ଟିକା ସାର୍ଟିଫିକେଟକୁ ସ୍ବୀକୃତି ଦେବାକୁ ଆହ୍ବାନ

ଓ୍ବାଶିଂଟନ, ୨୩।୯: ଅନ୍ତର୍ଜାତୀୟ ଗମନାଗମନକୁ ସୁଗମ କରିବା ଲାଗି ଟିକା ପ୍ରମାଣପତ୍ରକୁ ଆପୋଷ ସ୍ବୀକୃତି ମିଳିବା ଆବଶ୍ୟକ ବୋଲି ୫ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପକ୍ଷରୁ ଆୟୋଜିତ ବିଶ୍ୱ କୋଭିଡ୍‌ ସମିଟ୍‌ରେ ଉଦ୍‌ବୋଧନ ଦେଇ ମୋଦି କହିଥିଲେ, ମହାମାରୀ ଯୋଗୁ ଅନେକ ରାଷ୍ଟ୍ର ବିଦେଶୀମାନଙ୍କ ପ୍ରବେଶକୁ ନେଇ ବିଭିନ୍ନ ନିୟମାବଳୀ ଆପଣାଇଥିବାରୁ ଯାତାୟାତରେ ସମସ୍ୟା ଉପୁଜିଛି। ଅର୍ଥନୀତି ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ଏଥିରେ ସୁଧାର ଆଣିବା ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ। ଏଥିପାଇଁ କୋଭିଡ୍‌ ଟିକା ସାର୍ଟିଫିକେଟକୁ ଆପୋଷ ସ୍ବୀକୃତି ଦେଇ ଅନ୍ତର୍ଜାତୀୟ ଗମନାଗମନ ସୁଗମ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି। ଭାରତ ତା’ର ଟିକା ଉତ୍ପାଦନ ସମାର୍ଥ୍ୟ ବୃଦ୍ଧି କରିଛି। ଏଥିପାଇଁ ଆବଶ୍ୟକ କଞ୍ଚାମାଲ୍‌ ଯୋଗାଣ ଶୃଙ୍ଖଳ ଉନ୍ମୁକ୍ତ ରହିଲେ ଅନ୍ୟ ଦେଶଗୁଡ଼ିକୁ ଟିକା ଯୋଗାଣ ପୁଣିଥରେ ଆରମ୍ଭ ହୋଇପାରିବ ବୋଲି ମୋଦି କହିଥିମଲେ। ଭାରତର ଟିକା ଉତ୍ପାଦନ ସାମର୍ଥ୍ୟ ବୃଦ୍ଧିରୁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଭ ଉଠାଇବା ଆବଶ୍ୟକ। କୋଭିଡ୍‌ ଟିକା, ରୋଗ ଚିହ୍ନଟ ଉପକରଣ ଏବଂ ଔଷଧ ପାଇଁ ଟିଆର୍‌ଆଇପିଏସ୍‌ ଛାଡ଼ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବ ରଖିଥିଲେ। ମହାମାରୀ ବିରୋଧୀ ଲଢ଼େଇକୁ ଜୋର୍‌ଦାର କରିବାରେ ଏହା ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦ୍ୱିତୀୟ ଲହରରେ ସଂକ୍ରମଣ ବଢ଼ିବାରୁ ଗତ ଏପ୍ରିଲରୁ ଭାରତ ଟିକା ରପ୍ତାନି ବନ୍ଦ କରିଦେଇଥିଲା। ଟିକା ମୈତ୍ରୀ କାର୍ଯ୍ୟକ୍ରମ ତଥା କୋଭାକ୍ସ ପ୍ରତିଶ୍ରୁତି ପୂରଣ ପାଇଁ ଚତୁର୍ଥ ତ୍ରୟମାସିକରୁ ପୁଣି ଥରେ କୋଭିଡ୍‌ ଟିକା ରପ୍ତାନି ଆରମ୍ଭ କରିବାକୁ ଭାରତ ସୋମବାର ଘୋଷଣା କରିଛି।
ସୂଚନାଯୋଗ୍ୟ ବୁଧବାର ବ୍ରିଟେନ୍‌ ସରକାର କୋଭିଶିଲ୍ଡ ଟିକାକୁ ମଞ୍ଜୁରୀ ପ୍ରଦାନ କରିଥିଲେ ମଧ୍ୟ ବିବାଦୀୟ ଅନ୍ତର୍ଜାତୀୟ ଟ୍ରାଭେଲ୍‌ ଗାଇଡଲାଇନ୍‌କୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ନୂଆ ଗାଇଡ୍‌ଲାଇନ ଅନୁଯାୟୀ କୋଭିଶିଲ୍ଡ ଟିକା ନେଇଥିବା ଭାରତୀୟମାନେ ଅକ୍ଟୋବର ୪ରୁ ବ୍ରିଟେନ ଯାଇପାରିବେ କିନ୍ତୁ ସେମାନଙ୍କୁ କ୍ୱାରାଣ୍ଟାଇନ ନିୟମରୁ ବାଦ୍‌ ଦିଆଯାଇନାହିଁ। ସୋମବାର ଆମେରିକା ଭାରତୀୟଙ୍କ ବିମାନ ଯାତ୍ରା ପାଇଁ କୋଭିଶିଲ୍ଡ ଟିକାକୁ ମଞ୍ଜୁରୀ ଦେଇଥିଲା।
ମୋଦି ତାଙ୍କ ୫ ଦିନିଆ ଗସ୍ତର ଶେଷ ପର୍ଯ୍ୟାୟରେ ଜାତିସଂଘ ସାଧାରଣ ସଭାରେ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ କୋଭିଡ୍‌-୧୯ ମହାମାରୀ, ଆତଙ୍କବାଦ ମୁକାବିଲା, ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆମେରିକା ଗସ୍ତରେ ଯିବା ପୂର୍ବରୁ ବୁଧବାର ଦିଲ୍ଲୀ ବିମାନବନ୍ଦରଠାରେ ଗଣମାଧ୍ୟମକୁ କହିଥିଲେ। ତାଙ୍କ ଗସ୍ତ ଭାରତ-ଆମେରିକା ସମ୍ପର୍କକୁ ମଜଭୁତ କରିବା ସହ ଜାପାନ ଓ ଅଷ୍ଟ୍ରେଲିଆ ସହ ସମ୍ପର୍କ ବଢ଼ାଇବ। ଗସ୍ତ ଅବସରରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଉପରାଷ୍ଟ୍ରପତି କମଲା ହାରିସ୍‌ ଓ ଅନ୍ୟ ନେତୃବୃନ୍ଦଙ୍କୁ ଭେଟି ଆଲୋଚନା କରିବେ। କ୍ୱାଡ୍‌ ନେତାମାନଙ୍କ ସମ୍ମିଳନୀରେ ମୋଦି ରାଷ୍ଟ୍ରପତି ବାଇଡେନ୍‌, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗାଙ୍କୁ ଭେଟିବେ। ଏହା ବ୍ୟତୀତ ଆମେରିକା ଉଦ୍ୟୋଗ ଜଗତର ଶୀର୍ଷ କାର୍ଯ୍ୟନିର୍ବାହୀମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri