Posted inରାଜ୍ୟ

ସିଏଜି ଧରିଲେ ଅନିୟମିତତା

ଭୁବନେଶ୍ୱର, ୪ା୪ (ବ୍ୟୁରୋ): ଓଡ଼ିଶା ରାଜ୍ୟ ମେଡିକାଲ ନିଗମ ଲିମିଟେଡ୍‌ (ଓଏସ୍‌ଏମ୍‌ସିଏଲ୍‌)ରେ ଚଞ୍ଚକତା ହୋଇଛି। ଔଷଧ, ଚିକିତ୍ସା ସାମଗ୍ରୀ ଓ ବିଭିନ୍ନ ଯନ୍ତ୍ରପାତି କ୍ରୟରେ ଜାଲିଆତି କରାଯାଇଛି। ଶନିବାର ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଉପସ୍ଥାପିତ ସାଧାରଣ ଓ ସାମାଜିକ କ୍ଷେତ୍ର-୨୦୧୯ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୧୬ରୁ ୨୦୧୯ ମଧ୍ୟରେ ଓଏସ୍‌ଏମ୍‌ସିଏଲ ଦ୍ୱାରା ଔଷଧ, ଚିକିତ୍ସା ସାମଗ୍ରୀ, ଉପକରଣ, ଯନ୍ତ୍ରପାତି ଓ ଆସବାବପତ୍ର ଉପରେ କ୍ରୟ ଚୂଡାନ୍ତ କରିବା ଯୋଗୁ ସରକାରଙ୍କୁ ବହୁ ଟଙ୍କାର ରାଜସ୍ବ ହରାଇବାକୁ ପଡ଼ିଛି। ଓଏସ୍‌ଏମ୍‌ସିଏଲ ଏହି ସମୟରେ ବିଭିନ୍ନ ସରକାରୀ ସଂସ୍ଥାକୁ ଅନୁମୋଦିତ ପରିମାଣର ମାତ୍ର ୪୯% ଔଷଧ ଓ ଚିକିତ୍ସା ସାମଗ୍ରୀ ଯୋଗାଇବାରେ ସଫଳ ହୋଇଥିଲା। କମ୍‌ ଔଷଧ ଯୋଗାଇବାରୁ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡିକ ସ୍ଥାନୀୟ ବଜାରରୁ ଅଧିକ ଦରରେ ଔଷଧ କିଣି ଲୋକଙ୍କୁ ଯୋଗାଇଥିଲେ। ଏଥିଯୋଗୁ ୨୦୧୮-୧୯ରେ ୨.୨୪ କୋଟି ଟଙ୍କାର ଔଷଧ କିଣାଯିବାରୁ ୧୮.୧୨ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ ହୋଇଥିଲା। ଇ-ନିରାମୟ ସପ୍ଟଓ୍ବେର ମାଧ୍ୟମରେ ଇଣ୍ଡେଣ୍ଟ, ବଣ୍ଟନ, ବ୍ୟବହାର ଓ ଔଷଧ ଷ୍ଟକ୍‌ ସ୍ଥିତି କରାଯାଇ ନ ପାରିବାରୁ ୨୦୧୭ ଏପ୍ରିଲରୁ ୨୦୧୭ ମେ ମଧ୍ୟରେ ୪.୧୮ କୋଟି ଟଙ୍କାର ଔଷଧ ନଷ୍ଟ ହୋଇଥିଲା। କେବଳ ସ୍ବାସ୍ଥ୍ୟ ବିଭାଗ ନୁହେଁ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ମଧ୍ୟ ଅନିୟମିତତା ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ଜାତୀୟ ଗ୍ରାମୀଣ ଜୀବିକା ମିଶନର ଏକ ଅଂଶ ଭାବେ କେନ୍ଦ୍ର ସରକାରଙ୍କ ଯୋଜନା ଦିନଦୟାଲ୍‌ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (ଡିଡିୟୁଜିକଓ୍ବୋଇ)ରେ ଗ୍ରାମୀଣ ଯୁବତୀ ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ ସହିତ ସେମାନଙ୍କୁ ନିୟମିତ ମାସିକ ମଜୁରି ପ୍ରଦାନ ବ୍ୟବସ୍ଥା ରହିଛି। ଡିଡିୟୁଜିକଓ୍ବୋଇକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ଦାୟିତ୍ୱ ପଞ୍ଚାୟତିରାଜ ବିଭାଗ ଅଧୀନ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ବିପଣନ ସମିତି (ଓର୍‌ମାସ) ଉପରେ ରହିଛି। ତେବେ ଓର୍‌ମାସ ଦ୍ୱାରା ପ୍ରକଳ୍ପର ଆବଶ୍ୟକ ଗୁଣବତ୍ତାକୁ ମୂଲ୍ୟାୟନ କରା ନ ଯାଇ ଯୋଗ୍ୟତା ନ ଥିବା ବେସରକାରୀ ସଂସ୍ଥାଗୁଡିକୁ ଅଧିକ ମୂଲ୍ୟର ପ୍ରକଳ୍ପ ପ୍ରଦାନ କରାଯାଇଥିଲା। ଏହାଦ୍ୱାରା ଓର୍‌ମାସ ସମ୍ପୃକ୍ତ ବେସରକାରୀ ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ଦେଖାଇଥିବା ରିପୋର୍ଟରୁ ଜଣାପଡିଛି। ପ୍ରତିବର୍ଷ ଯୁବତୀ ଯୁବକଙ୍କ ତାଲିମ ନେବା ଆଧାରରେ ବେସରକାରୀ ସଂସ୍ଥାଗୁଡିକୁ ଅଗ୍ରିମ ଦେବାର ବ୍ୟବସ୍ଥା କରାଯାଇଥାଏ। ୩.୩୦ କୋଟି ଟଙ୍କା ପାଇବା ଯୋଗ୍ୟତା ଥିବା ପିଆଇଏଗୁଡିକୁ ତାଲିମ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ଓର୍‌ମାସ ପକ୍ଷରୁ ୨ ଗୁଣା ଅର୍ଥାତ୍‌ ୬.୬୦ କୋଟି ଟଙ୍କା ଆଗୁଆ ପ୍ରଦାନ କରାଯାଇଛି। ପ୍ରାର୍ଥୀମାନଙ୍କ ତାଲିମରେ ମଧ୍ୟ ହେରଫେର ହୋଇଥିବା ସିଏଜି ପ୍ରଶ୍ନ ଉଠାଇଛନ୍ତି।

ଉନ୍ନୟନ କର୍ତ୍ତପକ୍ଷ (ବିଡିଏ) ଘରବାଡି ପ୍ଲାନିଂ ସ୍ବୟଂକ୍ରିୟ କରିବା ପାଇଁ ଭିଏଫ୍‌ଏସ୍‌ ଗ୍ଲୋବାଲ ସର୍ଭିସେସ୍‌ ଲିମିଟେଡ୍‌ ସହ ଚୁକ୍ତି କରିଥିଲେ। ଉକ୍ତ ସଂସ୍ଥା ଚୁକ୍ତି ଉଲ୍ଲଂଘନ କରିଥିଲେ ସୁଦ୍ଧା ବିଡିଏ ବକେୟା ଅର୍ଥକୁ ବାଜ୍ୟାପ୍ତି ନ କରିବା ଦ୍ୱାରା ସରକାରଙ୍କୁ ୨.୬୨ କୋଟି ଟଙ୍କାର ଅଯାଥ ବ୍ୟୟ ବହନ କରିବାକୁ ପଡିଛି। ସେହିପରି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଦ୍ୱାରା ନିର୍ମାଣ କରାଯାଇଥିବା ଫଳବଜାରଗୁଡିକ ପାଇଁ କିଣାଯାଇଥିବା ଟ୍ରାନ୍ସଫର୍ମର ବ୍ୟବହାର ନ ହେବାରୁ ୧.୧୩ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ସେହିପରି ଭାରତର ଆଭ୍ୟନ୍ତରୀଣ ଜଳପଥ କର୍ତ୍ତୃପକ୍ଷଙ୍କ ନିୟମ ଉଲ୍ଲଂଘନ କରି ୨ଟି ପୋଲ ନିର୍ମାଣ କରାଯାଇଥିଲା। ଫଳରେ ତାହା ଅଧାରୁ ବନ୍ଦ ହେବାକୁ ପଡ଼ିଥିଲା। ଏଥିଯୋଗୁ ସରକାରଙ୍କୁ ୪.୨୨ କୋଟି ଟଙ୍କାର ଅଯଥା ଅପଚୟ କରିବାକୁ ପଡ଼ିଛି। ମାତୃ ଓ ଶିଶୁ ସ୍ବାସ୍ଥ୍ୟ ଭବନ ପାଇଁ ଯୋଜନା ପ୍ରସ୍ତୁତି ନ କରି କୋଠାଘର ନିର୍ମାଣ କରାଯାଇଛି। ଏହା ଅବ୍ୟବହୃତ ହୋଇ ପଡିରହିଛି। ଫଳରେ ଏଥିଯୋଗୁ ୫.୯୬ କୋଟି ଟଙ୍କା ବିନିଯୋଗ ନ ହୋଇ ଅଯଥା ପଡିଥିବା ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri