ସ୍କୁଲ୍‌ରୁ କାଫେ

ଶିଶୁମାନଙ୍କର ଶିକ୍ଷା ଅଧିକାରକୁ ଭ୍ରୂକ୍ଷେପ ନ କରି ରାଜ୍ୟ ସରକାର ବିଗତ ଦିନଗୁଡ଼ିକରେ ରାଜ୍ୟର ଅନେକ ସ୍କୁଲ ବନ୍ଦ କଲେ। ୨୦୦୧ ମସିହାରେ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଆବଶ୍ୟକତା ନ ଥିବା ଅଞ୍ଚଳରେ ସରକାର ବିଦ୍ୟାଳୟ ମାନ ଖୋଲିଥିଲେ। ପରବର୍ତ୍ତୀ ସମୟରେ ପିଲାଙ୍କ ସଂଖ୍ୟାରେ ବୃଦ୍ଧି ନ ହେବା ଯୋଗୁ ଧୀରେ ଧୀରେ ସେହି ବିଦ୍ୟାଳୟଗୁଡ଼ିକୁ ବନ୍ଦ କଲେ। ଯାହା ଫଳରେ ସରକାରଙ୍କ ଅପାରଗତା ହେତୁ ଅନେକ ପିଲା ନିଜ ଅଧିକାରରୁ ବଞ୍ଚିତ ହେଲେ। ଫଳତଃ ବିଦ୍ୟାଳୟର ସୁନ୍ଦର ସୁନ୍ଦର ଅଟ୍ଟାଳିକା ଯାହା ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଗଢ଼ିଉଠିଥିଲା ତାହା ଏବେ ଭୂତକୋଠି ପାଲଟି ଯାଇଛି। ସେହି ବିଦ୍ୟାଳୟ ଗୃହର ସୁବିନିଯୋଗ ନିମନ୍ତେ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ହସ୍ତାନ୍ତର କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ଏକ ଉତ୍ତମ ପଦକ୍ଷେପ, ମାତ୍ର ବିଦ୍ୟାଳୟର ପୁନରୁଦ୍ଧାର ବଦଳରେ ଏହା ଶ୍ରେୟସ୍କର ନୁହେଁ।
ଅନ୍ୟାନ୍ୟ ବିଦ୍ୟାଳୟ ପରି ବୌଦ୍ଧ ଜିଲାର ଗଜରାଜପୁର ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ଦୁଇବର୍ଷ ହେଲା ସରକାର ବନ୍ଦ କରିଛନ୍ତି। ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ ନ କରିପାରିବା ହେତୁ ସେହି ବିଦ୍ୟାଳୟକୁ ସ୍ବୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରି ସେଠାରେ ଏକ ମିଶନ ଶକ୍ତି କାଫେ ସରକାର ଆରମ୍ଭ କରିଛନ୍ତି। ଏହା ମଧ୍ୟ ଏକ ଉଚିତ ପଦକ୍ଷେପ, ମାତ୍ର ବିଦ୍ୟାଳୟରେ ଥିବା ସମସ୍ୟାକୁ ସମାଧନ ନ କରି ତା’ ବଦଳରେ ଅନ୍ୟ କିଛି କରିବା ପରିତାପର ବିଷୟ। ଶିକ୍ଷା ହେଉଛି ସବୁର ମୂଳ। ଶିକ୍ଷାକୁ ସବୁ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଶିକ୍ଷା ବଦଳରେ ଜୀବନ ଜୀବିକାକୁ ଗୁରୁତ୍ୱ ଦେବା କେତେ ଯୁକ୍ତିଯୁକ୍ତ। ଗୋଷ୍ଠୀ ସହଯୋଗ ବିନା କୌଣସି ଯୋଜନା ସଫଳ ହୁଏ ନାହିଁ। ମିଶନ ଶକ୍ତି କାଫେ ପାଇଁ ଆଗେଇ ଆସିଥିବା ସ୍ବୟଂ ସହାୟକ ଗୋଷ୍ଠୀ ବିଦ୍ୟାଳୟ ବନ୍ଦ ହେବା ପୂର୍ବରୁ ବିଦ୍ୟାଳୟକୁ ଠିକ୍‌ କରି ପାରିଥାନ୍ତେ।
ସରକାର ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାର ଉଦ୍ଦେଶ୍ୟକୁ ନିରପେକ୍ଷ ଭାବରେ ଯଦି ସମୀକ୍ଷା କରାଯାଏ ତେବେ ଫଳ ସ୍ବରୂପ କେତୋଟି ବିଷୟ ଉଲ୍ଲେଖ କରାଯାଇ ପାରେ। ସମସ୍ତେ ପଢ଼ିବେ, ସମସ୍ତେ ବଢ଼ିବେ ନାରା ନେଇ ସର୍ବଶିକ୍ଷା ଅଭିଯାନ ଆରମ୍ଭ ହୋଇଥିଲା। ଶିକ୍ଷାକୁ ଘରେ ଘରେ ପହଞ୍ଚାଇବା ପାଇଁ ପ୍ରତି ଗାଁରେ ବିଦ୍ୟାଳୟ ଖୋଲାଗଲା। ଏଥିପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଲେ। ରାଜ୍ୟ ସରକାର ସେହି ଅନୁଦାନକୁ ଖର୍ଚ୍ଚ କରିବା ପାଇଁ ବିଦ୍ୟାଳୟ ଆବଶ୍ୟକ ନ ଥିବା ଗାଁଗୁଡ଼ିକରେ ପିଲା ସଂଖ୍ୟାକୁ କାଗଜ ପତ୍ରରେ ବୃଦ୍ଧିକରି ଯୋଗ୍ୟ ବିବେଚିତ କରି ନୂତନ ବିଦ୍ୟାଳୟ ମାନ ଖୋଲିଚାଲିଲେ। ସେହି ବିଦ୍ୟାଳୟଗୁଡ଼ିକରେ ନିୟମିତ ଶିକ୍ଷକ ବଦଳରେ ଠିକା ଶିକ୍ଷକ ନିଯୁକ୍ତି କଲେ। ଶିକ୍ଷକ ନିଯୁକ୍ତି ହେଲେ, ପିଲାମାନେ ବିଦ୍ୟାଳୟକୁ ଆସିଲେ ମାତ୍ର ଶିକ୍ଷାର ଗୁଣବତ୍ତାରେ ବୃଦ୍ଧି ଏବଂ ନିୟମିତ ଉପସ୍ଥାନରେ ବୃଦ୍ଧି ବଦଳରେ ଧୀରେ ଧୀରେ ଏହାର ଅବନତି ଘଟିଲା। ଠିକା ଶିକ୍ଷକମାନେ ପାଠପଢ଼ା ବଦଳରେ ନିଜର ଚାକିରିକୁ ନିୟମିତ କରିବା ପାଇଁ ଗୁରୁତ୍ୱ ଦେଲେ। ଧୀରେ ଧୀରେ ଶିକ୍ଷା ନିଜର ଗୁଣବତ୍ତା ହରାଇଲା। ପିଲାଙ୍କ ଉପସ୍ଥାନରେ ଅବନତି ଘଟିଲା। ଅଭିଭାବକମାନେ ସରକାରୀ ବିଦ୍ୟାଳୟ ପ୍ରତି ମୁହଁ ମୋଡ଼ିବା ଆରମ୍ଭ କଲେ।
୨୦୦୯ ସମିହାର ମୁକ୍ତ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ଏହି ଧାରାକୁ ରୋକି ପାରିଲା ନାହିଁ। ଏହି ଆଇନରେ ପ୍ରତି ୪୦ଜଣ ଶିଶୁରେ ଏବଂ ୧ କିଲୋମିଟର ପରିଧିରେ ଗୋଟିଏ ଲେଖାଏ ବିଦ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି। ଯଦି କୌଣସି ପ୍ରାକୃତିକ ପ୍ରତିବନ୍ଧକ ଥାଏ ତେବେ ଏହାଠାରୁ କମ୍‌ ଦୂରତା ଏବଂ କମ୍‌ ପିଲାରେ ମଧ୍ୟ ବିଦ୍ୟାଳୟ ଖୋଲାଯାଇ ପାରିବ। ଉପରୋକ୍ତ ଗଜରାଜପୁର ବିଦ୍ୟାଳୟ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ସେହି ବିଦ୍ୟାଳୟଠାରୁ ନିକଟସ୍ଥ ବିଦ୍ୟାଳୟର ଦୂରତା ୧ କିଲୋମିଟର ହେଲେ ମଧ୍ୟ ସେହି ଗାଁ ଏବଂ ବିଦ୍ୟାଳୟ ମଧ୍ୟରେ ଜାତୀୟ ରାଜପଥ ରହିଛି। ଯେଉଁଠି ହଜାର ହଜାର ଯାନବାହନ ଯାତାୟାତ କରୁଛନ୍ତି। ସେହି ବାଟଦେଇ ଶିଶୁମାନେ ନିୟମିତ ବିଦ୍ୟାଳୟକୁ ଯିବା ବେଳେ ଆକସ୍ମିକ ଦୁର୍ଘଟଣାକୁ ଏଡ଼ାଇ ଦେଇ ହେବନାହିଁ। ଏ ପରିପ୍ରେକ୍ଷୀରେ ଗଜରାଜପୁରର ପ୍ରଥମିକ ବିଦ୍ୟାଳୟକୁ ବନ୍ଦ କରିବାର କୌଣସି ଯୁକ୍ତି ନ ଥିଲା। ଏପରି ଅନେକ ବିଦ୍ୟାଳୟ ସରକାର ବନ୍ଦ କରିଛନ୍ତି, ଭୁଲ୍‌ ଆକଳନ ଏବଂ ଭୁଲ୍‌ ତଥ୍ୟକୁ ନେଇ।
ଏଠାରେ ସ୍ବତଃ ପ୍ରଶ୍ନ ଉଠେ କମ୍‌ ଶିଶୁ ଥିବା ଗାଁଗୁଡ଼ିକରେ ବିଦ୍ୟାଳୟ ଖୋଲାଗଲା କାହିଁକି? ପାଖ ଗାଁରେ ବିଦ୍ୟାଳୟ ଥାଇ ସୁଦ୍ଧା ଆଉ ଗୋଟିଏ ବିଦ୍ୟାଳୟ ଖୋଲିବାର କି ଯୁକ୍ତି ରହିଛି? ବିଦ୍ୟାଳୟରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ସରକାରଙ୍କ ତରଫରୁ କ’ଣ ପ୍ରୟାସ କରାଯାଇଛି? ଗୋଷ୍ଠୀକୁ କାହିଁକି ଶିକ୍ଷାର ବିକାଶରେ ସାମିଲ କରାଯାଇ ନାହିଁ? ଏହାର ସମୀକ୍ଷା କରିବାର ଆବଶ୍ୟକତା ରହିଛି ।
ଦିନକୁ ଦିନ ସରକାର ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ସରକାର ପ୍ରାୟତଃ ସବୁକାମରେ ମହିଳାମାନଙ୍କୁ ସାମିଲ କରି ସେମାନଙ୍କର ଜୀବନ ଜୀବିକାର ବୃଦ୍ଧି ପାଇଁ ଅନେକ ଅନୁଦାନ ମଧ୍ୟ ଦେଉଛନ୍ତି। ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ଦାୟିତ୍ୱବାନ୍‌। ତେଣୁ ତାଙ୍କୁ ଆର୍ଥିକ କ୍ଷମତା ଦେଲେ ଅନୁଦାନର ସୁବିନିଯୋଗ ହେବା ସଙ୍ଗେ ସଙ୍ଗେ ପରିବାରର ଆର୍ଥିକ ଉନ୍ନତି ହୋଇପାରିବ। ମିଶନ ଶକ୍ତି ମାଧ୍ୟମରେ ଅନେକ କାର୍ଯ୍ୟକ୍ରମ ଆମ ରାଜ୍ୟରେ ଚାଲୁଛି। ସେଥି ମଧ୍ୟରୁ ବେଶି ମାତ୍ରାରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ତରଫରୁ କାଫେଟେରିଆ ମାନ ଖୋଲାଯାଇ ମହିଳାମାନଙ୍କ ପାଇଁ ରୋଜଗାରର ପନ୍ଥା ସୃଷ୍ଟି କରାଯାଇ ପାରିଛି। ଗାଁଗୁଡ଼ିକରେ ତ ଏଥିପାଇଁ ଜାଗା ମିଳିବା କଷ୍ଟକର, ତେଣୁ ସରକାର ବନ୍ଦ ହୋଇଯାଇଥିବା ବିଦ୍ୟାଳୟ ଗୃହଗୁଡ଼ିକୁ ଏଥିପାଇଁ ବ୍ୟବହାର କରୁଛନ୍ତି।
ବନ୍ଦ ହୋଇଥିବା ବିଦ୍ୟାଳୟଗୁଡ଼ିକରୁ କେତେକ ବିଦ୍ୟାଳୟ ପୁନଃ ଚାଲୁ କରିବାର ଆବଶ୍ୟକତା ସରକାର ଅନୁଭବ କରିବା ଉଚିତ। ବିଦ୍ୟାଳୟ ପ୍ରତି ଶିଶୁମାନଙ୍କର ଆଗ୍ରହ ଜନ୍ମାଇବା ସରକାରଙ୍କର ଦାୟିତ୍ୱ। ନିଜ ପିଲାର ଶୈକ୍ଷିକ ଉନ୍ନତି ନ ହେଲେ ଅଭିଭାବକମାନେ ବିଦ୍ୟାଳୟ ପ୍ରତି ମୁହଁମୋଡ଼ିବା ସ୍ବାଭାବିକ। ତେଣୁ ବିଦ୍ୟାଳୟରେ ପିଲା ସଂଖ୍ୟା କମିବାରେ ଲାଗିଛି। ଏପଟେ ସରକାର ବିଦ୍ୟାଳୟକୁ ବନ୍ଦ କରିଦେଇ ନିଜ ମୁଣ୍ଡରୁ ଅଠା ଛଡ଼ାଉଛନ୍ତି। ପିଲା ସଂଖ୍ୟା ବିଷୟରେ ଅଧିକାରୀମାନଙ୍କର ଭୁଲ୍‌ ତଥ୍ୟ ଯୋଗୁ କେତେକ ବିଦ୍ୟାଳୟ ବନ୍ଦ କରାଯାଇଛି। ସେହି ବିଦ୍ୟାଳୟ ବିଷୟରେ ସରକାର ଆଉଥରେ ବିଚାର କରିବା ଉଚିତ। ସରକାର କାଫେ ବିଷୟରେ ଯେମିତି ସକ୍ରିୟ ହୋଇ କାମ କରୁଛନ୍ତି। ବିଦ୍ୟାଳୟକୁ ବଞ୍ଚାଇବାକୁ ମଧ୍ୟ ସେପରି ସକ୍ରିୟତା ଦେଖାଇଲେ ଶିଶୁମାନେ ତାଙ୍କର ଅଧିକାର ଫେରିପାଇବେ।

  • ରାଜୀବ କର୍ମି
    ଶଗଡ଼ା, ବୌଦ୍ଧ
    ମୋ-୮୩୨୮୮୪୮୧୪୫

Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

ତାଳଗଛ ଓ ବଜ୍ରପାତ

ଇଂ. ମାୟାଧର ସ୍ବାଇଁ ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ...

ଗୀତାରେ ପରିବାର

ଦେବଦତ୍ତ ପଟ୍ଟନାୟକ ଭଗବଦ୍‌ ଗୀତାରେ ସମସ୍ୟା କଥାକୁ ଅତି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଓ ଏହାର ବର୍ଣ୍ଣନା ପ୍ରଥମ ଅଧ୍ୟାୟରେ ଦେଖିବାକୁ ମିଳେ। ପରିବାରର କିଏ...

ବର୍ଷାଋତୁରେ ଶିଶୁରୋଗ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ବର୍ଷାଋତୁ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସମସ୍ତେ ଯେକୌଣସି ଆକସ୍ମିକ...

ଏଇ ଭାରତରେ

ଏମିତି ଘର, ଯେଉଁଠି ମଣିଷ ଓ ପକ୍ଷୀ ଉଭୟ ରହୁଛନ୍ତି। ଏମିତିକା ଘରଟିଏ ଦେଖିବାକୁ ମିଳେ ନୋଏଡାରେ। ଉକ୍ତ ଘର ଏକ ଅଶ୍ୱତ୍ଥ ଗଛ ନିକଟରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri