ଗୁଳି ଗୋଳା ଗର୍ଜନ ଭିତରରେ ବି ୟୁକ୍ରେନ ଛାଡି ପାରୁ ନାହାନ୍ତି ଜଣେ ଭାରତୀୟ

କ୍ୱିଭ,୭ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୧ ଦିନ ବିତିଗଲାଣି । ଯୁଦ୍ଧ ଭୂମି ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ କେନ୍ଦ୍ର ସରକାର ଅପରେଶନ ଗଙ୍ଗା ମାଧ୍ୟମରେ ଉଦ୍ଧାର କରି ଚାଲିଛନ୍ତି । ରବିବାର ୧୧ ବିମାନରେ ୟୁକ୍ରେନର ପଡୋଶୀ ଦେଶରୁ ୨,୧୩୫ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ୨୬ ଫେବୃୟାରୀରୁ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଥିବା ବେଳେ ଏବେ ସୁଦ୍ଧା ପାଖାପାଖି ୧୬ ହଜାର ଭାରତୀୟ ସ୍ୱଦେଶ ଫେରି ଆସିଲେଣି ।
ଏହାରି ଭିତରେ ୟୁକ୍ରେନର ମୋଗା ୱାରଜୋନରେ ରହୁଥିବା ଜଣେ ଭାରତୀୟ ଗଗନ ନାରଙ୍ଗ ୟୁକ୍ରେନ୍ ଛାଡି ଭାରତ ଆସିପାରୁ ନାହାନ୍ତି । ଅସଲ କଥା ହେଲା ଗଗନଙ୍କ ପତ୍ନୀ ଏବେ ଗର୍ଭବତୀ ଏହାସହ ସେ ଜଣେ ୟୁକ୍ରେନ୍ ନାଗରିକ । ତେଣୁ ଗଗନ ଭାରତୀୟ ହୋଇଥିଲେ ବି ଯେହେତୁ ତାଙ୍କ ପତ୍ନୀ ୟୁକ୍ରେନ ବାସିନ୍ଦା ତେଣୁ ସେ ଅପରେଶନ ଗଙ୍ଗାରେ ସାମିଲ ହୋଇ ପାରୁ ନାହାନ୍ତି । କାରଣ ଅପରେଶନ ଗଙ୍ଗାରେ କେବଳ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଉଛି । ହେଲେ ଏହି ସମୟରେ ଗର୍ଭବତୀ ସ୍ତ୍ରୀ, ଗୋଟିଏ ଝିଅ ଓ ଶାଶୁଙ୍କୁ ଛାଡି ସେ ଭାରତ ଆସି ପାରୁ ନାହାନ୍ତି ବୋଲି କହିଛନ୍ତି । ଏପଟେ ଅପରେଶନ ଗଙ୍ଗା ତା’ର ଅନ୍ତିମ ଭାଗରେ ପହଞ୍ଚିଲାଣି । ମୋଗା ୟୁକ୍ରେନର ୱାରଜୋନ ହୋଇଥିବା ବେଳେ ଏବେ ଗଗନ ପରିବାର ସହ ମୋଗା ଛାଡି ଦେଇଛନ୍ତି । ଗଗନ କୁହନ୍ତୁ ସେ ୟୁକ୍ରେନର ବୁଚ୍ଚା ଅଞ୍ଚଳରେ ରହୁଥିଲେ । ହେଲେ ଏହା ରୁଷିଆ ଓ ୟୁକ୍ରେନ ସେନାଙ୍କ ଫାୟାରିଂ ହବ ହୋଇଥିବା ବେଳେ ଆମେ ବଡ କଷ୍ଟରେ ସେଠାରୁ ବାହାରି ଚାଲି ଆସିଛୁ । ଆଉ ଏବେ ଗଗନ ୟୁକ୍ରେନର ଆଉ ଏକ ସହର ଲବିବରେ ରହୁଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri