Posted inଜାତୀୟ

ସିଏଏ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ: ନଡ୍ଡା

ନୂଆଦିଲ୍ଲୀ,୨୦ା୧୦: ନାଗରିକତ୍ୱ ସଂଶୋଧନ ଅଧିନିୟମ(ସିଏଏ) ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ। କୋଭିଡ୍‌ ମହାମାରୀ ଯୋଗୁ ଏହା ବିଳମ୍ବ ହୋଇଯାଇଛି ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସୋମବାର ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଆୟୋଜିତ ଏକ ରାଲିରେ କହିଛନ୍ତି। ସେ କହିଛନ୍ତି ଯେ, ଭାଜପା ସିଏଏ ଲାଗୁ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ସମସ୍ତେ ଏହାର ଲାଭ ପାଇବେ।
୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ଦଳର ସାଂଗଠନିକ ସ୍ଥିତି ସମୀକ୍ଷା ପାଇଁ ନଡ୍ଡା ସିଲିଗୁଡ଼ି ଗସ୍ତ କରିଛନ୍ତି। ଏହି ଅବସରରେ ସେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି। ଟିଏମ୍‌ସି ସରକାର ବିଭାଜନ କରି ଶାସନ କରିବାରେ ଆଗ୍ରହୀ। ଟିଏମ୍‌ସି ତୁଳନାରେ ଭାଜପା ସମସ୍ତଙ୍କ ବିକାଶ ପାଇଁ କାମ କରୁଛି ବୋଲି ନଡ୍ଡା କହିଛନ୍ତି।
ସୂଚନାଥାଉ କି, ଗତବର୍ଷ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ମଧ୍ୟରେ ସଂସଦରେ ସିଏଏ ପାରିତ ହୋଇଥିଲା। ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରେ ଧର୍ମ ଆଧାରରେ ନିର୍ଯାତନା ପାଇ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଭାରତରେ ଆଶ୍ରୟ ନେଇଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ୍‌, ବୌଦ୍ଧ, ଜୈନ ଏବଂ ପାର୍ସୀଙ୍କୁ ଏହି ଆଇନ ନାଗରିକତ୍ୱ ପ୍ରଦାନ କରିବ। ଏ କ୍ଷେତ୍ରରେ ମୁସଲମାନମାନଙ୍କୁ ବଞ୍ଚତ୍ତ କରାଯାଇଥିବାରୁ ଆଇନକୁ ପ୍ରବଳ ବିରୋଧ ହୋଇଆସୁଛି। ଅନ୍ୟପକ୍ଷରେ ସଂସଦରେ ସିଏଏ ପାସ୍‌ ହେବା ଏବଂ ବିଜ୍ଞପ୍ତି ପ୍ରକାଶ ପାଇବା ସତ୍ତ୍ୱେ ନିୟମ ଅଭାବରୁ ଏହି ଆଇନର କାର୍ଯ୍ୟକାରିତା ଅଟକିଯାଇଛି। ସିଏଏ ସମ୍ପର୍କିତ ନିୟମଗୁଡ଼ିକ ପ୍ରସ୍ତୁତ କରିବାରେ ଆହୁରି ୩ ମାସ ସମୟ ଆବଶ୍ୟକ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗତ ଅଗଷ୍ଟରେ ସଂସଦୀୟ ସ୍ଥାୟୀ କମିଟିକୁ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଲିମ୍‌ଙ୍କ ପାଇଁ ଅଟକି ରହିଛି ଶବନମ୍‌ଙ୍କ ଫାଶୀ

ଲକ୍ଷ୍ନୌ,୨୧।୨: ପ୍ରେମ ପାଇଁ ନିଜ ପରିବାରର ୭ ଜଣଙ୍କୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗରେ ଫାଶୀଦଣ୍ଡ ହୋଇଥିବା ଶବନମ୍‌ଙ୍କ ପାଇଁ ମୃତ୍ୟୁ...

ହାତ ଧରି ପ୍ରେମ ବ୍ୟକ୍ତ କରିବା ଅସଦାଚରଣ ନୁହେଁ: ହାଇକୋର୍ଟ…

ମୁମ୍ବାଇ,୨୮।୨ : ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଜଣେ ଝିଅଙ୍କର ହାତ ଧରି ନିଜର ପ୍ରେମ ବ୍ୟକ୍ତ କରିବା ଅସଦାଚରଣ ନୁହେଁ। ଅଭିଯୁକ୍ତଙ୍କୁ ଜାମିନରେ ମୁକ୍ତ...

ଖାଦ୍ୟ ସାଥୀ ଯୋଜନାରେ ପଶ୍ଚିମବଙ୍ଗର ୮ କୋଟି ୫୦ ଲକ୍ଷ ଲୋକଙ୍କୁ ମିଳିଛି ଖାଦ୍ୟ ସୁରକ୍ଷା: ମମତା

କୋଲକାତା,୧୬।୧୦: ପଶ୍ଚିମବଙ୍ଗରେ ଖାଦ୍ୟ ସାଥୀ ଯୋଜନା ଅନ୍ତର୍ଗତ ରାଜ୍ୟର ୮କୋଟି ୫୦ ଲକ୍ଷ ଲୋକଙ୍କ ଖାଦ୍ୟ ସୁରକ୍ଷା ମିଳିଛି। ବିଶ୍ୱ ଖାଦ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ...

ଗଳାକାଟି ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ…

ବିଜାପୁର, ୨୯।୬ : ଛତିଶଗଡର ବିଜାପୁର ଜିଲାରେ ମାଓବାଦୀ ବର୍ବର କାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ ଏକ ମାଓପ୍ରବଣ ଗାଁର ସରପଞ୍ଚଙ୍କୁ ତୀକ୍ଷ୍‌ଣ ଅସ୍ତ୍ରରେ ଗଳା କାଟି...

ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହେଲେ ଶିବକୁମାର

ନୂଆଦିଲ୍ଲୀ,୧୪।୧୧: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ସୋମବାର ଦିଲ୍ଲୀସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।...

କେବେ ମିଳିବ କରୋନାରୁ ମୁକ୍ତି: ଜଣାଇଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨ ।୧୦: କରୋନା ମହାମାରୀ ବେଳକୁ ବେଳ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ଏହା ଅଣାୟତ୍ତ ହେବାରେ ଲାଗିଛି । ଏବେ...

ବାଲାସାହେବଙ୍କ ସ୍ବପ୍ନ ପୂରଣ ହେଲା

ମୁମ୍ବାଇ, ୫।୭: ଏକନାଥ ଶିନ୍ଦେ ସୋମବାର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ବକ୍ତବ୍ୟ ରଖିଛନ୍ତି। ଭାଜପା ସହ ମିଶି ସରକାର ଗଢ଼ିବା ପାଇଁ ଶିବସେନା ପ୍ରତିଷ୍ଠାତା ବାଲାସାହେବ...

ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର: ୨ପାଇଲଟ ମୃତ

ରାୟପୁର,୧୨।୫: ଛତିଶଗଡ଼ର ରାୟପୁର ବିମାନବନ୍ଦରରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ହେଲିକପ୍ଟର ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ୨ଜଣ...

Advertisement
Archives

Model This Week