଚନ କରୁଥିବାରୁ ପ୍ରଚାର କରିବାରେ ଅସୁବିଧା ସୃଷ୍ଟି ହେଉଛି ବୋଲି ଟୋଲି କହିଛନ୍ତି। ଅପରପକ୍ଷରେ ଏକକ ସଂଖ୍ୟାଗରିଷ୍ଠତା ସହ ପୁଣି ଥରେ ଶାସନ କ୍ଷମତାକୁ ଫେରିବାକୁ ଆଶା ରଖିଛନ୍ତି ଟ୍ରୁଡୋ। ଏକ ନିର୍ବାଚନୀ ପ୍ରଚାରରେ ଟ୍ରୁଡୋ ଛୋଟ ଛୋଟ ଦଳକୁ ଭୋଟ ଦେଇ ମୂଲ୍ୟବାନ ମତକୁ ନଷ୍ଟ ନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ୪୪ତମ କାନାଡା ପାର୍ଲାମେଣ୍ଟର ୩୩୮ ଆସନ ବିଶିଷ୍ଟ ହାଉସ୍‌ ଅଫ୍‌ କମନ୍ସ ସଦସ୍ୟ ନିର୍ବାଚନ ଲାଗି ଭୋଟଗ୍ରହଣ ହେବାକୁ ଯାଉଛି। କାନାଡାରେ ୨୭ ନିୟୁତ ଯୋଗ୍ୟ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୬ ନିୟୁତ ବିଗତ ୪ ଦିନ ଭିତରେ ଅଗ୍ରିମ ଭୋଟ ଦେଇସାରିଲେଣି। ଅନ୍ୟ ୧.୨ ନିୟୁତ ଭୋଟର ମେଲ୍‌ କିମ୍ବା ଇଲେକ୍‌ଶନ୍ସ କାନାଡା ଅଫିସରୁ ସ୍ପେଶାଲ ବାଲଟ ଗ୍ରହଣ କରିଛନ୍ତି। ସୋମବାର ହେବାକୁ ଥିବା ନିର୍ବାଚନରେ ୨୦ ନିୟୁତ ଭୋଟର ମତଦାନ କରିବେ। ୨୦୧୯ରେ ୬୭% ଅର୍ଥାତ୍‌ ୧୩ ନିୟୁତ ଭୋଟର ମତଦାନ କରିଥିଲେ। କୋଭିଡ୍‌ ସଂକ୍ରମିତମାନେ ସ୍ପେଶାଲ ବାଲଟ ନେଇଛନ୍ତି। ନିୟମ ଅନୁସାରେ ଏଭଳି ମତଦାତାଙ୍କୁ ବ୍ୟକ୍ତିଗତ ଭାବେ ଭୋଟ ଦେବାକୁ ସୁଯୋଗ ମିଳିବ ନାହିଁ। ସେମାନେ ଘରେ ଥାଇ ଭୋଟ ଦେବେ। ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ନେତୃତ୍ୱାଧୀନ ଲିବେରାଲ ପାର୍ଟି ଏବଂ ଏରିନ୍‌ ଓ’ ଟୁଲେଙ୍କ ମୁଖ୍ୟ ବିରୋଧୀ ଦଳ କଞ୍ଜରଭେଟିଭ୍‌ ପାର୍ଟି ମଧ୍ୟରେ କଡ଼ା ଟକ୍କର ହେଉଛି। ଜଗମିତ୍‌ ସିଂଙ୍କ ନ୍ୟୁ ଡେମୋକ୍ରାଟିକ୍‌ ପାର୍ଟି ଭଳି ଛୋଟ ଦଳଗୁଡ଼ିକୁ ଭୋଟ ନ ଦେବାକୁ ମତଦାତାଙ୍କୁ ଉଭୟ ନେତା ଅନୁରୋଧ କରିଛନ୍ତି।
ଜଷ୍ଟିନ୍‌ ଟ୍ରୁଡୋ ୨୦୧୫ରୁ ଅପ୍ରବାସନ ନୀତିକୁ ଏକ୍ସପ୍ରେସ୍‌ ଏଣ୍ଟ୍ରି ଗେଟ୍‌ କାର୍ଯ୍ୟକ୍ରମ ଜରିଆରେ ବିସ୍ତାର କରିଛନ୍ତି। ଏହି କାର୍ଯ୍ୟକ୍ରମ ଅନୁସାରେ କାନାଡା ପକ୍ଷରୁ ୩.୪ ଲକ୍ଷ ଲୋକଙ୍କୁ ସ୍ଥାୟୀ ବାସିନ୍ଦା ମାନ୍ୟତା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୫% ହେଉଛନ୍ତି ଭାରତୀୟ। ଚାଇନାର ୯% ଓ ଫିଲିପାଇନ୍ସର ୮% ଲୋକ ଏଭଳି ମାନ୍ୟତା ପାଇଛନ୍ତି। ୨୦୧୯ରେ କାନାଡାରେ ବସବାସ କରୁଥିବା ପ୍ରବାସୀଙ୍କ ମଧ୍ୟରୁ ୮୦% ହେଉଛନ୍ତି ଜି-୭ ରାଷ୍ଟ୍ରର। ୨୦୨୦ରେ କୋଭିଡ୍‌-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବାବେଳେ କାନାଡାରେ ପ୍ରବାସୀଙ୍କ ସଂଖ୍ୟା ପୂର୍ବବର୍ଷ ତୁଳନାରେ ୫୦%କୁ ହ୍ରାସ ପାଇଥିଲା। ୨୦୨୦ରେ ଏହି ହାର ୧.୮% ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri