ଉତ୍ତର ପ୍ରଦେଶରୁ ଆସି ଓଡ଼ିଶାରେ ଚୋରି, ବିକୁଥିଲେ ଛତିଶଗଡ଼ରେ

ଉମରକୋଟ, ୩୧ା୧୦(ସ୍ବ.ପ୍ର.): ଉତ୍ତର ପ୍ରଦେଶରୁ ଆସି ନବରଙ୍ଗପୁର ଜିଲା ଉମରକୋଟରେ ରହି ମୋବାଇଲ୍‌ ଟାଓ୍ବାରରୁ ବ୍ୟାଟେରି ଚୋରି କରୁଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୨ ଜଣଙ୍କୁ ଉମରକୋଟ ପୋଲିସ ଗିରଫ କରିଛି। ଦୁହେଁ ହେଲେ ଉତ୍ତର ପ୍ରଦେଶ ରାଜ୍ୟ ମିରଟ୍‌ ଜିଲାର ଅକ୍ଷୟ(୨୨) ଏବଂ ଅଙ୍କିତ୍‌(୨୨)।
ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ମିରଟ୍‌ ଜିଲା ଅଧୀନ ମହଲଓ୍ବାଲା ଗ୍ରାମରୁ କେତେଜଣ ଲୁଟେରା ଉମରକୋଟ ଆସି ବ୍ୟବସାୟ ବାହାନାରେ ଲୋକଙ୍କ ଘରେ ଭଡ଼ାରେ ରହୁଥିଲେ। ସନ୍ତୋଷୀ ନଗରରୁ କେନାଲ ସାହିକୁ ଯିବା ରାସ୍ତାରେ ଗ୍ରାମାଞ୍ଚଳରେ ଲାଗିଥିବା ମୋବାଇଲ ଟାୱାରଗୁଡ଼ିକରୁ ଏମାନେ କୌଶଳରେ ବ୍ୟାଟେରି ଚୋରିକରି ପଡ଼ୋଶୀ ରାଜ୍ୟ ଛତିଶଗଡ଼ର କୋଣ୍ଡାଗାଁ ସହରରେ କମ୍‌ ମୂଲ୍ୟରେ ବିକ୍ରି କରୁଥିଲେ। ଏହି ଲୁଟେରା ଗ୍ୟାଙ୍ଗରେ ଅଧିକ ସଦସ୍ୟ ରହିଥିବା ଜଣାପଡ଼ିଛି। ଉମରକୋଟ ଏବଂ କୋଣ୍ଡାଗାଁରେ ରହି ଏମାନେ ବ୍ୟାଟେରି ଲୁଟ୍‌ ଏବଂ ବିକ୍ରି କାରବାର ଚଳାଇଥିଲେ। ଏ ନେଇ ଉମରକୋଟ ପୋଲିସ ଖବର ପାଇ ପ୍ରଥମେ ଉମରକୋଟସ୍ଥିତ ଭଡ଼ାଘରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଛତିଶଗଡ଼ର କୋଣ୍ଡାଗାଁରେ ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଆଡ୍ଡା ରହିଥିବା ଜଣାପଡ଼ିବା ପରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଛତିଶଗଡ଼ ଯାଇ ସେଠାକାର ପୋଲିସ ସହାୟତାରେ ୩ ସ୍ଥାନରେ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣରେ ବ୍ୟାଟେରି ଜବତ କରାଯାଇଥିଲା। ସେଥିରେ ଉମରକୋଟ ଅଞ୍ଚଳରୁ ଚୋରି ବ୍ୟାଟେରି ମଧ୍ୟ ରହିଥିବା ଜଣାପଡ଼ିଛି। ସ୍ବତନ୍ତ୍ର ଟିମ୍‌ରେ ଉମରକୋଟ ପୋଲିସ ଏସ୍‌ଆଇ ରାଧାକାନ୍ତ ବାରିକ, ଶରତ ଚନ୍ଦ୍ର କୁଟରୁକା ଏବଂ ନୀଳିମା ପାଣିଗ୍ରାହୀ ରହିଥିଲେ। ଏ ନେଇ ଉମରକୋଟ ଥାନାରେ ୪୨୫/୨୧ରେ ଏକ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ନରେଶ ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri