ରୁଷିଆ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲା କାନାଡା

ଓଟାୱା,୧ ।୩: କାନାଡା ରୁଷିଆ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି । କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ଘୋଷଣା କରିଛନ୍ତି । ସମାଚାର ଏଜେନ୍ସି ଏଏଫପି ପକ୍ଷରୁ ଏହି ସୂଚନା ଦିଆଯାଇଛି । ରୁଷିଆ ଉପରେ ଲାଗିଥିବା ଏହି ପ୍ରତିବନ୍ଧକ ସେହି ନୀତିର ଅଂଶ ଯାହା ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ରୁଷିଆ ଉପରେ ଭିନ୍ନ ଭିନ୍ନ ପ୍ରତିବନ୍ଧକ ଲଗାଯାଇଛି । ସମସ୍ତ ପଶ୍ଚିମ ଓ ୟୁରୋପୀୟ ଦେଶ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲଗାଇ ଚାଲିଛନ୍ତି ।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି ବି ଲଗାତାର ଭାବେ ଅନ୍ୟ ଦେଶକୁ ରୁଷିଆ ଉପରେ ପ୍ରତିବନ୍ଧକ ଲଗାଇବାକୁ ଅପିଲ କରି ଚାଲିଛନ୍ତି । ସୂଚନାଯୋଗ୍ୟ, ଜେଲନସ୍କି ବିଶ୍ୱର ସମସ୍ତ ବିମାନ ବନ୍ଦର ଓ ପୋର୍ଟରେ ରୁଷିଆ ପାଇଁ ପ୍ରତିବନ୍ଧକ ଲଗାଇବକାକୁ ଅପିଲ କରିଛନ୍ତି । ଏହା ବ୍ୟତୀତ ରୁଷିଆ ମିଶାଇଲ, ବିମାନ ଓ ହେଲିକପ୍ଟର ପାଇଁ ନୋ-ଫ୍ଲାଇ ଜୋନ ପାଇଁ ବି ଅପିଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜିନ୍‌ପିଙ୍ଗ୍‌ ଆସିବେନି

ବେଜିଂ,୫ା୯: ଜି୨୦ ସମିଟ୍‌ରେ ଯୋଗଦେବା ଲାଗି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଭାରତ ଗସ୍ତରେ ଆସିବେ ନାହିଁ। ନୂଆଦିଲ୍ଲୀରେ ହେବାକୁ ଥିବା ଏହି ସମ୍ମିଳନୀରେ ଚାଇନା...

ନିଜ ପରିସ୍ରା ନିଜେ ପିଇ ଓଜନ କମାଇଲେ ଏହି ମହିଳା, କହିଲେ ଦୃଷ୍ଟିଶକ୍ତି ବି ବଢୁଛି

ଓ୍ବାଶିଂଟନ,୧୯।୫: ଆମେରିକାର ଜଣେ ମହିଳା ଏକ ଅଜବ ଦାବି କରିବା ପରେ ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ୩୨ ବର୍ଷୀୟା ଗେସ୍‌ ଜୋନ୍ସ...

ଚାଇନାକୁ ଘେରିବା ପାଇଁ ଉଦ୍ୟମ ଆରମ୍ଭ: ବିଭିନ୍ନ ଦେଶଙ୍କୁ ଏକଜୁଟ ଲକ୍ଷ୍ୟରେ ଆମେରିକା

ଓ୍ବାଶିଂଟନ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏଥି ପାଇଁ ଚାଇନା ଦାୟୀ ଥିବା କୁହାଯାଉଛି। ଚାଇନା ଏଭଳି ଜାଣିଶୁଣି କରିଥିବା ଅଭିଯୋଗ...

କ୍ରିମିଆ ବ୍ରିଜ ବିସ୍ଫୋରଣକୁ ୟୁକ୍ରେନର ଗୁଇନ୍ଦା ସେବା କହିବା ସହ ଏହାକୁ ନିନ୍ଦା କରିଛନ୍ତି ପୁଟିନ

ମସ୍କୋ,୧୦ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେ ଏକ ଭୟଙ୍କର ପରିସ୍ଥିତିରେ ପହଞ୍ଚିଛି । ଏବେ ରୁଷିଆ ସେନା ଲାଗାତାର କ୍ଷତିର ସାମ୍ନା କରି ଚାଲିଛନ୍ତି ।...

ସାବଧାନ ! କରୋନା ସଂକ୍ରମଣ ପୂର୍ବରୁ ପାଦରେ ଦେଖାଦିଏ ଏଭଳି ଦାଗ

ମାଦ୍ରିଦ୍‌,୧୬।୪: କରୋନା ସଂକ୍ରମଣ ପୂର୍ବରୁ ଶରୀରରେ କେତେକ ଲକ୍ଷଣ ପାଇଥାଏ। ସେସବୁ ମଧ୍ୟରେ ଥଣ୍ଡା, କାଶ, ସର୍ଦ୍ଦି, ଜ୍ୱର, ଗଳା ଦରଜ ଆଦି ରହିଛି। ଏହାସହିତ...

ଆମେରିକାରେ ପାର୍ସପୋର୍ଟ ପାଇଁ ପ୍ରତି ସପ୍ତାହରେ ହେଉଛି ୫ଲକ୍ଷ ଆବେଦନ

ଓ୍ବାଶିଂଟନ୍‌,୪।୭:ଆମେରିକାର ନାଗରିକଙ୍କୁ ପାସପୋର୍ଟ ପାଇବା ପାଇଁୁ ତିନିରୁ ଚାରି ମାସ ସମୟ ଲାଗୁଛି। ପ୍ରତି ସପ୍ତାହରେ ପାଞ୍ଚ ଲକ୍ଷ ଲୋକ ପାର୍ସପୋର୍ଟ ପାଇଁ ଆବେଦନ କରୁଛନ୍ତି।...

ପାକିସ୍ତାନରେ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ

ଇସଲାମାବାଦ, ୧୦।୧୦: ଶେଷରେ ପାକିସ୍ତାନ ସରକାର ଟିକ୍‌ଟକ୍‌କୁ ବ୍ୟାନ୍‌ କରିଛନ୍ତି। ବାଇଟ୍‌ ଡ୍ୟାନ୍ସର ଶର୍ଟ ଭିଡ଼ିଓ ଆପ୍‌ ଟିକ୍‌ଟକ୍‌ ଉପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର...

୩ ହଜାର ୬ ଶହ ବର୍ଷ ତଳେ ବ୍ୟବହୃତ ହେଉଥିଲା ସିଙ୍ଗଲ୍‌ ୟୁଜଡ୍‌ ମାଟିପାତ୍ର: କରାଯାଉଥିଲା ମଦ୍ୟପାନ

ଲଣ୍ଡନ,୧୭।୧୨: ଲଣ୍ଡନ ମ୍ୟୁଜିୟମ୍‌ରେ ୩ ହଜାର ୬ ଶହ ବର୍ଷ ପୁରୁଣା ଏକ ଅଧାଭଙ୍ଗା ମାଟିପାତ୍ର ରହିଛି। ଏହା ଖ୍ରୀଷ୍ଟପୂର୍ବ ୨୭୦୦ରୁ ୧୪୫୦ ମଧ୍ୟରେ ନିର୍ମାଣ...

Advertisement
Archives

Model This Week