Posted inଜାତୀୟ

ବନ୍ଦ ପ୍ରଭାବରୁ ଆଲୋଚନା ପାଇଁ ଡାକିଲେ

ନୂଆଦିଲ୍ଲୀ,(ପି.ଟି.)/ଭୁବନେଶ୍ୱର (ବ୍ୟୁରୋ), ୨୮।୯: ବିବାଦୀୟ କୃଷି ଆଇନ ବିରୋଧରେ ସୋମବାର ଦେଶବ୍ୟାପୀ ବନ୍ଦ ପାଳନ କରାଯାଇଥିଲା। ବନ୍ଦ ଯୋଗୁ ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ସମେତ ଭାରତର ବିଭିନ୍ନ ଅଞ୍ଚଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ୩ କୃଷି ଆଇନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନକୁ ବର୍ଷେ ପୂରିଥିବାରୁ ୪୦ କୃଷକ ସଂଗଠନର ମହାସଂଘ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ କଂଗ୍ରେସ, ବାମଦଳ ସମେତ ବିଭିନ୍ନ ଦଳ ଓ ସଂଗଠନ ସମର୍ଥନ ଜଣାଇବାରୁ ବିଭିନ୍ନ ଅଞ୍ଚଳରେ ବନ୍ଦ ଜୋର୍‌ଦାର ହୋଇଛି। ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଚାଷୀମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇବା ପରେ କେନ୍ଦ୍ର ସରକାର ନରମିଥିବା ଦେଖାଯାଇଛି। କୃଷକ ନେତାମାନେ ଆନ୍ଦୋଳନ ପନ୍ଥା ଛାଡ଼ି ଆଲୋଚନା ଟେବୁଲ୍‌କୁ ଆସିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆହ୍ବାନ ଦେଇଛନ୍ତି। ସେମାନେ ଉଠାଇଥିବା ଆପତ୍ତି ଅଭିଯୋଗର ସମାଧାନ ପାଇଁ ସରକାର
ପ୍ରସ୍ତୁତ ଥିବା ସେ କହିଛନ୍ତି।
ପୂର୍ବରୁ ସରକାର ଓ କୃଷକ ନେତାମାନଙ୍କମଧ୍ୟରେ ଏକାଧିକ ଥର ଆଲୋଚନା ହୋଇଛି। ଯାହା କିଛି ଅସମାହିତ ରହିଛି ତାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ। ଚାଷୀ ଆନ୍ଦୋଳନକୁ ରାଜନୀତି ସହ ଯୋଡ଼ା ନ ଯାଉ ବୋଲି ତୋମାର କହିଛନ୍ତି। ସୋମବାର ସକାଳ ୬ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ଯୋଗୁ ବିଭିନ୍ନ ରୁଟ୍‌ରେ ଟ୍ରେନ୍‌ ବାତିଲ ହେବା ସହ କେତେକ ରୁଟ୍‌ରେ ଚଳାଚଳ ବିଳମ୍ବିତ ହୋଇଥିଲା। ଆନ୍ଦୋଳନକାରୀମାନେ ବିଭିନ୍ନ ପ୍ରମୁଖ ଜାତୀୟ ରାଜପଥ
ଅବରୋଧ କରିବା ସହ ଟ୍ରେନ୍‌ ଚଳାଚଳ ବନ୍ଦ କରାଇଥିଲେ। ବିଶେଷ କରି ଉତ୍ତର ଭାରତରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା। ଗାଡ଼ି ଓ ଟ୍ରେନ୍‌ ଚଳାଚଳ ବନ୍ଦ ଯୋଗୁ ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳ, ଗୁରୁଗ୍ରାମ, ଗାଜିଆବାଦ ଏବଂ ନୋଇଡାରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେରଳରେ ଶାସକ ଏଲ୍‌ଡିଏଫ୍‌ ଏବଂ ବିରୋଧୀ ଦଳ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ର ସମର୍ଥନ ଯୋଗୁ ବନ୍ଦ ବେଶ୍‌ ସଫଳ ହୋଇଛି। ଦିଲ୍ଲୀରେ ବନ୍ଦ୍‌ର ବିଶେଷ ପ୍ରଭାବ ଦେଖାଯାଇ ନ ଥିଲେ ମଧ୍ୟ ସହର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଗାଜିଆବାଦ ସମେତ ବିଭିନ୍ନ ସ୍ଥାନରେ ଚାଷୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ପଞ୍ଜାବର ପଟିଆଲା ଏବଂ ହରିୟାଣାରେ ସୋନିପତ୍‌ଠାରେ ଚାଷୀମାନେ ରେଳ ଧାରଣାରେ ବସିରହି ଟ୍ରେନ ଚଳାଚଳ ବନ୍ଦ କରିଥିଲେ। ପଞ୍ଜାବ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ହରିୟାଣାର ବିଭିନ୍ନ ସ୍ଥାନରେ ରାଜପଥ ଅବରୋଧ କରାଯାଇଥିଲା।
ଏହି ଆନ୍ଦୋଳନର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଥିଲା। କଂଗ୍ରେସ ସମେତ ୭ଟି ରାଜନୈତିକ ଦଳ ରାଜ୍ୟର ବିଭିନ୍ନ ସ୍ଥାନରେ ପିକେଟିଂ କରି କେନ୍ଦ୍ର ଓ ରାଜ୍ୟ ବିରୋଧୀ ସ୍ଳୋଗାନ ଦେଇଥିଲେ। ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ବନ୍ଦର ପ୍ରଭାବ ନଜରକୁ ଆସିଥିଲା। ଭୁବନେଶ୍ୱର ଏବଂ ବଲାଙ୍ଗୀରର କିଛି ସ୍ଥାନରେ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିବାବେଳେ ସାମାନ୍ୟ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା।

ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୁଅନ୍ତୁ: କଂଗ୍ରେସ

ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେଲା ଚାଷୀମାନେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇବା ସହ ସୋମବାର ସାରା ଭାରତ ବନ୍ଦ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଆଲୋଚନାକୁ ଆସି ଚାଷୀମାନଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଆହ୍ବାନ ଦିଆଯାଇଛି। ସରକାର ଚାଷୀଙ୍କ ଅଭିଯୋଗର ସମାଧାନ କରିବା ପରିବର୍ତ୍ତେ ସେମାନଙ୍କୁ ଦେଶର ଶତ୍ରୁ ଭାବେ ଦର୍ଶାଇବାକୁ ଉଦ୍ୟମ ଚଳାଇଛନ୍ତି। ସେଥିପାଇଁ ଚାଷୀମାନେ ରାସ୍ତାକୁ ଓହ୍ଲାଇଥିବା କଂଗ୍ରେସ କହିଛି। କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନଗୁଡ଼ିକ ବର୍ଷେ ହେଲା ଅହିଂସା ସତ୍ୟାଗ୍ରହ ଚଳାଇଛନ୍ତି। ସରକାର ଏହାକୁ ପସନ୍ଦ କରୁ ନ ଥିବାରୁ ସେମାନେ ଭାରତ ବନ୍ଦ ଡାକରା ଦେଲେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଚାଷୀଙ୍କ ପଛରେ ଆମେ ଏକାଠି ଛିଡ଼ା ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାରକୁ ଚାଲିଯିବ ବୋଲି କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା କହିଛନ୍ତି। ଦେଶର ୬୦ ପ୍ରତିଶତ ଲୋକ ଚାଷୀ। ପ୍ରଧାନମନ୍ତ୍ରୀ ଅହଂକାରୀ ନ ହୋଇ ସେମାନଙ୍କ କଥା ଶୁଣନ୍ତୁ ବୋଲି ଖେରା ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri