ଉତ୍ତର ପ୍ରଦେଶରୁ ଆସି ଓଡ଼ିଶାରେ ଚୋରି, ବିକୁଥିଲେ ଛତିଶଗଡ଼ରେ

ଉମରକୋଟ, ୩୧ା୧୦(ସ୍ବ.ପ୍ର.): ଉତ୍ତର ପ୍ରଦେଶରୁ ଆସି ନବରଙ୍ଗପୁର ଜିଲା ଉମରକୋଟରେ ରହି ମୋବାଇଲ୍‌ ଟାଓ୍ବାରରୁ ବ୍ୟାଟେରି ଚୋରି କରୁଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୨ ଜଣଙ୍କୁ ଉମରକୋଟ ପୋଲିସ ଗିରଫ କରିଛି। ଦୁହେଁ ହେଲେ ଉତ୍ତର ପ୍ରଦେଶ ରାଜ୍ୟ ମିରଟ୍‌ ଜିଲାର ଅକ୍ଷୟ(୨୨) ଏବଂ ଅଙ୍କିତ୍‌(୨୨)।
ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ମିରଟ୍‌ ଜିଲା ଅଧୀନ ମହଲଓ୍ବାଲା ଗ୍ରାମରୁ କେତେଜଣ ଲୁଟେରା ଉମରକୋଟ ଆସି ବ୍ୟବସାୟ ବାହାନାରେ ଲୋକଙ୍କ ଘରେ ଭଡ଼ାରେ ରହୁଥିଲେ। ସନ୍ତୋଷୀ ନଗରରୁ କେନାଲ ସାହିକୁ ଯିବା ରାସ୍ତାରେ ଗ୍ରାମାଞ୍ଚଳରେ ଲାଗିଥିବା ମୋବାଇଲ ଟାୱାରଗୁଡ଼ିକରୁ ଏମାନେ କୌଶଳରେ ବ୍ୟାଟେରି ଚୋରିକରି ପଡ଼ୋଶୀ ରାଜ୍ୟ ଛତିଶଗଡ଼ର କୋଣ୍ଡାଗାଁ ସହରରେ କମ୍‌ ମୂଲ୍ୟରେ ବିକ୍ରି କରୁଥିଲେ। ଏହି ଲୁଟେରା ଗ୍ୟାଙ୍ଗରେ ଅଧିକ ସଦସ୍ୟ ରହିଥିବା ଜଣାପଡ଼ିଛି। ଉମରକୋଟ ଏବଂ କୋଣ୍ଡାଗାଁରେ ରହି ଏମାନେ ବ୍ୟାଟେରି ଲୁଟ୍‌ ଏବଂ ବିକ୍ରି କାରବାର ଚଳାଇଥିଲେ। ଏ ନେଇ ଉମରକୋଟ ପୋଲିସ ଖବର ପାଇ ପ୍ରଥମେ ଉମରକୋଟସ୍ଥିତ ଭଡ଼ାଘରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଛତିଶଗଡ଼ର କୋଣ୍ଡାଗାଁରେ ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଆଡ୍ଡା ରହିଥିବା ଜଣାପଡ଼ିବା ପରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଛତିଶଗଡ଼ ଯାଇ ସେଠାକାର ପୋଲିସ ସହାୟତାରେ ୩ ସ୍ଥାନରେ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣରେ ବ୍ୟାଟେରି ଜବତ କରାଯାଇଥିଲା। ସେଥିରେ ଉମରକୋଟ ଅଞ୍ଚଳରୁ ଚୋରି ବ୍ୟାଟେରି ମଧ୍ୟ ରହିଥିବା ଜଣାପଡ଼ିଛି। ସ୍ବତନ୍ତ୍ର ଟିମ୍‌ରେ ଉମରକୋଟ ପୋଲିସ ଏସ୍‌ଆଇ ରାଧାକାନ୍ତ ବାରିକ, ଶରତ ଚନ୍ଦ୍ର କୁଟରୁକା ଏବଂ ନୀଳିମା ପାଣିଗ୍ରାହୀ ରହିଥିଲେ। ଏ ନେଇ ଉମରକୋଟ ଥାନାରେ ୪୨୫/୨୧ରେ ଏକ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ନରେଶ ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri