ପୁରୀ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ କରିବେ ଓଡ଼ିଶା ସରକାର: ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୦।୩: ଓଡ଼ିଶାକୁ ଏକ ବୈଷୟିକ ଡିଜିଟାଲ ହବ୍ ରେ ପରିଣତ କରିବା ପାଇଁ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପୁରୀ ଠାରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ କରିବାକୁ ପଦକ୍ଷେପ ନେଉଛି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରାଜ୍ୟର ଡିଜିଟାଲ ଭିତ୍ତିଭୂମିକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବା ସହ ଡାଟା ସେଣ୍ଟରରେ ନିବେଶକୁ ତ୍ୱରାନ୍ୱିତ କରିବ ଏବଂ ଉଚ୍ଚସ୍ତରୀୟ ପ୍ରଯୁକ୍ତିବିଦ୍ୟାକୁ  ଆକୃଷ୍ଟ କରିବା ଦ୍ୱାରା  ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ରେଳଟେଲ ଏବଂ ଡେଲଏଟ୍ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଉଥିବା ପ୍ରକଳ୍ପର ଡିପିଆର ଅଗ୍ରଗତି ସମୀକ୍ଷା କରିଛନ୍ତି। ଭବିଷ୍ୟତକୁ ଦୃଷ୍ଟିରେ ରଖିବା ସହ ଏହାର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ହାଇପରସ୍କେଲର୍ସ ଏବଂ ଏଥି ସହିତ ଜଡ଼ିତ ପ୍ରମୁଖ ସଂସ୍ଥାମାନଙ୍କ ସହ ଶିଳ୍ପ ପରାମର୍ଶର ଆବଶ୍ୟକତା ଉପରେ ଆହୁଜା ଗୁରୁତ୍ୱାରୋପ କରିଥିଲେ। ଆଗାମୀ ତିନି ବର୍ଷ ମଧ୍ୟରେ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଉପରେ ଧ୍ୟାନ  ଦେଇ ପ୍ରକଳ୍ପ  ଅନୁମୋଦନ ପାଇଁ ଡିପିଆର ଶୀଘ୍ର ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶା କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖପଦକ୍ଷେପ, ଯାହା ଇକୋସିଷ୍ଟମ୍ ବିକାଶ ପାଇଁ ଏକ ରଣନୈତିକ ଦୃଷ୍ଟିକୋଣ ସହିତ ପରିକଳ୍ପନା କରାଯାଇଛି। ବ୍ୟବସାୟ, ପ୍ରଯୁକ୍ତିବିଦ୍ୟା କମ୍ପାନୀ ଏବଂ ଶ୍ରମଶକ୍ତି ପାଇଁ ବିପୁଳ ସୁଯୋଗ ଉନ୍ମୁକ୍ତ କରି ରାଜ୍ୟକୁ ଡିଜିଟାଲ୍ ପୁଞ୍ଜି  ନିବେଶ କ୍ଷେତ୍ରରେ ଆକର୍ଷଣୀୟ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଏହି କେବୁଲ ଲ୍ୟାଣ୍ଡିଂ ଷ୍ଟେସନର ବିକାଶ ପାଇଁ ପୁରୀ ସବୁଠାରୁ ଉତ୍କୃଷ୍ଟ ସ୍ଥାନ ଭାବରେ ଉଭା ହୋଇଛି, ଯାହା ପ୍ରମୁଖ ଭୌଗୋଳିକ ସ୍ଥିତି, ଉପଯୁକ୍ତ ଉପକୂଳ, ଭବିଷ୍ୟତପାଇଁ ସୁଯୋଗ ଏବଂ ଦୃଢ ଭିତ୍ତିଭୂମି ଭଳି ପ୍ରମୁଖ ସୁବିଧା ପ୍ରଦାନ କରୁଛି।
କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସିଧାସଳଖ ଆନ୍ତର୍ଜାତୀୟ ଫାଇବର ସଂଯୋଗ ପ୍ରଦାନ କରିବା ସହ ବିଳମ୍ବ ହ୍ରାସ କରିବ, ଇଣ୍ଟରନେଟ୍ ବେଗରେ ଉନ୍ନତି ଆଣିବ ଏବଂ ହାଇପର୍ସ୍କେଲର୍, ଗ୍ଲୋବାଲ୍ କାପେବିଲିଟି ସେଣ୍ଟର (ଜିସିସି) ଏବଂ ଉଦ୍ଯ଼ୋଗ ପାଇଁ ଓଡ଼ିଶାର ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେବ। ଏହି ପଦକ୍ଷେପ ଦ୍ୱାରା ଓଡ଼ିଶା ବିଶ୍ୱ ଡିଜିଟାଲ ନେଟୱାର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବାକୁ ଯାଉଛି, ଯାହା ଡାଟା ପରିଚାଳିତ ଅର୍ଥନୀତିରେ ଭାରତର ସ୍ଥିତିକୁ ମଜବୁତ କରିବ। ଏହା ସହିତ, କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ,ନିଯୁକ୍ତି ସୃଷ୍ଟି, ଗୋଷ୍ଠୀ ବିକାଶ ଏବଂ ସାମାଜିକ ସମାନତା ମାଧ୍ୟମରେ ସଶକ୍ତିକରଣରେ ସହାୟତା କରିବ।
ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଓକାକର ପରିଚାଳନା ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା, ରେଳଟେଲର ପ୍ରମୁଖ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଜାକିର ହୁସେନ୍ ସିଦ୍ଦିକି, ଓକାକର  ବୈଷୟିକ ପରାମର୍ଶଦାତା (ଟେଲିକମ୍) ଅଭିନ୍ନ କୁମାର ପହି ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ, ରେଳଟେଲ ଏବଂ ଡେଲଏଟ୍  ର  ଅଧିକାରୀଗଣ ଏହି ବୈଠକରେ ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ସନ୍ନ୍ୟାସ ଘୋଷଣା କଲେ ମହମ୍ମଦ ଶାମି: ଭାରତୀୟ ଦଳକୁ ଫେରିବା ସ୍ବପ୍ନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ ଦଳର ଅନ୍ୟତମ ଷ୍ଟାର୍‌ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଶୁକ୍ରବାର (ନଭେମ୍ବର ୬) ଶାମି ସୋସିଆଲ…

ଭୀଷ୍ମଗିରି ଗ୍ରାମରୁ ବିପୁଳ ପରିମାଣର ବାଣ ଜବତ : ଜଣେ ଅଭିଯୁକ୍ତ ଗିରଫ             

ଦିଗପହଣ୍ଡି,୬|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଭୀଷ୍ମଗିରି ଗ୍ରାମ ବଡ଼ଦାଣ୍ଡ ସାହିର ଜଣେ ବ୍ୟକ୍ତିଙ୍କ ରାସନ୍ ଦୋକାନରେ ଚଢ଼ାଉ କରି ବେଆଇନ ଭାବେ…

୧.୧୫ ଲକ୍ଷ ଲାଞ୍ଚ ମାଗି ଫସିଗଲେ ବଲାଙ୍ଗିର ସରକାରୀ ITI ପ୍ରିନ୍ସିପାଲ୍: ରେଡ୍‌ହାଣ୍ଡେଡ୍ ଧରାପଡ଼ିଲେ, ୩ ସ୍ଥାନରେ ଭିଜିଲାନ୍ସର…

ବଲାଙ୍ଗୀର,୬।୧୧(ସୁନିଲ କୁମାର ମହାନ୍ତି): ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ସରକାରୀ ଆଇଟିଆଇ (ITI) ପ୍ରିନ୍ସିପାଲ୍ ସୁରେଶ କୁମାର…

ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ: ଭକ୍ତ ଦାସ,ଗିଡିପାବାଲି ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବି

ଭଞ୍ଜନଗର, ୬/୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାରେ ଭୟାବହ ବନ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଲୋକେ ଏବେ ବି ନାନା ଦୁର୍ଦ୍ଦଶାର ସମ୍ମୁଖୀନ…

ଭିସି ମାଧ୍ୟମରେ ୭ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ: ପାଟଣା ବ୍ଲକ୍‌ର ୪ ଓ ସାହାରପଡ଼ା ବ୍ଲକ୍‌ର ୩ ବିଦ୍ୟାଳୟ ସାମିଲ

ପାଟଣା, ୬/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଧରଣୀଧର ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସଠାରେ ଭିଡିଓ କନ୍‌ଫରେନ୍ସିଂ…

୪ ଜେଲ୍‌ର ଜେଲରଙ୍କୁ ବଦଳି କଲେ ରାଜ୍ୟ ସରକାର: କଟକ ସର୍କଲ ଜେଲକୁ ଗଲେ ଲଲାଟେନ୍ଦୁ, ପୁରୀ ବଦଳି ହେଲେ…

ଭୁବନେଶ୍ୱର,୬।୧୧: ରାଜ୍ୟ ପ୍ରଶାସନିକ ସେବାରେ ଅଦଳବଦଳ ପ୍ରକ୍ରିୟାରେ ଓଡ଼ିଶା ସରକାରଙ୍କ କାରାଗାର ଓ ସଂଶୋଧନାତ୍ମକ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ୪ ଜଣ ଜେଲରଙ୍କର ବଦଳି କରାଯାଇଛି। ପ୍ରଶାସନିକ…

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ମହିଳା ଓ ଶିଶୁ ସୁରକ୍ଷା, ଆୟୋଗ ଅଧ୍ୟକ୍ଷା: ଅଙ୍ଗନବାଡ଼ି କେନ୍ଦ୍ର ଓ ଆବାସିକ ବିଦ୍ୟାଳୟରେ ସୁବିଧା ସୁଯୋଗ ଯାଞ୍ଚ

ମୋହନା, ୬।୧୧ (ମନ୍ମଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ପରେ ଗଜପତି ଜିଲ୍ଲା ମୋହନା ବ୍ଲକରେ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ତତ୍ପର ହୋଇଛି।…

ହାତୀ-ମଣିଷ ସଂଘର୍ଷ ରୋକିବାକୁ ଗଜସାଥୀଙ୍କୁ ତାଲିମ୍‌: ୧୯ ମାସରେ ୨୭୫ ମଣିଷ ଓ ୧୩୧ ହାତୀଙ୍କ ମୃତ୍ୟୁ

ଭଞ୍ଜନଗର, ୬।୧୧ (ବାବୁଲା ପ୍ରଧାନ): ହାତୀ-ମଣିଷ ସଂଘର୍ଷ ହ୍ରାସ କରିବା ସହ ଉଭୟଙ୍କ ଧନଜୀବନ ସୁରକ୍ଷା ଉଦ୍ଦେଶ୍ୟରେ ଟାଟା ପାୱାର, ଘୁମୁସର ଉତ୍ତର ବନଖଣ୍ଡ ଏବଂ ସ୍ୱେଚ୍ଛାସେବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?