ମୁମ୍ବାଇ,୧୬।୩: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଅସୁସ୍ଥତାର ଗୁଜବକୁ ମିଥ୍ୟା ଖବର ବୋଲି ସ୍ପଷ୍ଟ ଭାବେ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚିନ୍ତିତ ପ୍ରଶଂସକମାନେ ବଚ୍ଚନଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁ ଝିଥିଲେ ଯେ ତାଙ୍କ ରକ୍ତ ଜମାଟ ବାନ୍ଧିବା କିମ୍ବା ଗୋଡରେ ଥିବା ଧମନୀରେ ଅବରୋଧ ହେତୁ ତାଙ୍କର ଆଞ୍ଜିଓପ୍ଲାଷ୍ଟ କରାଯାଇଛି।
ମାର୍ଚ୍ଚ ୧୫ ସାରେ ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନ ଥାନେର ଦାଦୋଜି କୋଣ୍ଡାଦେଭ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଟାଇଗର୍ସ ଅଫ କୋଲକାତାର ଇଣ୍ଡିଆନ ଷ୍ଟ୍ରିଟ ପ୍ରିମିୟର ଲିଗ (ଆଇଏସପିଏଲ) ଫାଇନାଲ ମ୍ୟାଚରେ ଯୋଗ ଦେଇଥିବା ଫଟୋରେ ଦେଖଇବାକୁ ମିଳିଥିଲା। ବଚ୍ଚନଙ୍କ ଅସୁସ୍ଥତା ଖବର ଆସିବାର କିଛି ଘଣ୍ଟା ପରେ ଏହି ଫଟୋ ସାମ୍ନାକୁ ଆସିଥିଲା।
https://www.instagram.com/p/C4jN-tlBKud/?utm_source=ig_embed&ig_rid=58f4e4b5-1ae6-4de5-84ae-3c6ecfff20ea

