ଡ୍ରିମ୍‌ସ ପଲିଟେକ୍‌ନିକ୍‌ର କ୍ୟାମ୍ପସ ଚୟନ

ଭୁବନେଶ୍ୱର,୨୮।୫: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଗ୍ରୁପର ପ୍ରମୁଖ କଲେଜ ଡ୍ରିମ୍‌ସ ପଲିଟେକ୍‌ନିକର କ୍ୟାମ୍ପସ ଚୟନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଲେଜର ମୋଟ ୪୪୨ ଜଣ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ମିଳିଛି। ଏପରିକି ଗତ ୬ ମାସ ମଧ୍ୟରେ ବିଭିନ୍ନ କମ୍ପାନୀ ପକ୍ଷରୁ ଆୟୋଜିତ ହୋଇଥିବା କ୍ୟାମ୍ପସ ଚୟନରେ କଲେଜର ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେଶନ ଇଞ୍ଜିନିୟରିଂ ଭଳି ବିଭାଗର ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରି ଏହି ସଫଳତା ହାସଲ କରିଛନ୍ତି।
ସେହିଭଳି ଦେଶର ପ୍ରତିଷ୍ଠିତ ଉଦ୍ୟୋଗ ମଧ୍ୟରେ ଆପୋଲୋ ଟାୟାର, ଭୋଲଟାସ୍‌, ହିଟାଚି ଆସଟେମୋ ଲିଃ, ଏଚ୍‌ଏଫ୍‌ସିଏଲ୍‌ ଗ୍ରୁପ, ଟାଟା ଷ୍ଟିଲ, ସୁବ୍ରୋସ ଲିମିଟେଡ୍‌, ଟେକ୍‌ ମହିନ୍ଦ୍ରା, ଟାଟା ପାୱାର, ଥରମାକ୍ସ, ଏକଜିମ୍‌ ଲଜିଷ୍ଟିକ୍‌, କ୍ୟୁମେନ୍ସ ଇଣ୍ଡିଆ, ଏସ୍‌ପିଡି କନ୍‌ଷ୍ଟ୍ରକଶନ୍‌, ଆମ୍ପିନ୍‌ ଏନର୍ଜି ଟ୍ରାଜିସନ୍‌, ବଜାଜ ଅଟୋ, ଆର୍ସେଲର ମିତ୍ତଲ ନିପନ ଷ୍ଟିଲ, ଏଲ୍‌ ଆଣ୍ଡ ଟି, ଇନଡଚ୍‌ କମ୍ପୋଜିଟ୍ସ ଟେକ୍‌ନୋଲୋଜି, ନୀଳାଚଳ ଇସ୍ପାତ୍‌ ନିଗମ ଲିମିଟେଡ୍‌ ଭଳି ପ୍ରମୁଖ କମ୍ପାନୀ ପକ୍ଷରୁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।
ସେହିପରି ବୈଷୟିକ ଶିକ୍ଷା ଓ ବିଷୟଗତ ପାରଦର୍ଶିତା ଓ ଯୋଗାଯୋଗ କ୍ଷେତ୍ରରେ ପ୍ରଭାବୀ ପ୍ରଦର୍ଶନ ଆଧାରରେ ଏହି ନିଯୁକ୍ତି ଚୟନ କରାଯାଇଥିଲାବେଳେ ଛାତ୍ରୀଛାତ୍ର ଯେଭଳି ଅଧିକ ସଂଖ୍ୟାରେ କର୍ମ ନିୟୋଜନ ସୁଯୋଗ ପାଇବେ, ସେଥିପାଇଁ ଆବଶ୍ୟକ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମମାନ ପୂର୍ବରୁ ଆୟୋଜନ କରାଯାଇଥିବା ଶିକ୍ଷାନୁଷ୍ଠାନର ପ୍ଲେସ୍‌ମେଣ୍ଟ ଅଧିକାରୀ ବୈଦ୍ୟନାଥ ସାମଲ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ଅପରପକ୍ଷରେ ନିଯୁକ୍ତି ସୁଯୋଗ ପାଇଥିବା ଛାତ୍ରୀଛାତ୍ରଙ୍କୁ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ, ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ବରିଷ୍ଠ ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, ନିର୍ଦ୍ଦେଶିକା ଚିନ୍ମୟୀ ରଥ, ଏକାଡେମିକ୍‌ ନିର୍ଦ୍ଦେଶକ ପ୍ରଦୀପ୍ତ ରଞ୍ଜନ ମହାନ୍ତି ଓ ଅଧ୍ୟକ୍ଷା ଇଂ. ତପସ୍ବିନୀ ସାହୁ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସିମନବାଡ଼ିରେ ଜିଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସ୍ୱାଧୀନତା ଦିବସରେ ଫାଇନାଲ୍ ମ୍ୟାଚ୍

ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri