ବିସ୍ତାରବାଦ ବିରୋଧରେ ଏକାଠି ହେବାକୁ ଆହ୍ବାନ

ଜାତିସଂଘ, ୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତିସଂଘର ୭୬ତମ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଆତଙ୍କବାଦକୁ ରାଜନୈତିକ କରିଥିବା ରାଷ୍ଟ୍ରଗୁଡ଼ିକୁ ସମାଲୋଚନା କରିବା ସହ ବିସ୍ତାରବାଦୀଙ୍କ ବିରୋଧରେ ଏକଜୁଟ୍‌ ହେବାକୁ ଆହ୍ବାନ ଦେଇଛନ୍ତି। ନକାରାତ୍ମକ ଚିନ୍ତାଧାରାର କେତେକ ରାଷ୍ଟ୍ର ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପରୋକ୍ଷରେ ପାକିସ୍ତାନକୁ ଇଙ୍ଗିତ କରି କହିଥିଲେ। ଏହି ଦେଶଗୁଡ଼ିକ ଆତଙ୍କବାଦର ପରିଣତି ସମ୍ପର୍କରେ ହୃଦୟଙ୍ଗମ କରିବା ଆବଶ୍ୟକ। ଆତଙ୍କବାଦ ସେମାନଙ୍କ ପାଇଁ ମଧ୍ୟ ସମାନ ବିପଦ। ବିଶ୍ୱରେ ଉଗ୍ରବାଦ ଏବଂ ନକରାତ୍ମକ ଚିନ୍ତାଧାରା ଜନିତ ବିପଦ ବଢ଼ିଚାଲିଛି। ଆଫଗାନିସ୍ତାନ ମାଟି ଯେପରି ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର ବିସ୍ତାର ପାଇଁ ବ୍ୟବହୃତ ନ ହୁଏ, ତାହା ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ। ସେହିପରି କୌଣସି ଦେଶ ଆଫଗାନିସ୍ତାନ ସ୍ଥିତିର ଫାଇଦା ଉଠାଇବା ଏବଂ ନିଜର ନ୍ୟସ୍ତସ୍ବାର୍ଥ ପାଇଁ ବ୍ୟବହାର କରିବାକୁ ଯେପରି ଉଦ୍ୟମ ନ କରନ୍ତି, ତାହା ନିଶ୍ଚିତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମହାସାଗର ଅଞ୍ଚଳରେ ଚାଇନାର ସାମରିକ ଶକ୍ତି ବୃଦ୍ଧି ଘଟୁଥିବାବେଳେ ବିସ୍ତାରବାଦ ବିରୋଧରେ ଅନ୍ତର୍ଜାତୀୟ ସମୁଦାୟ ମିଳିତ ସ୍ବର ଉତ୍ତୋଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ମହାସାଗର ସମସ୍ତଙ୍କର ମିଳିତ ଐତିହ୍ୟ। ଏହା ଅନ୍ତର୍ଜାତୀୟ ବାଣିଜ୍ୟର ଜୀବନରେଖା। ତେଣୁ ବିସ୍ତାରବାଦ ପ୍ରତିଯୋଗିତାରୁ ଏହାକୁ ସୁରକ୍ଷିତ ରଖିବାକୁ ହେବ। ସେଥିପାଇଁ ନିୟମାବଳୀ ଭିତ୍ତିକ ଅନ୍ତର୍ଜାତୀୟ ନିୟନ୍ତ୍ରଣ ବ୍ୟବସ୍ଥାକୁ ମଜଭୂତ କରିବା ଲାଗି ମିଳିତ ସ୍ବର ଉଠାଇବା ଜରୁରୀ ବୋଲି ମୋଦି କହିଛନ୍ତି।
ଭାରତ ଜୀବନ୍ତ ଗଣତନ୍ତ୍ରର ସବୁଠୁ ବଡ଼ ଦୃଷ୍ଟାନ୍ତ। ଏଠାରେ ଚା’ ଦୋକାନରେ ବାପାକୁ ସହାୟତା କରୁଥିବା ଜଣେ ଛୋଟ ପିଲା ଗଣତନ୍ତ୍ରର ଶକ୍ତି ବଳରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଚତୁର୍ଥ ଥର ପାଇଁ ଜାତିସଂଘ ସାଧାରଣ ସଭାରେ ଉଦ୍‌ବୋଧନ ଦେବାର ସୁଯୋଗ ପାଇଛି ବୋଲି ମୋଦି କହିଥିଲେ। ବିକାଶ ମାର୍ଗରେ ଭାରତ ଯଥେଷ୍ଟ ଅଗ୍ରଗତି କରିଛି। ସର୍ବବ୍ୟାପକ ଏବଂ ସାର୍ବଜନୀନ ବିକାଶ ପ୍ରକ୍ରିୟାରେ ଭାରତ ବିଶ୍ୱାସ କରେ। କରୋନା ମହାମାରୀ ବିରୋଧୀ ଲଢ଼େଇରେ ଭାରତର ସଫଳତା ସମ୍ପର୍କରେ ମୋଦି କହିବା ସହ ୧୨ ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକଙ୍କ ପାଇଁ ବିଶ୍ୱର ପ୍ରଥମ ଡିଏନ୍‌ଏ ଆଧାରିତ କୋଭିଡ୍‌-୧୯ ଟିକା ବିକଶିତ କରିଥିବା କହିଥିଲେ। ଏହା ବ୍ୟତୀତ ଭାରତୀୟ ବୈଜ୍ଞାନିକମାନେ କୋଭିଡ୍‌-୧୯ ପାଇଁ ନାଜାଲ ଭାକ୍ସିନ ପ୍ରସ୍ତୁତ କରୁଛନ୍ତି। ଭାରତରେ ଟିକା ପ୍ରସ୍ତୁତି ଲାଗି ଆଗେଇ ଆସିବାକୁ ସେ ବିଭିନ୍ନ ଦେଶର କମ୍ପାନୀଗୁଡ଼ିକୁ ଆହ୍ବାନ ଦେଇଛନ୍ତି।
ପରିବର୍ତ୍ତିତ ସମୟକୁ ଗ୍ରହଣ କରୁ ନ ଥିବାରୁ ଜାତିସଂଘକୁ ବିଭିନ୍ନ ଦେଶ ସମାଲୋଚନା କରୁଛନ୍ତି। ଠିକ୍‌ ସମୟରେ ଠିକ୍‌ କାମ କରା ନ ଗଲେ, ସମୟ ନିଜେ ଉକ୍ତ କାର୍ଯ୍ୟର ସଫଳତାକୁ ନଷ୍ଟ କରିଦେଇଥାଏ ବୋଲି ଦାର୍ଶନିକ ଚାଣକ୍ୟଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ। ଜାତିସଂଘ ଲୋକମାନଙ୍କ କଥା କହିବା ଓ ସମୟ ବତାଇବା ସଂଗଠନରେ ପରିଣତ ହୋଇଛି ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକଦା କହିଥିଲେ। ଜାତିସଂଘକୁ ଏହାର ପ୍ରାସଙ୍ଗିକତା ରଖିବାକୁ ହେଲେ, ଏହାର କାର୍ଯ୍ୟଦକ୍ଷତା ଓ ବିଶ୍ୱସନୀୟତା ବଢ଼ାଇବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ। ଚଳିତ ବର୍ଷ ଜାତିସଂଘ ସାଧାରଣ ବିତର୍କର ବିଷୟବସ୍ତୁ ଥିଲା, କୋଭିଡ୍‌-୧୯ରୁ ମୁକ୍ତ ହେବାର ଆଶା ମାଧ୍ୟମରେ ପ୍ରତିରୋଧ ସାମର୍ଥ୍ୟ ବଢ଼ାଇବା, ସ୍ଥାୟିତ୍ୱର ପୁନଃନିର୍ମାଣ, ପୃଥିବୀର ଆବଶ୍ୟକତାର ଜବାବ, ଜନ ଅଧିକାରକୁ ସମ୍ମାନ ଏବଂ ଜାତିସଂଘକୁ ପୁନର୍ଜୀବିତ କରିବା। ଓ୍ବାଶିଂଟନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଏବଂ କ୍ୱାଡ୍‌ ରାଷ୍ଟ୍ର ମୁଖ୍ୟମାନଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ଜାତିସଂଘ ସାଧାରଣ ସଭାରେ ଯୋଗଦେବା ପାଇଁ ନ୍ୟୁୟର୍କରେ ପହଞ୍ଚତ୍ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri