Posted inରାଜ୍ୟ

ସିଏଜି ଧରିଲେ ଅନିୟମିତତା

ଭୁବନେଶ୍ୱର, ୪ା୪ (ବ୍ୟୁରୋ): ଓଡ଼ିଶା ରାଜ୍ୟ ମେଡିକାଲ ନିଗମ ଲିମିଟେଡ୍‌ (ଓଏସ୍‌ଏମ୍‌ସିଏଲ୍‌)ରେ ଚଞ୍ଚକତା ହୋଇଛି। ଔଷଧ, ଚିକିତ୍ସା ସାମଗ୍ରୀ ଓ ବିଭିନ୍ନ ଯନ୍ତ୍ରପାତି କ୍ରୟରେ ଜାଲିଆତି କରାଯାଇଛି। ଶନିବାର ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଉପସ୍ଥାପିତ ସାଧାରଣ ଓ ସାମାଜିକ କ୍ଷେତ୍ର-୨୦୧୯ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୧୬ରୁ ୨୦୧୯ ମଧ୍ୟରେ ଓଏସ୍‌ଏମ୍‌ସିଏଲ ଦ୍ୱାରା ଔଷଧ, ଚିକିତ୍ସା ସାମଗ୍ରୀ, ଉପକରଣ, ଯନ୍ତ୍ରପାତି ଓ ଆସବାବପତ୍ର ଉପରେ କ୍ରୟ ଚୂଡାନ୍ତ କରିବା ଯୋଗୁ ସରକାରଙ୍କୁ ବହୁ ଟଙ୍କାର ରାଜସ୍ବ ହରାଇବାକୁ ପଡ଼ିଛି। ଓଏସ୍‌ଏମ୍‌ସିଏଲ ଏହି ସମୟରେ ବିଭିନ୍ନ ସରକାରୀ ସଂସ୍ଥାକୁ ଅନୁମୋଦିତ ପରିମାଣର ମାତ୍ର ୪୯% ଔଷଧ ଓ ଚିକିତ୍ସା ସାମଗ୍ରୀ ଯୋଗାଇବାରେ ସଫଳ ହୋଇଥିଲା। କମ୍‌ ଔଷଧ ଯୋଗାଇବାରୁ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡିକ ସ୍ଥାନୀୟ ବଜାରରୁ ଅଧିକ ଦରରେ ଔଷଧ କିଣି ଲୋକଙ୍କୁ ଯୋଗାଇଥିଲେ। ଏଥିଯୋଗୁ ୨୦୧୮-୧୯ରେ ୨.୨୪ କୋଟି ଟଙ୍କାର ଔଷଧ କିଣାଯିବାରୁ ୧୮.୧୨ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ ହୋଇଥିଲା। ଇ-ନିରାମୟ ସପ୍ଟଓ୍ବେର ମାଧ୍ୟମରେ ଇଣ୍ଡେଣ୍ଟ, ବଣ୍ଟନ, ବ୍ୟବହାର ଓ ଔଷଧ ଷ୍ଟକ୍‌ ସ୍ଥିତି କରାଯାଇ ନ ପାରିବାରୁ ୨୦୧୭ ଏପ୍ରିଲରୁ ୨୦୧୭ ମେ ମଧ୍ୟରେ ୪.୧୮ କୋଟି ଟଙ୍କାର ଔଷଧ ନଷ୍ଟ ହୋଇଥିଲା। କେବଳ ସ୍ବାସ୍ଥ୍ୟ ବିଭାଗ ନୁହେଁ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ମଧ୍ୟ ଅନିୟମିତତା ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ଜାତୀୟ ଗ୍ରାମୀଣ ଜୀବିକା ମିଶନର ଏକ ଅଂଶ ଭାବେ କେନ୍ଦ୍ର ସରକାରଙ୍କ ଯୋଜନା ଦିନଦୟାଲ୍‌ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (ଡିଡିୟୁଜିକଓ୍ବୋଇ)ରେ ଗ୍ରାମୀଣ ଯୁବତୀ ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ ସହିତ ସେମାନଙ୍କୁ ନିୟମିତ ମାସିକ ମଜୁରି ପ୍ରଦାନ ବ୍ୟବସ୍ଥା ରହିଛି। ଡିଡିୟୁଜିକଓ୍ବୋଇକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ଦାୟିତ୍ୱ ପଞ୍ଚାୟତିରାଜ ବିଭାଗ ଅଧୀନ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ବିପଣନ ସମିତି (ଓର୍‌ମାସ) ଉପରେ ରହିଛି। ତେବେ ଓର୍‌ମାସ ଦ୍ୱାରା ପ୍ରକଳ୍ପର ଆବଶ୍ୟକ ଗୁଣବତ୍ତାକୁ ମୂଲ୍ୟାୟନ କରା ନ ଯାଇ ଯୋଗ୍ୟତା ନ ଥିବା ବେସରକାରୀ ସଂସ୍ଥାଗୁଡିକୁ ଅଧିକ ମୂଲ୍ୟର ପ୍ରକଳ୍ପ ପ୍ରଦାନ କରାଯାଇଥିଲା। ଏହାଦ୍ୱାରା ଓର୍‌ମାସ ସମ୍ପୃକ୍ତ ବେସରକାରୀ ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ଦେଖାଇଥିବା ରିପୋର୍ଟରୁ ଜଣାପଡିଛି। ପ୍ରତିବର୍ଷ ଯୁବତୀ ଯୁବକଙ୍କ ତାଲିମ ନେବା ଆଧାରରେ ବେସରକାରୀ ସଂସ୍ଥାଗୁଡିକୁ ଅଗ୍ରିମ ଦେବାର ବ୍ୟବସ୍ଥା କରାଯାଇଥାଏ। ୩.୩୦ କୋଟି ଟଙ୍କା ପାଇବା ଯୋଗ୍ୟତା ଥିବା ପିଆଇଏଗୁଡିକୁ ତାଲିମ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ଓର୍‌ମାସ ପକ୍ଷରୁ ୨ ଗୁଣା ଅର୍ଥାତ୍‌ ୬.୬୦ କୋଟି ଟଙ୍କା ଆଗୁଆ ପ୍ରଦାନ କରାଯାଇଛି। ପ୍ରାର୍ଥୀମାନଙ୍କ ତାଲିମରେ ମଧ୍ୟ ହେରଫେର ହୋଇଥିବା ସିଏଜି ପ୍ରଶ୍ନ ଉଠାଇଛନ୍ତି।

ଉନ୍ନୟନ କର୍ତ୍ତପକ୍ଷ (ବିଡିଏ) ଘରବାଡି ପ୍ଲାନିଂ ସ୍ବୟଂକ୍ରିୟ କରିବା ପାଇଁ ଭିଏଫ୍‌ଏସ୍‌ ଗ୍ଲୋବାଲ ସର୍ଭିସେସ୍‌ ଲିମିଟେଡ୍‌ ସହ ଚୁକ୍ତି କରିଥିଲେ। ଉକ୍ତ ସଂସ୍ଥା ଚୁକ୍ତି ଉଲ୍ଲଂଘନ କରିଥିଲେ ସୁଦ୍ଧା ବିଡିଏ ବକେୟା ଅର୍ଥକୁ ବାଜ୍ୟାପ୍ତି ନ କରିବା ଦ୍ୱାରା ସରକାରଙ୍କୁ ୨.୬୨ କୋଟି ଟଙ୍କାର ଅଯାଥ ବ୍ୟୟ ବହନ କରିବାକୁ ପଡିଛି। ସେହିପରି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଦ୍ୱାରା ନିର୍ମାଣ କରାଯାଇଥିବା ଫଳବଜାରଗୁଡିକ ପାଇଁ କିଣାଯାଇଥିବା ଟ୍ରାନ୍ସଫର୍ମର ବ୍ୟବହାର ନ ହେବାରୁ ୧.୧୩ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ସେହିପରି ଭାରତର ଆଭ୍ୟନ୍ତରୀଣ ଜଳପଥ କର୍ତ୍ତୃପକ୍ଷଙ୍କ ନିୟମ ଉଲ୍ଲଂଘନ କରି ୨ଟି ପୋଲ ନିର୍ମାଣ କରାଯାଇଥିଲା। ଫଳରେ ତାହା ଅଧାରୁ ବନ୍ଦ ହେବାକୁ ପଡ଼ିଥିଲା। ଏଥିଯୋଗୁ ସରକାରଙ୍କୁ ୪.୨୨ କୋଟି ଟଙ୍କାର ଅଯଥା ଅପଚୟ କରିବାକୁ ପଡ଼ିଛି। ମାତୃ ଓ ଶିଶୁ ସ୍ବାସ୍ଥ୍ୟ ଭବନ ପାଇଁ ଯୋଜନା ପ୍ରସ୍ତୁତି ନ କରି କୋଠାଘର ନିର୍ମାଣ କରାଯାଇଛି। ଏହା ଅବ୍ୟବହୃତ ହୋଇ ପଡିରହିଛି। ଫଳରେ ଏଥିଯୋଗୁ ୫.୯୬ କୋଟି ଟଙ୍କା ବିନିଯୋଗ ନ ହୋଇ ଅଯଥା ପଡିଥିବା ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri