ବିସ୍ତାରବାଦ ବିରୋଧରେ ଏକାଠି ହେବାକୁ ଆହ୍ବାନ

ଜାତିସଂଘ, ୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତିସଂଘର ୭୬ତମ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଆତଙ୍କବାଦକୁ ରାଜନୈତିକ କରିଥିବା ରାଷ୍ଟ୍ରଗୁଡ଼ିକୁ ସମାଲୋଚନା କରିବା ସହ ବିସ୍ତାରବାଦୀଙ୍କ ବିରୋଧରେ ଏକଜୁଟ୍‌ ହେବାକୁ ଆହ୍ବାନ ଦେଇଛନ୍ତି। ନକାରାତ୍ମକ ଚିନ୍ତାଧାରାର କେତେକ ରାଷ୍ଟ୍ର ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପରୋକ୍ଷରେ ପାକିସ୍ତାନକୁ ଇଙ୍ଗିତ କରି କହିଥିଲେ। ଏହି ଦେଶଗୁଡ଼ିକ ଆତଙ୍କବାଦର ପରିଣତି ସମ୍ପର୍କରେ ହୃଦୟଙ୍ଗମ କରିବା ଆବଶ୍ୟକ। ଆତଙ୍କବାଦ ସେମାନଙ୍କ ପାଇଁ ମଧ୍ୟ ସମାନ ବିପଦ। ବିଶ୍ୱରେ ଉଗ୍ରବାଦ ଏବଂ ନକରାତ୍ମକ ଚିନ୍ତାଧାରା ଜନିତ ବିପଦ ବଢ଼ିଚାଲିଛି। ଆଫଗାନିସ୍ତାନ ମାଟି ଯେପରି ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର ବିସ୍ତାର ପାଇଁ ବ୍ୟବହୃତ ନ ହୁଏ, ତାହା ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ। ସେହିପରି କୌଣସି ଦେଶ ଆଫଗାନିସ୍ତାନ ସ୍ଥିତିର ଫାଇଦା ଉଠାଇବା ଏବଂ ନିଜର ନ୍ୟସ୍ତସ୍ବାର୍ଥ ପାଇଁ ବ୍ୟବହାର କରିବାକୁ ଯେପରି ଉଦ୍ୟମ ନ କରନ୍ତି, ତାହା ନିଶ୍ଚିତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମହାସାଗର ଅଞ୍ଚଳରେ ଚାଇନାର ସାମରିକ ଶକ୍ତି ବୃଦ୍ଧି ଘଟୁଥିବାବେଳେ ବିସ୍ତାରବାଦ ବିରୋଧରେ ଅନ୍ତର୍ଜାତୀୟ ସମୁଦାୟ ମିଳିତ ସ୍ବର ଉତ୍ତୋଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ମହାସାଗର ସମସ୍ତଙ୍କର ମିଳିତ ଐତିହ୍ୟ। ଏହା ଅନ୍ତର୍ଜାତୀୟ ବାଣିଜ୍ୟର ଜୀବନରେଖା। ତେଣୁ ବିସ୍ତାରବାଦ ପ୍ରତିଯୋଗିତାରୁ ଏହାକୁ ସୁରକ୍ଷିତ ରଖିବାକୁ ହେବ। ସେଥିପାଇଁ ନିୟମାବଳୀ ଭିତ୍ତିକ ଅନ୍ତର୍ଜାତୀୟ ନିୟନ୍ତ୍ରଣ ବ୍ୟବସ୍ଥାକୁ ମଜଭୂତ କରିବା ଲାଗି ମିଳିତ ସ୍ବର ଉଠାଇବା ଜରୁରୀ ବୋଲି ମୋଦି କହିଛନ୍ତି।
ଭାରତ ଜୀବନ୍ତ ଗଣତନ୍ତ୍ରର ସବୁଠୁ ବଡ଼ ଦୃଷ୍ଟାନ୍ତ। ଏଠାରେ ଚା’ ଦୋକାନରେ ବାପାକୁ ସହାୟତା କରୁଥିବା ଜଣେ ଛୋଟ ପିଲା ଗଣତନ୍ତ୍ରର ଶକ୍ତି ବଳରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଚତୁର୍ଥ ଥର ପାଇଁ ଜାତିସଂଘ ସାଧାରଣ ସଭାରେ ଉଦ୍‌ବୋଧନ ଦେବାର ସୁଯୋଗ ପାଇଛି ବୋଲି ମୋଦି କହିଥିଲେ। ବିକାଶ ମାର୍ଗରେ ଭାରତ ଯଥେଷ୍ଟ ଅଗ୍ରଗତି କରିଛି। ସର୍ବବ୍ୟାପକ ଏବଂ ସାର୍ବଜନୀନ ବିକାଶ ପ୍ରକ୍ରିୟାରେ ଭାରତ ବିଶ୍ୱାସ କରେ। କରୋନା ମହାମାରୀ ବିରୋଧୀ ଲଢ଼େଇରେ ଭାରତର ସଫଳତା ସମ୍ପର୍କରେ ମୋଦି କହିବା ସହ ୧୨ ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକଙ୍କ ପାଇଁ ବିଶ୍ୱର ପ୍ରଥମ ଡିଏନ୍‌ଏ ଆଧାରିତ କୋଭିଡ୍‌-୧୯ ଟିକା ବିକଶିତ କରିଥିବା କହିଥିଲେ। ଏହା ବ୍ୟତୀତ ଭାରତୀୟ ବୈଜ୍ଞାନିକମାନେ କୋଭିଡ୍‌-୧୯ ପାଇଁ ନାଜାଲ ଭାକ୍ସିନ ପ୍ରସ୍ତୁତ କରୁଛନ୍ତି। ଭାରତରେ ଟିକା ପ୍ରସ୍ତୁତି ଲାଗି ଆଗେଇ ଆସିବାକୁ ସେ ବିଭିନ୍ନ ଦେଶର କମ୍ପାନୀଗୁଡ଼ିକୁ ଆହ୍ବାନ ଦେଇଛନ୍ତି।
ପରିବର୍ତ୍ତିତ ସମୟକୁ ଗ୍ରହଣ କରୁ ନ ଥିବାରୁ ଜାତିସଂଘକୁ ବିଭିନ୍ନ ଦେଶ ସମାଲୋଚନା କରୁଛନ୍ତି। ଠିକ୍‌ ସମୟରେ ଠିକ୍‌ କାମ କରା ନ ଗଲେ, ସମୟ ନିଜେ ଉକ୍ତ କାର୍ଯ୍ୟର ସଫଳତାକୁ ନଷ୍ଟ କରିଦେଇଥାଏ ବୋଲି ଦାର୍ଶନିକ ଚାଣକ୍ୟଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ। ଜାତିସଂଘ ଲୋକମାନଙ୍କ କଥା କହିବା ଓ ସମୟ ବତାଇବା ସଂଗଠନରେ ପରିଣତ ହୋଇଛି ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକଦା କହିଥିଲେ। ଜାତିସଂଘକୁ ଏହାର ପ୍ରାସଙ୍ଗିକତା ରଖିବାକୁ ହେଲେ, ଏହାର କାର୍ଯ୍ୟଦକ୍ଷତା ଓ ବିଶ୍ୱସନୀୟତା ବଢ଼ାଇବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ। ଚଳିତ ବର୍ଷ ଜାତିସଂଘ ସାଧାରଣ ବିତର୍କର ବିଷୟବସ୍ତୁ ଥିଲା, କୋଭିଡ୍‌-୧୯ରୁ ମୁକ୍ତ ହେବାର ଆଶା ମାଧ୍ୟମରେ ପ୍ରତିରୋଧ ସାମର୍ଥ୍ୟ ବଢ଼ାଇବା, ସ୍ଥାୟିତ୍ୱର ପୁନଃନିର୍ମାଣ, ପୃଥିବୀର ଆବଶ୍ୟକତାର ଜବାବ, ଜନ ଅଧିକାରକୁ ସମ୍ମାନ ଏବଂ ଜାତିସଂଘକୁ ପୁନର୍ଜୀବିତ କରିବା। ଓ୍ବାଶିଂଟନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଏବଂ କ୍ୱାଡ୍‌ ରାଷ୍ଟ୍ର ମୁଖ୍ୟମାନଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ଜାତିସଂଘ ସାଧାରଣ ସଭାରେ ଯୋଗଦେବା ପାଇଁ ନ୍ୟୁୟର୍କରେ ପହଞ୍ଚତ୍ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?