ସଙ୍ଗଠିତ କ୍ଷେତ୍ରରେ ନିଯୁକ୍ତି ୪% ବଢ଼ିଛି

ନୂଆଦିଲ୍ଲୀ,୨୮ା୯: ଦେଶର ସଙ୍ଗଠିତ କ୍ଷେତ୍ରର ନିଯୁକ୍ତି ଗତ ୭ ବର୍ଷରୁ ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସ ସୁଦ୍ଧା ୪% ହାରରେ ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ନୂତନ ଭାବେ ପ୍ରକାଶିତ ତ୍ରୈମାସିକ ନିଯୁକ୍ତି ସର୍ଭେ (କ୍ୟୁଇଏସ୍‌)ରେ ନିଯୁକ୍ତି ସଂକ୍ରାନ୍ତ ଏଭଳି ବିଭିନ୍ନ ପ୍ରସଙ୍ଗ ସ୍ଥାନିତ ହୋଇଛି। ଏଥିରେ ବିନିର୍ମାଣ, ନିର୍ମାଣ, ବାଣିଜ୍ୟ, ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ, ହୋଟେଲ ଏବଂ ରେଷ୍ଟୁରାଣ୍ଟ, ଆଇଟି, ବିପିଓ ଏବଂ ଆଇଟି ସେବା ଭଳି ୯ ପ୍ରମୁଖ କ୍ଷେତ୍ରକୁ ସାମିଲ କରାଯାଇଛି। ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲୀ, ଶ୍ରମ ସଚିବ ସୁନୀଲ ବର୍ଥଓ୍ବାଲ, ଶ୍ରମ ଏବଂ ନିୟୋଜନ ପ୍ରମୁଖ ପରାମର୍ଶଦାତା ଡି.ପି.ଏସ୍‌. ନେଗୀ, ଲେବର ବ୍ୟୁରୋର ମହାନିର୍ଦ୍ଦେଶକ ଆଇ.ଏସ୍‌.ନେଗୀ ପ୍ରମୁଖ ଉପସ୍ଥିତ ରହି ଏହି ରିପୋର୍ଟ ଉନ୍ମୋଚନ କରିଥିଲେ। କ୍ୟୁଏଏସ୍‌ର ପ୍ରଥମ ସଂସ୍କରଣ ମୁତାବକ ସଙ୍ଗଠିତ କ୍ଷେତ୍ରରେ ୩.୦୮ କୋଟି ନିଯୁକ୍ତି ସୃଷ୍ଟି ହୋଇଛି। ୨୦୧୩-୧୪ରେ ହୋଇଥିବା ୬ଷ୍ଠ ଅର୍ଥନୈତିକ ଜନଗଣନା ମୁତାବକ ଏହା ୨.୩୭ କୋଟି ରହିଥିଲା। ଏହା ତୁଳନାରେ ନିଯୁକ୍ତି କ୍ଷେତ୍ରରେ ୨୯% ଅଭିବୃଦ୍ଧି ଦେଖାଯାଇଛି।
ନିଯୁକ୍ତିରେ ମାନୁଫାକ୍‌ଚରିଂ ବା ବିନିର୍ମାଣ କ୍ଷେତ୍ର ପ୍ରାୟ ୪୧% ଯୋଗଦାନ ରଖିଛି। ସେହିଭଳି ଶିକ୍ଷା ୨୨%, ସ୍ବାସ୍ଥ୍ୟ ୮%, ବାଣିଜ୍ୟ ଏବଂ ଆଇଟି ବିପିଓ ଭଳି କ୍ଷେତ୍ରଗୁଡିକ ୭% ଲେଖାଏ ନିଯୁକ୍ତି ଦେଇଛନ୍ତି। ଶ୍ରମିକଙ୍କ ନିଯୁକ୍ତି ସଂକ୍ରାନ୍ତ
ତଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଏହା ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ ଯାଦବ କହିଛନ୍ତି। ରିପୋର୍ଟ ମୁତାବକ, ଲକ୍‌ଡାଉନରେ ୨୭% ସଂସ୍ଥା ପ୍ରଭାବିତ ହୋଇଛନ୍ତି। ସେହିଭଳି ଏହି ସମ୍ପୂର୍ଣ୍ଣ ଲକ୍‌ଡାଉନ ବେଳେ ମଧ୍ୟ ୮୧% କର୍ମଚାରୀ ସେମାନଙ୍କ ପୂର୍ଣ୍ଣ ଦରମା ପାଇଥିବା ଜଣାପଡ଼ିଛି। ଦେଶର ଆଇଟି ଏବଂ ବିପିଓ କ୍ଷେତ୍ରରେ ନିଯୁକ୍ତି ଅଭିବୃଦ୍ଧି ୧୫୨% ରହିଛି। ସେହିଭଳି ସ୍ବାସ୍ଥ୍ୟ କ୍ଷେତ୍ରରେ ୭୭%, ଶିକ୍ଷାରେ ୩୯%, ବିନିର୍ମାଣରେ ୨୨%, ପରିବହନରେ ୬୮%, ନିର୍ମାଣ କ୍ଷେତ୍ରରେ ୪୨% ନିଯୁକ୍ତି ଅଭିବୃଦ୍ଧି ହୋଇଛି। ବାଣିଜ୍ୟ କ୍ଷେତ୍ରରେ ନିଯୁକ୍ତି ଅଭିବୃଦ୍ଧି ୨୫% ହ୍ରାସ ଘଟିଥିବା ବେଳେ ହୋଟେଲ ଏବଂ ରେଷ୍ଟୁରାଣ୍ଟ କ୍ଷେତ୍ରରେ ଏହା ୧୩% କମିଛି। ଆର୍ଥତ୍କ ସେବା ନିଯୁକ୍ତି ଅଭିବୃଦ୍ଧି ୪୮% ରହିଛି।
ଦେଶର ୯୦% ସଂସ୍ଥାରେ ଶ୍ରମିକଙ୍କ ସଂଖ୍ୟା ୧୦୦ରୁ କମ୍‌ ହେବ। ଏହା ଅର୍ଥନୈତିକ ଜନଗଣନାରେ ୯୫% ରହିଥିଲା। ୩୫% ଆଇଟି ଏବଂ ବିପିଓ ସଂସ୍ଥା ଅନ୍ତତଃ ପକ୍ଷେ ୧୦୦ ଶ୍ରମିକଙ୍କୁ ନେଇ କାର୍ଯ୍ୟରତ। ଏହି ବର୍ଗରେ ୧୩.୮% କମ୍ପାନୀ ୫୦୦ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ନିଯୁକ୍ତି ଦେଇଛନ୍ତି। ସ୍ବାସ୍ଥ୍ୟକ୍ଷେତ୍ରର ୧୮% ସଂସ୍ଥାରେ ୧୦୦ କିମ୍ବା ତଦୂର୍ଦ୍ଧ୍ୱ ନିଯୁକ୍ତି ରହିଥିବା ରିପୋର୍ଟରୁ ଜଣାପଡ଼ିଛି। ଶ୍ରମ ଶକ୍ତି କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ୨୯%କୁ ଖସିଛି। ଏହା ଅର୍ଥନୈତିକ ଜନଗଣନାରେ ୩୧% ରହିଥିଲା। ନିର୍ଦ୍ଧାରିତ ୯ କ୍ଷେତ୍ରରେ ରହିଥିବା ଶ୍ରମଶକ୍ତି ମଧ୍ୟରୁ ୮୮% ନିୟମିତ ନିଯୁକ୍ତି। ଏହି କ୍ଷେତ୍ରଗୁଡ଼ିକରେ ୨% କାଜୁଆଲ ବା ସାମୟିକ ଶ୍ରମିକ ରହିଛନ୍ତି। ନିର୍ମାଣ କ୍ଷେତ୍ରରେ ୧୮% କର୍ମଚାରୀ ଠିକାଭିତ୍ତିକ ହୋଇଥିବା ବେଳେ ୧୩% କାଜୁଆଲ ବୋଲି ଜଣାପଡ଼ିଛି। ୧୦ ଜଣ ଯାଏ ଲୋକଙ୍କୁ ନିଯୁକ୍ତି ଦେଇଥିବା ୯% ସଂସ୍ଥା କୌଣସି ପଞ୍ଜୀକରଣ କରିନାହାନ୍ତି। ସବୁ ସଂସ୍ଥାକୁ ବିଚାରକୁ ନେଲେ ୨୬% କମ୍ପାନୀ ଆଇନ ପରିସରଭୁକ୍ତ ହୋଇଛନ୍ତି। ଆଇଟି ଏବଂ ବିପିଓ ବର୍ଗରେ ୭୧% ସଂସ୍ଥା ପଞ୍ଜୀକୃତ। ନିର୍ମାଣ କ୍ଷେତ୍ରରେ ଏହା ୫୮%, ବିନିର୍ମାଣରେ ୪୬%, ପରିବହନରେ ୪୨%, ବାଣିଜ୍ୟରେ ୩୫% ଏବଂ ଆର୍ଥତ୍କ ସେବା କ୍ଷେତ୍ରରେ ୨୮% ସଂସ୍ଥା ଏଭଳି ଆଇନ ଅଧୀନରେ ପଞ୍ଜୀକୃତ ହୋଇଛନ୍ତି। ପ୍ରାୟ ୧୮% କମ୍ପାନୀ ନିଯୁକ୍ତିଭିତ୍ତିକ ଦକ୍ଷତା ତାଲିମ ପ୍ରଦାନ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri